Loading...

ରାଷ୍ଟ୍ରୀୟ ଗାନ ସମୟରେ ଚୁଇଂଗମ୍ ଚୋବାଇ ବିବାଦରେ କୋହଲି

ରାଷ୍ଟ୍ରୀୟ ଗାନ ସମୟରେ ଚୁଇଂଗମ୍ ଚୋବାଇ ବିବାଦରେ କୋହଲି

ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଥରେ ବିବାଦ ଘେରକୁ ଆସିଚନ୍ତି ।

ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଥରେ ବିବାଦ ଘେରକୁ ଆସିଚନ୍ତି । ମ୍ୟାଚ୍‌ ଆରମ୍ଭ ହେବା ପୁର୍ବରୁ  ଫସି ଯାଇଛନ୍ତି କୋହଲି । ଗତକାଲି ଅର୍ଥାତ୍‌ ରବିବାର ଦିନ ଦକ୍ଷିଣ ଆଫ୍ରିକା ବିରୋଧରେ ତୃତୀୟ ଓ ଶେଷ ଦିନିକିଆରେ ତାଙ୍କର ଏକ ଭୁଲ କାର୍ଯ୍ୟ ପାଇଁ ତାଙ୍କ ଫ୍ୟାନ୍ସମାନେ ରାଗି ଯାଇଛନ୍ତି । ତାଙ୍କର ଗୋଟିଏ ଭୁଲ ପାଇଁ ଲୋକମାନେ ବିସିସିଆଇଙ୍କୁ ବିରାଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିଛନ୍ତି ।

ତେବେ ବାସ୍ତବରେ କେପଟାଉନ୍ ରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯାଉଥିଲା । ଏହି ସମୟରେ ସମସ୍ତ ଖେଳାଳୀ ଠିଆ ହୋଇ ଜାତୀୟ ସଙ୍ଗୀତ ଗାନ କରୁଥିବା ବିରାଟଙ୍କର ଏହି ମୁହୁର୍ତ୍ତ କ୍ୟାମେରାରେ କଏଦ୍ ହୋଇଥିଲା । ଏହି ସମୟରେ ବିରାଟ କୋହଲି ସଙ୍ଗୀତ ଗାନ କରିବା ପରିବର୍ତ୍ତେ ଚୁଇଙ୍ଗମ୍ ଚୋବାଉଥିବା ନଜର ଆସିଥିଲେ । ବ୍ରଡକାଷ୍ଟ କ୍ୟାମେରାରେ ଅଲଗା ଅଲଗା ଏଙ୍ଗେଲ୍ରେ ଭିଡିଓକୁ କ୍ୟାପଚର କରାଯାଇଥିଲା । ଏହା ସହ ଦୁଇଟି ସଟ୍ ରେ ବିରାଟ ଚୁଇଙ୍ଗମ୍ ଚୋବାଉଥିବା ଦେଖିବାକୁ ମିଳିଥିଲେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.