SPORTS

୨୧ ତମ ଶତକ ହାସଲ କଲେ : ବିରାଟ କୋହଲି

ସେଞ୍ଚୁରିଆନରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନରେ ଖେଳ ଆରମ୍ଭ ହେବାର କିଛି ସମୟ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ୟାରିୟରରେ ୨୧ ତମ ଶତକ ହାସଲ କରିଛନ୍ତି।

କୋହଲିଙ୍କ ଏହି ଶତକ ବଳରେ ଭାରତ ଖବର ଲେଖା  ଯିବା ପର୍ୟ୍ୟନ୍ତ ୬ ଓ୍ଵିକେଟ୍ ବିନିମୟରେ ୨୨୩ ରନ କରିଛି। କୋହଲିଙ୍କ ଉପରେ ହିଁ ଭାରତ  ପ୍ରଥମ ପାଳିରେ କେତେ ରନ କରିବ ନିର୍ଭର କରୁଛି। କ୍ରିଜରେ କୋହଲି ୧୦୩ ଓ  ରବିଚନ୍ଦ୍ରନ ଅଶ୍ଵିନି  ୧୪ ରନ କରି ଖେଳୁଛନ୍ତି।

ଦିନର ଆରମ୍ଭରୁ ଭାରତକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରୂପେ ଷଷ୍ଠ ଝଟକା ଲାଗିଥିଲା। ରନ ଚୋରାଇବା ଚକରରେ ପାଣ୍ଡ୍ୟା ଫିଲାଣ୍ଡରଙ୍କ ଦ୍ଵାରା ରନ ଆଉଟ୍ ହୋଇଥିଲେ। ପାଣ୍ଡ୍ୟା  ୧୫ ରନ କରି ଆଉଟ୍ ହେବା ପୂର୍ବରୁ କୋହଲିଙ୍କ ସହ ପଞ୍ଚମ ଓ୍ଵିକେଟରେ ୪୪ ରନ ଯୋଡ଼ିଥିଲେ। ଉଲ୍ଲେଖଯୋଗ୍ୟ ଦ୍ଵିତୀୟ ଦିନରେ ଭାରତ ୫ ଓ୍ଵିକେଟ୍ ହରାଇ ୧୮୩ ରନ କରିଥିଲା।

ଏହି କ୍ରମରେ କୋହଲି ନିଜର ଟେଷ୍ଟ କ୍ୟାରିୟରରେ ୨୧ ତମ ଶତକ ହାସଲ କରିଛନ୍ତି। ଏହି ପାଳିରେ ୧୦ ଟି ଚୌକା ସାମିଲ ରହିଛି।

ପଢନ୍ତୁ ;

ଆପଣଙ୍କ ଲଭ୍ ଲାଇଫ୍ ଉପରେ କଣ କହୁଛି ଆପଣଙ୍କ ରାଶି, ଆସନ୍ତୁ ଜାଣିବା

Related posts

ଆଜିଠୁ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରିଡା

ENO Beuro

ଭୁବିଙ୍କ ବିଜୟ ଭେଟି : ୨୮ ରନରେ ଜିତିଲା ଭାରତ

ENO Beuro

ଆଇପିଏଲରୁ ବିଦା ହେଲେ ଷ୍ଟିଭ ସ୍ମିଥ : ଷ୍ଟିଭ ସ୍ମିଥଙ୍କ ସ୍ଥାନ ନେଲେ ଆଜିଙ୍କ୍ୟ ରାହାଣେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More