ଡି ଭିଲିୟର୍ସଙ୍କ ରେକର୍ଡ ଭାଙ୍ଗି ଶୀର୍ଷରେ ପହଞ୍ଚିଲେ ଭାରତୀୟ ଖେଳାଳି ବିରାଟ କୋହଲି

ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗି ଶୀର୍ଷରେ ପହଞ୍ଚିଲେ ଭାରତୀୟ ଖେଳାଳି ବିରାଟ କୋହଲି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି  ଦକ୍ଷିଣ ଆଫ୍ରିକା ଖେଳାଳି ଡି ଭିଲିୟର୍ସଙ୍କୁ ପଛରେ ପକାଇ ପୁଣି ଥରେ ଆଇସିସି ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିପାରିଛନ୍ତି । ବିରାଟ ୮୮୯ ଅଙ୍କ ସହ ପ୍ରଥମ ସ୍ଥାନରେ ଥିବା ବେଳେ ୮୭୨ ଅଙ୍କ ସହ ଡିଭିଲିୟର୍ସ ଦ୍ୱିତୀୟ ସ୍ଥାନ ପାଇଛନ୍ତି । ଏବେ କୋହଲି ଚିତାକର୍ଷକ ଫର୍ମରେ ଅଛନ୍ତି। ପ୍ରତ୍ୟେକ ମ୍ୟାଚ୍‌ରେ ଅଧିନାୟକ କୋହଲି ଭଲ ପ୍ରଦର୍ଶନ କରି ଚାଲୁଛନ୍ତି। ଏଥି ସହିତ ଜସପ୍ରିତ ସିଂହ ବୁମ୍‌ରା ବୋଲିଂରେ ତୃତୀୟ ସ୍ଥାନ ଅଳଙ୍କୃତ କରିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଦିନିକିଆ ଶୃଙ୍ଖଳରେ କୋହଲି ଆକର୍ଷଣୀୟ ପ୍ରଦର୍ଶନ କରି ୨୬୩ ରନ୍‌ କରିଛନ୍ତି। ଏଥିପାଇଁ କୋହଲିଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜର ମାନ୍ୟତା ଦିଆଯାଇଛି। ୩ଦିନିଆ  ମ୍ୟାଚ୍‌ ବିଶିଷ୍ଠ ଏହି ଶୃଙ୍ଖଳାରେ ସେ ୨ଟି ଶତକୀୟ ପାଳି ଖେଳିଥିଲେ। କୋହଲିଙ୍କ ସହ ରୋହିତ ଶର୍ମା ମଧ୍ୟ ଶ୍ରେଷ୍ଠ ୧୦ ଜଣ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଅଛନ୍ତି।

ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗି ଶୀର୍ଷରେ ପହଞ୍ଚିଲେ ଭାରତୀୟ ଖେଳାଳି ବିରାଟ କୋହଲି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More