SPORTS

ଜାକର୍ତ୍ତା ଏସିଆଡ: କୁସ୍ତିରେ ପ୍ରଥମ ମହିଳା ଭାବେ ସ୍ଵର୍ଣ୍ଣ ଜିତିଲେ ଭିନେଶ ଫୋଗଟ

ଇତିହାସ ରଚିଛନ୍ତି ଭିନେଶ ଫୋଗଟ

ଭାରତର ପ୍ରଥମ ମହିଳା ଭାବେ ଏସୀୟ କ୍ରୀଡ଼ାରେ କୁସ୍ତିରେ ସ୍ୱର୍ଣ୍ଣପଦକ ଜିତିଛନ୍ତି ଭିନେଶ ଫୋଗାଟ୍‌। ହରିୟାଣାର ଏହି ଚମ୍ପିଆନ୍‍ ପହିଲମାନ ସୋମବାର ଚଳିତ ୧୮ଶ ଏସୀୟ କ୍ରୀଡ଼ାର ୨ୟ ଦିନରେ ତାଙ୍କ ଇଭେଣ୍ଟ ମହିଳା ୫୦ କେଜି ଫ୍ରିଷ୍ଟାଇଲ କୁସ୍ତିରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଫଳରେ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣପଦକ ସଂଖ୍ୟା ୨ରେ ପହଞ୍ଚିଛି। ସୋମବାର ଫାଇନାଲରେ ଭିନେଶ ଜାପାନର ୟୁକି ଇରିଙ୍କୁ ୬-୨ ପଏଣ୍ଟରେ ପରାସ୍ତ କରିଛନ୍ତି।

vinesh ଭିନେଶ ଜାକର୍ତ୍ତା ଏସିଆଡ: କୁସ୍ତିରେ ପ୍ରଥମ ମହିଳା ଭାବେ ସ୍ଵର୍ଣ୍ଣ ଜିତିଲେ ଭିନେଶ ଫୋଗଟ vinesh

ଏହି ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ କୁସ୍ତିରୁ ହିଁ ମିଳିଥିଲା। ରବିବାର ପୁରୁଷ ଫ୍ରିଷ୍ଟାଇଲ କୁସ୍ତିର ୬୫ କେଜି ବର୍ଗରେ ହରିୟାଣାର ଅନ୍ୟତମ ଚମ୍ପିଆନ୍ ବଜରଙ୍ଗ ପୁନିଆ ସ୍ବର୍ଣ୍ଣପଦକ ଜିତିଥିଲେ। ଭିନେଶ ଜିତିଥିବା ସ୍ବର୍ଣ୍ଣପଦକ ମହିଳା କୁସ୍ତିରେ ଭାରତ ପାଇଁ ପ୍ରଥମ ହୋଇଥିବା ବେଳେ ଏସୀୟ କ୍ରୀଡ଼ା ଇତିହାସରେ ମହିଳା କୁସ୍ତିରେ ମୋଟ୍ ୫ମ ପଦକ। ଏହାସହ ସୁଟିଂରେ ଭାରତର ଦୀପକ କୁମାର ଓ ଲକ୍ଷ୍ୟ ସେଓରାଁ ରୌପ୍ୟପଦକ ଜିତିଛନ୍ତି । ଏଥି ସହିତ ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଭାରତ ୨ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ସହିତ ୫ଟି ପଦକ ହାସଲ କରିଛି।

ପଢନ୍ତୁ;ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ପ୍ରାର୍ଥନା ସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Related posts

ଆଜିଠୁ ଆଇପିଏଲ୍ ମହାସମର: ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ

ENO Beuro

ପାକିସ୍ତାନର ଲଜ୍ଜାଜନକ ପରାଜୟ:ଭାରତ ୮ ଓ୍ଵିକେଟ୍‌ରେ ବିଜୟୀ

ENO Beuro

ଭୁବନେଶ୍ଵରର କିଟ୍‌ କ୍ରିକେଟ୍‌ ପଡ଼ିଆରେ ଆଜିଠୁ ଆରମ୍ଭ ରଣଜୀ ଟ୍ରଫିର ଚତୁର୍ଥ ରାଉଣ୍ଡ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More