• Home
  • SPORTS
  • ବେକରେ ଆଘାତ ଯୋଗୁଁ କାଉଣ୍ଟି ଖେଳିବେନି ବିରାଟ କୋହଲି !
SPORTS

ବେକରେ ଆଘାତ ଯୋଗୁଁ କାଉଣ୍ଟି ଖେଳିବେନି ବିରାଟ କୋହଲି !

କ୍ୟାଚ ଧରିବାବେଳେ ବିରାଟ ଆହତ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆହତ ସମସ୍ୟା କାରଣରୁ ଚଳିତ ଇଂଲିଶ କାଉଣ୍ଟି କ୍ରିକେଟ୍‌ରେ ଖେଳିପାରିବେ ନାହିଁ । ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁର ପାଇଁ ଖେଳୁଥିବା ସମୟରେ  ଏହାର ଅଧିନାୟକ ବିରାଟ କୋହଲି ଏକ କ୍ୟାଚ ଧରିବା ପାଇଁ ପଡିଯିବାରୁ ତାଙ୍କ ବେକରେ ଆଘାତ ଲାଗିଛି । ବର୍ତ୍ତମାନ ତାଙ୍କୁ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।  ଏହିପରେ ସେ  ଜୁନ ୧୫ ତାରିଖରେ ବେଙ୍ଗାଲୁରେର ଏକ ଫିଟ୍‌ନେସ୍‌ ପରୀକ୍ଷା ଦେବେ ।

ଗୁରୁବାରରେ ଆରମ୍ଭ ହେଉଥିବା ଇଂଲିଶ୍‌ ଚାମ୍ପିୟନ ସିପ୍‌ରେ  ବିରାଟ ଅଂଶ ଗ୍ରହଣ କରି ପାରିବେ ନାହିଁ ।  ଏହି ଆଘାତରୁ ସମ୍ପୂର୍ଣ୍ଣ ହେବା ପାଇଁ କୋହଲିଙ୍କୁ ୩ ସପ୍ତାହ ଲାଗିବା ବୋଲି ବିସିସିଆଇ ସୂଚନା ଦେଇଛନ୍ତି ।  ଆଗକୁ  ଭାରତ , ଇଂଲଣ୍ଡ ଓ ଆୟରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବାର ଅଛି । ଇଂଲିଶ କାଉଣ୍ଟି ଖେଳିବା ପାଇଁ କୋହଲି ଆସନ୍ତା ମାସରେ ଭାରତ ଓ ଆଫଗାନୀସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟେଷ୍ଟ ମ୍ୟାଚ ଖେଳିବେ ନାହିଁ ବୋଲି ଆଗୁଆ ସୂଚନା ଦେଇଥିଲେ ।

ବିସିସିଆଇ ମେଡିକାଲ ଟିମ୍‌ର ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି“ ବୋଲି ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତାଙ୍କୁ ଏବେ ମେଡିକାଲ ଟିମ୍‌ର ତତ୍ତ୍ୱାବଧାନରେ ବାଙ୍ଗାଲୁରୁସ୍ଥିତ ଏନ୍‌ସିଏଠାରେ ବିଶ୍ରାମ ନେବାକୁ ପଡ଼ିବ । ସେ ନିର୍ଦ୍ଧାରିତ ସମୟ ସୁଦ୍ଧା ନିଜର ଫିଟ୍‌ନେସ୍‌ ପ୍ରମାଣ କରିପାରିବେ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ବିସିସିଆଇ କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧାରୀ ।

ବେକରେ ଆଘାତ ଯୋଗୁଁ କାଉଣ୍ଟି ଖେଳିବେନି ବିରାଟ କୋହଲି ! birat

ପଢନ୍ତୁ ;

ଆଜି ଦ୍ଵିତୀୟ କ୍ଵାଲିଫାୟର : କୋଲକତା ନାଇଟ୍ ରାଇଡର୍ସଙ୍କୁ ଭେଟିବ ସଜରାଇଜର୍ସ ହାଇଦ୍ରାବାଦ !

Related posts

ସୁପରକିଙ୍ଗ୍‌ସକୁ ୪ ୱିକେଟରେ ହରାଇଲା ରୟାଲ୍ସ 

ଫୋର୍ବସ ଧନୀ ଖେଳାଳି ତାଲିକା: ଶ୍ରେଷ୍ଠ ୧୦୦ରେ କୋହଲି ଏକମାତ୍ର କ୍ରିକେଟର୍

କ୍ରିକେଟ ଖେଳାଳୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ମୁମ୍ୱାଇ ଅଣ୍ଡର-୧୯ ଦଳ ପାଇଁ ଖେଳିବେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More