SPORTS

ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଚଳିତ ତୃତୀୟ ଟେଷ୍ଟରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି। ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ୩ୟ ଟେଷ୍ଟ ଅବସରରେ କୋହଲି ୮୨ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହି ଅବସରରେ ସେ ଗୋଟିଏ ବର୍ଷରେ ବିଦେଶ ମାଟିରେ ସର୍ବାଧିକ ଟେଷ୍ଟ ରନ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ରାହୁଲ ଡ୍ରାଭିଡ୍‌ଙ୍କ ନାମରେ ରହିଥିବା କିର୍ତ୍ତୀମାନଙ୍କୁ ପଛରେ ପକାଇ ଦେଇଛନ୍ତି।

kohali

୨୦୦୨ରେ ଦ୍ରାବିଡ୍‌ କରିଥିବା ୧୧୩୭ ରନ୍‌ ଏପର୍ଯ୍ୟନ୍ତ ଅତୁଟ ରହିଥିଲା। ହେଲେ ଗୁରୁବାର ମେଲ୍‌ବର୍ନ ଟେଷ୍ଟ୍‌ରେ ଭାରତ ପ୍ରଥମ ପାଳିରେ ୮୨ ରନ୍‌ କରିଥିବା କୋହଲି ଏହାକୁ ଟପି ଯାଇଛନ୍ତି।

ବିରାଟ୍‌ ଓ ଡ୍ରାଭିଡ୍‌ଙ୍କ ପଛକୁ ମହିନ୍ଦର ଅମରନାଥ ୧୯୮୩ରେ ୧୦୬୫ ଏବଂ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗଭାସ୍କର୧୯୭୧ରେ ୯୧୮ ରନ୍‌ କରିଥିଲେ।

ପଢନ୍ତୁ; ସକାଳୁ ଖୋଲିଲାନି ଶ୍ରୀମନ୍ଦିର,ମହାପ୍ରଭୁଙ୍କ ଦର୍ଶନ ନ ପାଇ ଭକ୍ତ ନିରାଶ

Related posts

ଆଇପିଏଲ ନିଲାମୀ ବିଷୟରେ ସମସ୍ତେ ଜାଣନ୍ତି ! ହେଲେ ନିଲାମ କିଏ କରୁଛନ୍ତି ଜାଣନ୍ତି କି ? ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା

ENO Beuro

ୟୁଏସ୍‌ ଓପନ୍‌: ଜୋକୋଭିକ୍‌ଙ୍କୁ ୧୪ତମ ଗ୍ରାଣ୍ଡସ୍ଲାମ

ENO Beuro

ଏସିଆ କପ୍‌ ହକି ପ୍ରତିଯୋଗିତା ବିଜେତାମାନଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର – ହକି ଇଣ୍ଡିଆ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More