SPORTS

ୱେଷ୍ଟଇଣ୍ଡିଜ ଗସ୍ତରେ ସବୁ ସିରିଜ୍ ଖେଳିବେ ବିରାଟ୍ କୋହଲି

Untitled 1

ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ୱେଷ୍ଟଇଣ୍ଡିଜ୍ ଗସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତ  ପାଇଁ ଶୁକ୍ରବାର ଭାରତୀୟ ଟିମର ଚୟନ କରାଯିବ। ଟିମ୍ ଇଣ୍ଡିଆ ଅଗଷ୍ଟ ୩ରୁ ଟି-୨୦ ସିରିଜ୍ ଖେଳି ୱେଷ୍ଟଇଣ୍ଡିଜ୍ ଗସ୍ତ ଆରମ୍ଭ କରିବ। ଭାରତ ଏହି ଗସ୍ତରେ ତିନୋଟି ଲେଖାଏ ଟି-୨୦ ଓ ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ଏହା ପୂର୍ବରୁ ତାଙ୍କୁ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ବିଶ୍ରାମ ଦିଆଯିବ ବୋଲି କୁହାଯାଉଥିଲା।

ବିଶ୍ୱକପ୍ ପରାଜୟ ପରେ ବିରାଟ୍ କୋହଲିଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଥିଲା। ବିସିସିଆଇ ଏହା ପୂର୍ବରୁ ବିରାଟ୍ ଓ ଯଶପ୍ରୀତ ବୁମ୍ରାଙ୍କୁ ସୀମିତ ଓଭର ସିରିଜରୁ ବିଶ୍ରାମ ଦେବା ନେଇ ଯୋଜନା କରିଥିଲା। ଏଥିସହ ରୋହିତ୍ ଶର୍ମାଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ଏବଂ ଟି-୨୦ ସିରିଜ୍ ପାଇଁ ଅଧିନାୟକ କରାଯିବା ପ୍ରାୟତଃ ନିଶ୍ଚିତ ଲାଗୁଥିଲା। କିନ୍ତୁ ଏବେ ବିରାଟ୍ ପୂରା ଗସ୍ତରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ। ୱେଷ୍ଟଇଣ୍ଡିଜ୍ ଗସ୍ତରେ ବିରାଟଙ୍କ ଉପସ୍ଥିତି ଭାରତୀୟ ବ୍ୟାଟିଂକ୍ରମକୁ ମଜଭୁତ୍ କରିବ, କାରଣ ଭାରତୀୟ ଟିମର ବ୍ୟାଟିଂ ବିରାଟ୍ ଓ ରୋହିତଙ୍କ ଉପରେ ଅଧିକ ନିର୍ଭରଶୀଳ।

ପଢନ୍ତୁ: ଅଧା କଟା କାରରେ ମୈଦାନକୁ ପହଞ୍ଚିଲା ICC ବିଶ୍ବ କପ ଟ୍ରଫି, ଦର୍ଶକ ତାଜୁବ

Related posts

ତୃତୀୟ ଟି-୨୦: ସିରିଜ ବରାବର କଲା ଭାରତ

ENO Beuro

Odisha Weightlifters Sneha & Jhilli Selected For Championships In Australia

ENO Beuro

ଭୁବନେଶ୍ୱର ହକି ବିଶ୍ୱକପ୍‌ରେ ଅତିଥିଙ୍କୁ ବଣ୍ଟାହେବ ମଦ

ENO Beuro

1 comment

Leave a Comment