Entertainment

୩୦ ବର୍ଷରେ ପଦାର୍ପଣ କଲେ ଅନୁଷ୍କା ଶର୍ମା

By ENO Beuro

May 01, 2018

ବିବାହ ପରେ ଅନୁଷ୍କାଙ୍କ ପ୍ରଥମ ଜନ୍ମଦିନ, ବିରାଟ କଲେ ଏପରି ସେଲିବ୍ରେଟ୍‌

ଆଜି ଅନୁଷ୍କା ଶର୍ମାଙ୍କ ଜନ୍ମଦିନ । ବଲିଉଡ କୁଇନ୍‌ ଅନୁଷ୍କା ଶର୍ମା ୩୦ ବର୍ଷରେ ପଦାର୍ପଣ କରିଛନ୍ତି । ଅନୁଷ୍କାଙ୍କ ଜନ୍ମଦିନର ଶୁଭେଚ୍ଛା ଦେବା ପାଇଁ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସୁଅ ଛୁଟିଛି ।ଏହି ବିଶେଷ ଦିନରେ ବିରାଟ ବା କିପରି ପଛରେ ରହିବେ । ଏଥିପାଇଁ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ତଥା ଅନୁଷ୍କାଙ୍କ ପତି ବିରାଟ କୋହଲି ତାଙ୍କ ଲେଡି ଲଭ୍‌କୁ ଭିନ୍ନ ଧରଣର ଶୁଭେଚ୍ଛା ଜଣାଇଛନ୍ତି ।

ମଙ୍ଗଳବାର ସକାଳେ ବିରାଟ ସୋସିଆଲ ମିଡିଆରେ ଏକ ସେଲ୍ଫି ପୋଷ୍ଟ କରିଛନ୍ତି । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ କୋହଲି ଏକ ମନମୁଗ୍ଧକର ଫଟୋସହ ଲେଖିଛନ୍ତି ‘Happy B’day my love’ ,ଯାହା ଏମାନଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ଆହୁରି ନିବିଡ କରିଦେଇଛି । ଏହି ପୋଷ୍ଟରେ ବିରାଟ ଅନୁଷ୍କାଙ୍କୁ କେକ୍‌ ଖୁଆଇବାର ନଜର ଆସୁଛନ୍ତି।  ଏବେ ଏହି ପୋଷ୍ଟଟି ଭାଇରାଲ ହେବାକୁ ଲାଗିଛି ।

ଏବେ ଦୁହେଁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ପାଇଁ ଏକାଠି ଥିବା ବେଳେ ଏଥରର ଜନ୍ମଦିନକୁ ଭିନ୍ନ ଭାବରେ ଉଭୟେ ସେଲିବ୍ରେଟ୍‌ କରିବେ ବୋଲି ଅନୁମାନ କରାଯାଉଛି । ତେବେ ବଲିଉଡ ଦୁନିଆରୁ ତାଙ୍କ ଜନ୍ମଦିନ ଅବସରରେ ଆସୁଛି ଅନେକ ଶୁଭେଚ୍ଛା । ଅନୁଷ୍କା ଏକାଧାରରେ ବଲିଉଡ ନାୟିକା ତଥା ପ୍ରଯୋଜିକା । ୨୦୦୮ରେ ‘ରବ୍‌ ନେ ବନାଦି ଯୋଡି’ରୁ ଅନୁଷ୍କା ଆରମ୍ଭ କରିଥିଲେ ତାଙ୍କ ବଲିଉଡ କ୍ୟାରିୟର୍‌ । ଏବେ ସେ ବଲିଉଡର ଅନ୍ୟତମ ହାଇଏଷ୍ଟ ପେଡ୍‌ ନାୟିକା। ନିକଟରେ ପରଦାକୁ ଆସିଥିବା ଫିଲ୍ମ ‘ପରି’ରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ଚକିତ କରିଥିଲା ।

ପଢନ୍ତୁ ;

ଲୋକଲଜ୍ୟା ସହି ନ ପାରି ଆତ୍ମହତ୍ୟା କଲେ ଦୁଷ୍କର୍ମ ପୀଡ଼ିତା