Loading...

ଓଡ଼ିଶା ଖଣ୍ଡୁଆ ସିଲ୍କ ଶାଢ଼ି ପିନ୍ଧି ଚର୍ଚ୍ଚାରେ ସ୍ମୃତି ଇରାନୀ

ଓଡ଼ିଶା ଖଣ୍ଡୁଆ ସିଲ୍କ ଶାଢ଼ି ପିନ୍ଧି ଚର୍ଚ୍ଚାରେ ସ୍ମୃତି ଇରାନୀ

ନୂଆ ସଂସଦ ଭବନରେ ମଙ୍ଗଳବାର ଐତିହାସିକ ମହିଳା ସଂରକ୍ଷଣ ବିଲ୍‌ ଆଗତ ହୋଇଥିବାବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓଡ଼ିଶାର ଖଣ୍ଡୁଆ ସିଲ୍କ ଶାଢ଼ି ପିନ୍ଧିଥିଲେ। ଏହା ଏବେ ଚର୍ଚ୍ଚାର ବିଷୟ।

ନୂଆ ସଂସଦ ଭବନରେ ମଙ୍ଗଳବାର ଐତିହାସିକ ମହିଳା ସଂରକ୍ଷଣ ବିଲ୍‌ ଆଗତ ହୋଇଥିବାବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓଡ଼ିଶାର ଖଣ୍ଡୁଆ ସିଲ୍କ ଶାଢ଼ି ପିନ୍ଧିଥିଲେ। ଏହା ଏବେ ଚର୍ଚ୍ଚାର ବିଷୟ। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ‌ଫଟୋ ଉଠାଇ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ୍‌ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଆଜିଭଳି ପବିତ୍ର ଏବଂ ସ୍ମରଣୀୟ ଦିନରେ ମୋ’ ଭଉଣୀ ସ୍ମୃତି ଇରାନୀଜୀଙ୍କୁ ଓଡ଼ିଶାର ଖଣ୍ଡୁଆ ସିଲ୍କ ଶାଢ଼ିରେ ଦେଖି ଖୁସି ଲାଗୁଛି। ଓଡ଼ିଶାର ଚିରନ୍ତନ ସାଂସ୍କୃତିକ ଐତିହ୍ୟ ଏବଂ କାରିଗରୀକୁ ସମ୍ମାନିତ କରିଥିବାରୁ ତାଙ୍କୁ ଧନ୍ୟବାଦ। ଧର୍ମେନ୍ଦ୍ରଙ୍କ ଏହି ପୋଷ୍ଟ୍‌ ଉପରେ ମତ ଦେଇ ସ୍ମୃତି ଇରାନୀ ଓଡ଼ିଆରେ ଲେଖିଛନ୍ତି-ଓଡ଼ିଶା ହେଉଛି ଅସାଧାରଣ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାର ଭଣ୍ଡାର। ଓଡ଼ିଆ ବୁଣାକାର ଓ କାରିଗରଙ୍କ ପାଇଁ ଆପଣଙ୍କ ନିରନ୍ତର ସହଯୋଗ ଯୋଗୁଁ ମୁଁ ଧର୍ମେନ୍ଦ୍ର ପ୍ରଧାନଜୀଙ୍କୁ କୃତଜ୍ଞତା ଜଣାଉଛି। ଓଡ଼ିଶାର ସମୃଦ୍ଧ ‌ଐତିହ୍ୟର ପ୍ରୋତ୍ସାହନ ଓ ସଂରକ୍ଷଣ ପାଇଁ ଆପଣଙ୍କର ଅତୁଟ ପ୍ରୟାସ ଅତୁଳନୀୟ।  

 

ତେବେ ସ୍ମୃତିଙ୍କ ଏହା ପ୍ରଥମ ଓଡିଆ ଶାଢୀ ନୁହେଁ ସେ ଏହା ପୂର୍ବରୁ ମଧ୍ୟ ଓଡିଶାର ଅନେକ ହସ୍ତତନ୍ତ ଶାଢୀ ପିନ୍ଧିଛନ୍ତି।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.