Bollywood

ମୁମ୍ବାଇର ଏହି ପଞ୍ଚତରକା ହୋଟେଲରେ ହେବାକୁ ଯାଉଛି ବିରାଟ ଓ ଅନୁଷ୍କାଙ୍କ ଭବ୍ୟ ରିସେପସନ

By Krishna Kumar Manoj

December 19, 2017

ବଲିଉଡ ନାୟିକା ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲିଙ୍କ ବିବାହ ଚଳିତ ବର୍ଷ ଡିସେମ୍ବର ୧୧ରେ ଇଟାଲୀରେ ଅନୁଷ୍ଠିତ ହୋଇସାରିଛି । ବିବାହ ପରେ ମଧ୍ୟ ଏହି ତରକା ଦମ୍ପତି ସବୁ ସମୟରେ ଚର୍ଚ୍ଚାରେ ରହୁଛନ୍ତି । କେବେ ଏମାନଙ୍କ ହନିମୁନ ତ କେବେ ରିସେପସନକୁ ନେଇ ଚର୍ଚ୍ଚା । ତେବେ ପ୍ରଥମ ରିସେପସନ ଦିଲ୍ଲୀରେ ହେବାକୁ ଯାଉଛି । ବିରାଟଙ୍କ ପରିବାର ଦିଲ୍ଲୀରେ ରୁହନ୍ତି , ଏଣୁ ତାଙ୍କ ସମ୍ପର୍କୀୟମାନଙ୍କ ପାଇଁ ଏଠାରେ ପାର୍ଟି ଦିଆଯାଉଛି ।

ଦ୍ଵିତୀୟ ରିସେପସନ ୨୬ ଡିସେମ୍ବର ଦିନ ଅନୁଷ୍କା ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ଦେବେ । ଏହି ରିସେପସନ ପାର୍ଟି ମୁମ୍ବାଇର ସେଣ୍ଟ ରିଜସ ପଞ୍ଚତରକା ହୋଟେଲରେ ଅନୁଷ୍ଠିତ ହେବ । ହୋଟେଲଟି ମୁମ୍ବାଇର ଲୋଅର ପରେଲ ଅଞ୍ଚଳରେ ଅବସ୍ଥିତ । ଲୋଅର ପରେଲ ନିକଟରେ ୱାର୍ଲି ଠାରେ ହିଁ ବିରାଟ ଓ ଅନୁଷ୍କାଙ୍କ ନୂଆ ଘର ଅଛି , ଯେଉଁଠିକି ସେମାନେ ଶୀଘ୍ର ସିଫ୍ଟ କରିବେ ବୋଲି ସୂଚନାରୁ ଜଣାପଡିଛି ।