SPORTS

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ : କୋହଲି ଓ ପୂଜାରା ନିଜ ସ୍ଥାନ ବଜାୟ ରଖିଲେ , ରବିଚନ୍ଦ୍ରନ ଅଶ୍ୱିନ୍‌ ତଳକୁ ଖସିଲେ

କୋହଲିଙ୍କ ଜଲଓ୍ଵା ଜାରି

ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ବରିଷ୍ଠ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ପୂର୍ବପରି ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି । କିନ୍ତୁ ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍‌ ତଳକୁ ଖସିଛନ୍ତି । ବ୍ୟାଟିଂ ତାଲିକାରେ ଦ୍ଵିତୀୟ ସ୍ଥାନରେ କୋହଲି ରହିଥିଲା ବେଳ ଷଷ୍ଠ ସ୍ଥାନରେ ରହିଛନ୍ତି ଚେତେଶ୍ୱର ପୂଜାରା । ଅଶ୍ୱିନ୍‌ ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠରେ ଅଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡର୍ବାନ ଟେଷ୍ଟରେ ଶାଣିତ  ବୋଲିଂ କରି ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ମିଚେଲ ଷ୍ଟାର୍କ କ୍ୟାରିୟରର ସର୍ବଶ୍ରେଷ୍ଠ ମାନ୍ୟତା ପଞ୍ଚମରେ ପହଞ୍ଚିଛନ୍ତି।  ଷ୍ଟାର୍କ ଡର୍ବାନ ଟେଷ୍ଟରେ ୧୦୯ ରନ ଦେଇ  ୯ ଓ୍ଵିକେଟ୍ ନେଇଥିଲେ। ଷ୍ଟାର୍କଙ୍କ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ଘରୋଇ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ୧୧୮ ରନରେ ପରାସ୍ତ କରିଛି।

ବୋଲିଂ ତାଲିକାରେ ମିଚେଲ ମାର୍ଶ ଗୋଟିଏ ସ୍ଥାନ ଉପରକୁ ଉଠି ୫୮ତମ ସ୍ଥାନ ଅଧିକାର କରିଛନ୍ତି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଓପନର ଏଡେନ ମାରକ୍ରାମ ପ୍ରଥମ ଟେଷ୍ଟରେ ଶତକୀୟ ପାଳି ଖେଳି ୨୮ଟି ସ୍ଥାନ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ୧୯ତମ ସ୍ଥାନ ଅଧିକାର କରିଛନ୍ତି ।

ସେହିପରି ଅଭିଜ୍ଞ ଏବି ଡି’ଭିଲର୍ସ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱାଦଶ ସ୍ଥାନ ଅଧିକାର କରିଛନ୍ତି । କ୍ୱିଣ୍ଟନ ଡି’କକ୍‌ ୩ଟି ସ୍ଥାନ ଉପରକୁ ଉଠି ୨୨ତମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସ୍ପିନର କେଶବ ମହାରାଜ ଉପରକୁ ଉଠି ୨୮ତମ ସ୍ଥାନରେ ରହିଛନ୍ତି ।

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ : କୋହଲି ଓ ପୂଜାରା ନିଜ ସ୍ଥାନ ବଜାୟ ରଖିଲେ , ରବିଚନ୍ଦ୍ରନ ଅଶ୍ୱିନ୍‌ ତଳକୁ ଖସିଲେ virat and aswini

ପଢନ୍ତୁ ;

ହ୍ରୀତିକ ରୋଷନ ଏହି କଳାକାରଙ୍କ ଉପରେ ହୋଇଛନ୍ତି ଫିଦା

Related posts

ସେଞ୍ଚୁରିଅନ ଟି-୨୦: ଦକ୍ଷିଣ ଆଫ୍ରିକା ୬ ଓ୍ଵିକେଟ୍‌ରେ ଜିତିଲା

ENO Beuro

ଏସିଆ କପ୍ ସୁପର-୪ ପର୍ଯ୍ୟାୟ: ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା

ENO Beuro

ଧୋନୀ-ରାୟଡୁଙ୍କ ବିସ୍ଫୋରକ ବ୍ୟାଟିଂ, ଛକା ମାରି ଜିତାଇଲେ ଧୋନୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More