SPORTS

ବିରାଟ କୋହଲିଙ୍କୁ ୧୨ ଲକ୍ଷ ଅର୍ଥଦଣ୍ଡ

ବିରାଟ କୋହଲିଙ୍କୁ ଝଟକା

ଚଳିତ ଆଇପିଏଲ୍‌ରେ ଏକ ମ୍ୟାଚ୍‌ରେ ସ୍ଲୋ-ଓଭର ବୋଲିଂ ଲାଗି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ବୁଧବାର ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ କୋହଲିଙ୍କ ଦଳ ଧାର୍ଯ୍ୟ ସମୟରେ କମ୍‌ ଓଭର ବୋଲିଂ କରିଥିବାରୁ ଅଧିନାୟକ କୋହଲିଙ୍କୁ ଏହି ଅର୍ଥଦଣ୍ଡ କରାଯାଇଛି ।

ଆଇପିଏଲ୍‌ କୋଡ୍‌ ଅଫ୍‌ କଣ୍ଡକ୍ଟ ଅନୁଯାୟୀ ବାଙ୍ଗାଲୋର ଦଳର ଏହା ପ୍ରଥମ ଭୁଲ ଥିଲା ବୋଲି ଆଇପିଏଲ୍‌ ପକ୍ଷରୁ ଏକ ପ୍ରେସ୍‌ ରିଲିଜରେ କୁହାଯାଇଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଘରୋଇ ବାଙ୍ଗାଲୋର କ୍ୱିଣ୍ଟନ ଡି’କକ୍‌ (୫୩) ଓ ଏବି ଡି ଭିଲର୍ସ (୬୮)ଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ୍‌ ହରାଇ ୨୦୫ ରନ କରିଥିଲା । ଜବାବରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (୩୪ ବଲ, ୭୦ ରନ)ଙ୍କ ଅପରାଜିତ ବିସ୍ଫୋରକ ଇନିଂସ ବଳରେ ଚେନ୍ନାଇ ୨ଟି ବଲ ପୂର୍ବରୁ ୫ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।

ପ୍ରଥମେ ଚେନ୍ନୋଇଠୁ ପରାଜୟ ମିଳିବା ପରେ ଏବେ କୋହଲିଙ୍କୁ ଜୋରିମାନା ରୂପେ ଆଉ ଏକ ଝଟକା ଲାଗିଛି ।  ଗତ କାଲିର ସଂଘର୍ଷ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଧିମା ବୋଲିଂ କରିଥିଲା । ଆଇପିଏଲ ପ୍ରେସ ବିଜ୍ଞପ୍ତିରେ କହିଛି ଯେ ଆଇପିଏଲର ଆଚାର ସଂହିତା ସଂଦର୍ଭରେ ସ୍ଲୋ ଓଭରରେଟ ମାମଲା ଚଳିତ ସଂସ୍କରଣରେ ପ୍ରଥମ ଥର ଘଟିଛି । ଚଳିତ ସଂସ୍କରଣରେ ବେଙ୍ଗାଲୁରୁ ପାଇଁ ପ୍ରଥମ ଅପରାଧ । ତେଣୁ କୋହଲିଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି ।

ପଢନ୍ତୁ ;

୨୪ ଘଣ୍ଟା ମଧ୍ୟରେ କୁଆପଥର ମାଡ ସହ ଝଡ଼ ବର୍ଷା ସମ୍ଭାବନା : ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

Related posts

ଫିଫା ବିଶ୍ୱକପ୍‍ରୁ ବାଦ୍‍ ପଡ଼ିଲା ବ୍ରାଜିଲ୍‍

ENO Beuro

ହକି ବିଶ୍ୱକପ୍‌ର ପ୍ରଚାର ପାଇଁ ଆଜି ‘କେବିସି’ରେ ନଜର ଆସିବେ ନବୀନ

ENO Beuro

ଆଇସିସି ଟେଷ୍ଟ ମାନ୍ୟତା:ଶୀର୍ଷକୁ ଫେରିଲେ କୋହଲି

ENO Beuro

1 comment

Leave a Comment