SPORTS

ଦିନିକିଆ ମାନ୍ୟତା:ଶୀର୍ଷ ମାନ୍ୟତା ସହ ରେଟିଂ ପଏଣ୍ଟରେ ରେକର୍ଡ କଲେ କୋହଲି

ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନରେ ନିଜ ସ୍ଥିତି ମଜଭୁତ କରିଛନ୍ତି । ସେ ନିଜ କ୍ୟାରିଅର୍ର ସର୍ବୋଚ୍ଚ ୯୧୧ ପଏଣ୍ଟ ପାଇଛନ୍ତି । ବୁଧବାର ଜାରି କରାଯାଇଥିବା ମାନ୍ୟତାରେ ଚାଇନାମ୍ୟାନ୍ ବୋଲର୍ ଶୀର୍ଷ-୧୦ରେ ପ୍ରବେଶକରି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି।

ଭାରତୀୟ ଚାଇନାମ୍ୟାନ୍‍ ସ୍ପିନର କୁଲଦୀପ ଯାଦବ ଆଇସିସି ଦିନିକିଆ ବୋଲର ମାନ୍ୟତାରେ ପ୍ରଥମଥର ଶୀର୍ଷ-୧୦ରେ ପ୍ରବେଶ କରିଛନ୍ତି। ଏହି ସିରିଜ୍‍ରେ ୯ଟି ୱିକେଟ ନେଇଥିବା କୁଲଦୀପଙ୍କ ମାନ୍ୟତାରେ ୮ଟି ସ୍ଥାନର ଉନ୍ନତି ଘଟିବାରୁ ଏବେ ସେ ୬ଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଶୀର୍ଷ-୧୦ ଦିନିକିଆ ବୋଲର ତାଲିକାରେ ସାମିଲ ହେବାରେ କୁଲଦୀପ ୩ୟ ଭାରତୀୟ। ପେସ୍‍ ବୋଲର ଯଶପ୍ରୀତ ବୁମ୍‍ରା ମାନ୍ୟତାର ୧ନଂ ସ୍ଥାନରେ ଅଛନ୍ତି। ଶୀର୍ଷ-୧୦ ଦିନିକିଆ ବୋଲର ତାଲିକାରେ କୁଲଦୀପ ହେଉଛନ୍ତି ୫ମ ସ୍ପିନର। ଅନ୍ୟ ୪ ସ୍ପିନର ହେଲେ ରସିଦ୍‍ ଖାଁ (୨ୟ), ଇମ୍ରାନ୍‍ ତାହିର (୭ମ), ଆଦିଲ ରସିଦ୍‍ (୮ମ) ଓ ୟୁଜବେନ୍ଦ୍ର ଚହଲ (୧୦ମ)।

ଟିମ୍ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ଥିବା ଇଂଲଣ୍ଡ (୧୨୭ ପଏଣ୍ଟ) ୧ ପଏଣ୍ଟ ପାଇଛି । ତେବେ ଭାରତ ଏକ ପଏଣ୍ଟ ହରାଇ ୧୨୧ ପଏଣ୍ଟରେ ପହଞ୍ଚିଛି।

ଦିନିକିଆ ମାନ୍ୟତା:ଶୀର୍ଷ ମାନ୍ୟତା ସହ ରେଟିଂ ପଏଣ୍ଟରେ ରେକର୍ଡ କଲେ କୋହଲି ଦିନିକିଆ ମାନ୍ୟତା:ଶୀର୍ଷ ମାନ୍ୟତା ସହ ରେଟିଂ ପଏଣ୍ଟରେ ରେକର୍ଡ କଲେ କୋହଲି virst

ପଢନ୍ତୁ; ସଂସଦରେ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି

Related posts

ଏସିଆ କପ: ଆଜି ବାଂଲାଦେଶକୁ ଭେଟିବ ଭାରତ

Krishna Kumar Manoj

ଶ୍ରୀଲଙ୍କା-ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନରେ ଆରମ୍ଭ ହୋଇ ସାରିଛି

Krishna Kumar Manoj

ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳିବ : ଓ୍ବେଷ୍ଟଇଣ୍ଡିଜ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More