ମାଡେମ ଟୁସାଡ୍ସଙ୍କ ସଂଗ୍ରହାଳୟରେ ସ୍ଥାନ ପାଇବା କୋହଲିଙ୍କ ମହମ ପ୍ରତିମୂର୍ତି

ମାଡେମ ଟୁସାଡ୍ସରେ ରହିବା କୋହଲିଙ୍କ ପ୍ରତିମୂର୍ତି

ଭାରତୀୟ କ୍ରିକେଟ ଦଳର ଅଧିନୟକ ବିରାଟ କୋହଲିଙ୍କ ମହମ ପ୍ରତିମୂର୍ତି ଖୁବ୍ ଶୀଘ୍ର ମାଦେମ ଟୁସାଡ୍ସଙ୍କ ସଂଗ୍ରହାଳୟରେ ସ୍ଥାନ ପାଇବାକୁ ଯାଉଛି । କ୍ରିକେଟ କ୍ୟାରିୟର ଆରମ୍ଭ କରିବା ଦିନ ଠାରୁ କୋହଲି ସଫଳତାର ପାହାଚ ଚଢି ଚାଲିଛନ୍ତି । ମାଡେମ ଟୁସାଡ୍ସଙ୍କ ସଂଗ୍ରହାଳୟରେ ବିଶ୍ଵର ପ୍ରାୟ ସମସ୍ତ ଶ୍ରେଷ୍ଠ ଖେଳାଳିଙ୍କ ପ୍ରତିମୂର୍ତି ସ୍ଥାନ ପାଇ ସାରିଛି ।

ଭାରତରୁ ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକରଙ୍କ ଓ କପିଳ ଦେବ ମଧ୍ୟ ସଂଗ୍ରହାଳୟରେ ସ୍ଥାନ ପାଇଛନ୍ତି । ମାଡେମ ଟୁସାଡ୍ସଙ୍କ ସଂଗ୍ରହାଳୟରେ ସ୍ଥାନ ପାଇବା ଗର୍ବ ଓ ସମ୍ମାନର ବୋଲି କୋହଲି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ , ସାରା ଜୀବନ ସ୍ମରଣୀୟ କରିବା ଭଳି ଅନୁଭୂତି ହୋଇଥିବାରୁ ମାଡେମ ଟୁସାଡ୍ସଙ୍କ ଟିମକୁ ଧନ୍ୟବାଦ ଦେଉଛି ।

ଦିଲ୍ଲୀର ବିଶ୍ୱବିଖ୍ୟାତ ବ୍ୟାଟ୍‍ସମ୍ୟାନ କୋହଲି ୨୦୦୬ରେ ପ୍ରଥମଶ୍ରେଣୀ କ୍ରିକେଟ୍‍ ଜୀବନର ଆରମ୍ଭ କରିବା ସହ ୨୦୦୮ରେ ଭାରତୀୟ ୧୯ ବର୍ଷ ଦଳର ନେତୃତ୍ୱ ନେଇ ଦଳକୁ ବିଶ୍ୱ ଚମ୍ପିଆନ୍‍ କରିବା ସହ ୩ଟିଯାକ ଫର୍ମାଟରେ ଭାରତୀୟ ଦଳର ସର୍ବଶ୍ରେଷ୍ଠ ବ୍ୟାଟ୍‍ସମ୍ୟାନ୍‍ ପାଲଟିବା ଏବଂ ତାଙ୍କ ନେତୃତ୍ୱରେ ଭାରତ ଆଇସିସି ଟେଷ୍ଟ ମାନ୍ୟତାରେ ୧ନଂ ସ୍ଥାନ ହାସଲ କରିବା ପରେ ସେ ଆଉ ପଛକୁ ଫେରି ନାହାନ୍ତି ।

କୋହଲି ଗୋଟିଏ ପରେ ଗୋଟିଏ ରେକର୍ଡ ଭଙ୍ଗ କରି ଚାଲିଥିବା କୋହଲି ଅର୍ଜୁନ ପୁରସ୍କାର , ଆଇସିସି ଶ୍ରେଷ୍ଠ କ୍ରିକେଟ ଖେଳାଳି , ବିସିସିଆଇ ଶ୍ରେଷ୍ଠ ଖେଳାଳି ଓ ପଦ୍ମର୍ଶୀ  ସମ୍ମାନ ହାସଲ କରିଛନ୍ତି।

ଦିଲ୍ଲୀର ମାଡାମ୍‍ ତୁସାଡ୍‍ସରେ କୋହଲିଙ୍କ ମହମ ମୂର୍ତ୍ତି ଏଠାରେ ୨୩ତମ ହେବ ଏବଂ କ୍ରିକେଟର ଭାବେ ୩ୟ ।୨୯ ବର୍ଷ ବୟସ୍କ ବିରାଟ କୋହଲି ୬୬ଟି ଟେଷ୍ଟରୁ ୨୧ଟି ଶତକ ସହ ୫୫୫୪ ରନ୍‍, ୨୦୮ ଦିନିକିଆରୁ ୩୫ଟି ଶତକ ସହ ୯୫୮୮ ରନ୍‍ ଓ ୫୭ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ରୁ ୧୯୮୩ ରନ୍‍ କରିଛନ୍ତି ।

ପଢନ୍ତୁ ;

ଆଇପିଏଲ-୧୧ ଉଦ୍‌ଘାଟନୀ ଉତ୍ସବ : ନୃତ୍ୟ ପ୍ରଦର୍ଶନ କରିବେ ରଣବୀର, ଜ୍ୟାକଲିନ୍‌, ବରୁଣ ଓ ପରିଣିତି

ଭାରତୀୟ କ୍ରିକେଟ ଦଳର ଅଧିନୟକ ବିରାଟ କୋହଲିଙ୍କ ମହମ ପ୍ରତିମୂର୍ତି ଖୁବ୍ ଶୀଘ୍ର ମାଦେମ ଟୁସାଡ୍ସଙ୍କ ସଂଗ୍ରହାଳୟରେ ସ୍ଥାନ ପାଇବାକୁ ଯାଉଛି - 90%

90%

ଭାରତରୁ ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକରଙ୍କ ଓ କପିଳ ଦେବ ମଧ୍ୟ ସଂଗ୍ରହାଳୟରେ ସ୍ଥାନ ପାଇଛନ୍ତି - 87%

87%
88.5%

Very Good!

ମାଡେମ ଟୁସାଡ୍ସଙ୍କ ସଂଗ୍ରହାଳୟରେ ସ୍ଥାନ ପାଇବା କୋହଲିଙ୍କ ମହମ ପ୍ରତିମୂର୍ତି

ଭାରତୀୟ କ୍ରିକେଟ ଦଳର ଅଧିନୟକ ବିରାଟ କୋହଲିଙ୍କ ମହମ ପ୍ରତିମୂର୍ତି ଖୁବ୍ ଶୀଘ୍ର ମାଦେମ ଟୁସାଡ୍ସଙ୍କ ସଂଗ୍ରହାଳୟରେ ସ୍ଥାନ ପାଇବାକୁ ଯାଉଛି । କ୍ରିକେଟ କ୍ୟାରିୟର ଆରମ୍ଭ କରିବା ଦିନ ଠାରୁ କୋହଲି ସଫଳତାର ପାହାଚ ଚଢି ଚାଲିଛନ୍ତି । ମାଡେମ ଟୁସାଡ୍ସଙ୍କ ସଂଗ୍ରହାଳୟରେ ବିଶ୍ଵର ପ୍ରାୟ ସମସ୍ତ ଶ୍ରେଷ୍ଠ ଖେଳାଳିଙ୍କ ପ୍ରତିମୂର୍ତି ସ୍ଥାନ ପାଇ ସାରିଛି ।

No Votes Yet

You're not rated yet