Celebs News

ବିଜୟ ପରେ ଅଷ୍ଟ୍ରେଲିଆ ଖେଳାଳିଙ୍କୁ କ୍ଷମା ମାଗିଲେ ବିରାଟ

S

Capture

ଚଳିତ ବିଶ୍ୱକପ୍‌ରେ ପୁଣି ଭାରତକୁ ମିଳିଛି ଏକ ରୋମାଞ୍ଚକର ବିଜୟ। ଗତକାଲି ଖେଳାଯାଇଥିବା ମ୍ୟାଚ୍‌ରେ ବିରାଟ ବାହିନୀ ଚମତ୍କାର ପ୍ରଦର୍ଶନ କରି ଟିମ୍ କଙ୍ଗାରୁକୁ ୩୬ ରନ୍‌ରେ ପରାସ୍ତ କରିଛି। ଚଳିତ ବିଶ୍ୱକପ୍‌ରେ ପୁଣି ଭାରତକୁ ମିଳିଛି ଏକ ରୋମାଞ୍ଚକର ବିଜୟ। ଅଷ୍ଟ୍ରେଲିଆ ଖେଳାଳି ଷ୍ଟିଭ୍‌ ସ୍ମିଥ୍‌କୁ  କ୍ଷମା ମାଗିଥିଲେ ଭାରତୀୟ କ୍ୟାପଟେନ ବିରାଟ କୋହଲି।

ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲୀ ଓ ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିଭ୍ ସ୍ମିଥଙ୍କ ମଧ୍ୟରେ ପଡ଼ିଆରେ ଅନେକ ଥର ଝଗଡ଼ା ହୋଇଥିବାର ଦେଖିଥିବେ । ହେଲେ ଗତକାଲି ଓଭାଲରେ ଖେଳାଯାଇଥିବା ମ୍ୟାଚରେ ଏହାର କିଛି ଭିନ୍ନ ଦେଖିବାକୁ ମିଳିଛି । ବ୍ୟାଟିଂ କରୁଥିଲେ ବିରାଟ କୋହଲୀ । ଅଧିନାୟକ ଆରୋନ୍ ଫିଞ୍ଚ ବାଉଣ୍ଡ୍ରି ନିକଟକୁ ସ୍ମିଥକୁ ଫିଲ୍ଡିଂ କରିବାକୁ ପଠାଇଥିଲେ । ଏହି ସମୟରେ ସେଠାରେ ଥିବା ଭାରତୀୟ ଦର୍ଶକ ସ୍ମିଥଙ୍କୁ ଚିଡାଇବାକୁ ଲାଗିଥିଲେ ।ଚିଟର ଚିଟର  କହି ପାଟି କରିଥିଲେ ଦର୍ଶକ । ଏଥିରେ ହସ୍ତକ୍ଷେପ କରିଥିଲେ ବିରାଟ । ଏପରି ନକରିବାକୁ ଦର୍ଶକଙ୍କୁ ଇସାରା ଦେଇଥିଲେ ବିରାଟ କୋହଲୀ । ସ୍ମିଥଙ୍କ ପାଇଁ ତାଳି ମାରିବାକୁ ଅପିଲ୍ କରିଥିଲେ । ଏହା ପରେ ଦର୍ଶକମାନେ ସ୍ମିଥ୍ଙ୍କୁ ପ୍ରଶଂସା କରିଥିଲେ । ସ୍ମିଥଙ୍କ ପାଇଁ ତାଳି ମାରିଥିଲେ । ମ୍ୟାଚ୍ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ କୋହଲୀ ଭାରତୀୟ ଦର୍ଶକଙ୍କ ତରଫରୁ କ୍ଷମା ମାଗିଥିଲେ ।

Sm

କୋହଲୀ କହିଥିଲେ ସ୍ମିଥ୍ ସହ ଯାହା ହୋଇଛି, ତାହା ଏବେ ପୁରୁଣା ହୋଇ ସାରିଛି । ସ୍ମିଥ୍ ଏବେ ବର୍ତ୍ତମାନରେ ଖେଳୁଛନ୍ତି । ପଡ଼ିଆ ଭିତରେ ଜଣେ ଖେଳାଳି ଖେଳୁଥିବା ସମୟରେ ଏପରି କରିବା ଠିକ୍ ନୁହଁ ।  ବଲ୍ ଟ୍ୟାମ୍ପରିଂ  ଅଭିଯୋଗରେ ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ୍ ଓ୍ଵାର୍ଣ୍ଣରଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା । ବସନ୍ଦ ପରେ ଦୁଇ ଖେଳାଳି ବିଶ୍ୱକପ୍ ଖେଳୁଛନ୍ତି ।

ପଢନ୍ତୁ: ଅଷ୍ଟ୍ରେଲିଆକୁ ୩୬ ରନ୍‌ରେ ପରାସ୍ତ କଲା ଭାରତ

Related posts

Sohini Mishra – A Popular Playback Singer With A Magical Voice

Jitendra

Successful In Both Odia Film Industry and Television World

Jitendra

ସଲମାନ୍‌ଙ୍କୁ ‘ବିଷାକ୍ତ ପୁରୁଷ’ କହି ଚର୍ଚ୍ଚାରେ ସୋନା ମହାପାତ୍ର

Ratnamani Moharana

Leave a Comment