EnewsOdia.Com

ଟିଭିରେ ସୁପର୍‍ହିରୋ ସାଜିବେ ବିରାଟ

ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲୀଙ୍କୁ ଖୁବଶୀଘ୍ର ନୂଆ ଅବତାରରେ ଦେଖିବାକୁ ମିଳିବ। ସେ ଟିଭିରେ ଆନିମେଟେଡ଼୍‍ ସୁପରହିରୋ ‘ସୁପର୍‍ ଭି’ ରୂପରେ ଦର୍ଶକଙ୍କ ମନୋରଞ୍ଜନ କରିବେ।

ସୂଚନା ଅନୁସାରେ, ଷ୍ଟାର୍‍ ଇଣ୍ଡିଆ ନେଟ୍‍ୱର୍କ ସୁପର୍‍ହିରୋ ଆନିମେଟେଡ଼୍‍ ସିରିଜ୍‍ ‘ସୁପର୍‍ ଭି’ ଲଞ୍ଚ୍‍ କରିବାକୁ ଯାଉଛି। ବିରାଟଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏହି ସିରିଜ୍‍ ନିର୍ମାଣ କରାଯାଇଛି। ଏଥିରେ ୧୫ ବର୍ଷୀୟ ‘ସୁପର୍‍ ଭି’ ଦୁନିଆକୁ ବଞ୍ଚାଉଥିବା ଦେଖିବାକୁ ମିଳିବ।

ଏହି ଶୋ ବିରାଟଙ୍କ ଜନ୍ମଦିନ ଅବସରରେ ଅର୍ଥାତ୍‍ ନଭେମ୍ବର ୫ ତାରିଖରୁ ଆରମ୍ଭ ହେବ। ଦର୍ଶକ ଏହାକୁ ଷ୍ଟାର୍‍ ପ୍ଲସ୍‍, ଷ୍ଟାର୍‍ ସ୍ପୋର୍ଟସ୍‍, ଡିଜ୍ନୀ ଚ୍ୟାନେଲ୍‍, ମାର୍ଭଲ୍‍ ଏଚ୍‍କ୍ୟୁ ଏବଂ ହଟ୍‍ଷ୍ଟାରରେ ଦେଖିପାରିବେ। ୧୫ ଭାଗ ବିଶିଷ୍ଟ ଏହି ସିରିଜ୍‍ରେ କମେଡ଼ି, ଆକ୍ସନ ଓ ଡ୍ରାମାର ତଡ଼୍‍କା ଦେଖିବାକୁ ମଳିବ। ଏହା ଏକ ସାପ୍ତାହିକ ଶୋ’ ଏବଂ ଏହାର ପ୍ରତ୍ୟେକ ଏପିସୋଡ଼୍‍ ଶେଷରେ ବିରାଟ କାହାଣୀର ଏକ ପ୍ରମୁଖ ବିଷୟର ସାରାଂଶ କହି ଦର୍ଶକଙ୍କୁ ଏକ ସନ୍ଦେଶ ଦେବେ।

ପଢନ୍ତୁ: ଦୂତି ଚାନ୍ଦଙ୍କୁ ଭୋଗ୍ ସ୍ପୋଟର୍ସ ପର୍ସନ୍ ଅଫ୍ ଦି ଇୟର୍ ସମ୍ମାନ

ସମ୍ବନ୍ଧିତ ଖବର

୧୦ମାସ ପର୍ଯ୍ୟନ୍ତ ଦରମା ନ ମିଳିବାରୁ ଅଫିସରେ ଜୀବନ ହାରିଲେ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ

Ratnamani Maharana

୪ ଦିନର ସଂଘର୍ଷ ପରେ ଶେଷରେ ହାରିଗଲା ସୁଜିତ୍

Ratnamani Maharana

୨୩ରେ ବଙ୍ଗୋପସାଗରରେ ଲଘୁଚାପ ବଳୟ ୨୪ରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

Ratnamani Maharana

ଓଡ଼ିଶାର ବଡ଼ ପରିବାର; ୮୦ ବର୍ଷର ପୁରୁଣା ଘରେ ରହୁନ୍ତି ୧୨୩ ଜଣ ସଦସ୍ୟ

Ratnamani Maharana

ଜଗନ୍ନାଥ ହେ… ରକ୍ଷା କର, ବିମାନରେ ନିଆଁ ଲାଗିବା ପରେ କିଛି ଏପରି ଥିଲା ଦୃଶ୍ୟ

Ratnamani Maharana

ନଭେମ୍ବର ୨ୟ ସପ୍ତାହରେ ରାଜ୍ୟରେ ଅନୁଭୂତ ହେବ ଶୀତ

Ratnamani Maharana