SPORTS

ଫୋର୍ବସ ଧନୀ ଖେଳାଳି ତାଲିକା: ଶ୍ରେଷ୍ଠ ୧୦୦ରେ କୋହଲି ଏକମାତ୍ର କ୍ରିକେଟର୍

ଆନ୍ତର୍ଜାତିକ ମାଗାଜିନ୍ ଫୋର୍ବସ ପକ୍ଷରୁ ପ୍ରକାଶ ପାଇଲା ବିଶ୍ୱ ଧନୀ ଖେଳାଳିଙ୍କ ତାଲିକା

ଲୋକପ୍ରିୟ ପ୍ରତିକା “ଫୋର୍ବସ” ପକ୍ଷରୁ ୨୦୧୮ ବର୍ଷର ଧନୀ ଖେଳାଳି ତାଲିକା ପ୍ରକାଶ ପାଇଛି। କୋହଲି ଏକ ମାତ୍ର ଭାରତୀୟ ଆଥ୍‌ଲେଟ୍‌ ଭାବେ ଏଥିରେ ସ୍ଥାନ ପାଇଛନ୍ତି। ସେ ବାର୍ଷିକ ୨୪ ନିୟୁତ ଆମେରିକୀୟ ଡଲାର ଆୟ ସହ ୮୩ତମ ସ୍ଥାନରେ ରହିଛନ୍ତି। ଚଳିତ ବର୍ଷ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିରେ ବୃଦ୍ଧି କରିଛି। ଯାହାଦ୍ୱାରା କୋହଲିଙ୍କୁ ୧ ନିୟୁତ ଡଲାରରୁ ଅଧିକ ମିଳିଛି। ଏହାବାଦ୍‌ ପେପ୍‌ସି, ଅଡି ଓ ପୁମା ଭଳି ବଡ଼ ବ୍ରାଣ୍ଡ ସହ ସେ ଯଡ଼ିତ ଅଛନ୍ତି।

ଫ୍ଲଏଡ୍‍ଙ୍କ ଆୟ ବାର୍ଷିକ ୨୮୫ ନିୟୁତ ଆମେରିକୀୟ ଡଲାର ବୋଲି ତାଲିକାରେ ଉଲ୍ଲେଖ ରହିଛି। ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଫୁଟ୍‍ବଲ୍‍ ତାରକା ମେସି। ଆର୍ଜେଣ୍ଟିନାର ଏହି ଫୁଟ୍‍ବଲ୍‍ ତାରକାଙ୍କ ବାର୍ଷିକ ଆୟ ୧୧୧ ନିୟୁତ ଆମେରିକୀୟ ଡଲାର। ସେହିପରି ବ୍ରାଜିଲ୍‍ର ଫୁଟ୍‍ବଲ୍‍ ତାରକା ନେମାର ବାର୍ଷିକ ୯୦ ନିୟୁତ ଆମେରିକୀୟ ଡଲାର ସହିତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ପଢନ୍ତୁ; ସ୍ମରଣଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ ଏହି ଫଳ! ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ

Related posts

ଦିଲ୍ଲୀକୁ ୧୨୯ ରନରେ ହରାଇ ସନରାଇଜର୍ସ ହାଇଦ୍ରାବାଦ ହେଲା ବିଜୟୀ

Ratnamani Moharana

ଧୋନୀଙ୍କ ଅପେକ୍ଷାରେ ଆଉ ଏକ ନୂଆ ରେକର୍ଡ 

ENO Beuro

ତୃତୀୟ ଟି-୨୦: ସିରିଜ ବରାବର କଲା ଭାରତ

ENO Beuro

3 comments

Leave a Comment