SPORTS

ସଚିନଙ୍କ ସମସ୍ତ ରେକର୍ଡ ଭାଙ୍ଗିବେ କୋହଲି : ଆବାସ

sachin

ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଅନ୍ତଜାର୍ତିୟ କ୍ରିକେଟ କ୍ୟାରିୟର ମଧ୍ୟରେ କିମ୍ବଦନ୍ତି ବ୍ୟଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସମସ୍ତ ରେକର୍ଡ ଭଙ୍ଗ କରିବେ ବୋଲି ପାକିସ୍ଥାନ ପୂର୍ବତନ କ୍ରିକେଟ ଖେଳାଳି ଜାହିର ଆବାସ ପ୍ରକାଶ କରିଛନ୍ତି।

sachin

କୋହଲିଙ୍କ ନାମରେ ଏବେ ୩୯ ଦିନିକିଆ ଶତକ ରହିଛି। ତେନ୍ଦୁଲକର(୪୯)ଙ୍କ ରେକର୍ଡକୁ ଭାଙ୍ଗିବା ଲାଗି ଭାରତୀୟ ଅଧିନାୟକ କୋହଲିଙ୍କୁ ଆଉ ୧୧ ଶତକ ଦରକାର। ଏକ ଟିଭି ଶୋ’ କାର୍ଯ୍ୟକ୍ରମରେ ଯୋଗଦେଇ ଆବାସ କହିଛନ୍ତି, ବର୍ତ୍ତମାନ ବିରାଟ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ସେ ସମସ୍ତ ରେକର୍ଡ ଭଙ୍ଗ କରିବେ। କେବଳ ବିରାଟ ନୁହେଁ ଭାରତୀୟ ଦଳର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନମାନେ ମଧ୍ୟ ନୂଆ ରେକର୍ଡ କରିପାରିବେ।

ରୋହିତ ଶର୍ମାଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି। ତାଙ୍କ ନିକଟରେ ଭଲ ଶଟ ଅଛି। ଏଥିଯୋଗୁ ତାଙ୍କୁ କେବଳ କ୍ରିଜ୍‌ରେ ତିଷ୍ଠି ରହିବାର ଆବଶ୍ୟକତା ଅଛି। ଏହା ସହଜ ନୁହେଁ। ଏଥିନେଇ କଠିନ ପରିଶ୍ରମ କରିବାକୁ ପଡ଼େ। ଭାରତୀୟ ଦଳର ବୋଲର ମଧ୍ୟ ଏବେ ଭଲ ପ୍ରଦର୍ଶନ କରୁଛନ୍ତି।

ଏଥିଲାଗି ଭାରତ ଶ୍ରେଷ୍ଠ ଦଳ ହୋଇପାରିଛି ବୋଲି ଆବାସ କହିଛନ୍ତି।

ପଢନ୍ତୁ; ସର୍ଭେ: ଅଯୋଧ୍ୟାରେ ରାମ ମନ୍ଦିର ସପକ୍ଷରେ ୬୯% ଲୋକ

Related posts

ଦ୍ୱିତୀୟ ଟି-ଟ୍ୱେଣ୍ଟି: ଟସ୍‌ ଜିଣି ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଲେ ନ୍ୟୁଜିଲାଣ୍ଡ

ENO Beuro

ନିଦାହାସ ଟ୍ରଫି : ଆଜି ବାଂଲାଦେଶକୁ ଭେଟିବ ଭାରତ

ENO Beuro

ହକି ବିଶ୍ଵକପ ୨୦୧୮: ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ ଟକ୍କର

ENO Beuro

Leave a Comment