ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ବିରାଟ ହେମପୁରସ୍ଥିତ ରିମାଉଣ୍ଟ ଟ୍ରେନିଂ ସ୍କୁଲରୁ ବର୍ଷ ୨୦୦୩ରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ଦଳରେ ସାମିଲ ହୋଇଥିଲା। ଏହା ହୋନୋଭେରିୟନ ପ୍ରଜାତିର ଘୋଡ଼ା।
ଆଜି ସାରା ଦେଶ ୭୩ତମ ଗଣତନ୍ତ୍ର ଦିବସ ବେଶ୍ ଉତ୍ସାହର ସହିତ ପାଳନ କରୁଛି। କରୋନା ମହାମାରୀ ଭିତରେ ବି ସକାଳେ ଦିଲ୍ଲୀ ରାଜରାସ୍ତାରେ ପରେଡ୍ ଆୟୋଜନ କରାଯାଇଥିଲା। ଏହି ସମୟରେ ଭାରତର ସାମରିକ ଶକ୍ତିଠାରୁ ଆରମ୍ଭ କରି ସାଂସ୍କୃତିକ, ପାରମ୍ପରିକ ଐତିହ୍ୟ ପର୍ଯ୍ୟନ୍ତ, ଏ ସବୁର ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିଥିଲା। ତେବେ ଚଳିତ ବର୍ଷ ଗଣତନ୍ତ୍ର ଦିବସ ଆଉ ଏକ କାରଣ ପାଇଁ ବେଶ୍ ସ୍ୱତନ୍ତ୍ର ରହିଥିଲା। ଆଜିର ଦିନରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ଦଳରେ ସାମିଲ ଥିବା ବିରାଟ ନାମକ ଘୋଡା ଅବସର ଗ୍ରହଣ କରୁଛି। ଅର୍ଥାତ୍ ଆଜି ହିଁ ବିରାଟର ଶେଷ କାର୍ଯ୍ୟ ଦିବସ। ଆସନ୍ତୁ ଜାଣିବା ବିରାଟ ବିଷୟରେ।
ବିରାଟ ୧୩ ଥର ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରି ସାରିଛି। ଆଜି ଗଣତନ୍ତ୍ର ଦିବସ ପରେଡ ପରେ ତାକୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଭିନନ୍ଦନ ଜଣାଇଥିଲେ। ତାକୁ ହାତରେ ଛୁଇଁଥିଲେ ଏବଂ ବହୁତ ଭଲ ପାଇବା ଦେଇଥିଲେ। ବିରାଟ ନିଜର ଯୋଗ୍ୟତା ତଥା ସେବା ଯୋଗୁ ଅନେକ ଥର ସମ୍ମାନିତ ହୋଇ ସାରିଛି। ବରାଟ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରହି ଆସିଛି। ତାକୁ ପ୍ରେସିଡେଣ୍ଟସ୍ ବଡିଗାର୍ଡର ଚାର୍ଜର ମଧ୍ୟ କୁହାଯାଇଥାଏ। ବିରାଟକୁ ଚଳିତ ବର୍ଷ ସେନା ଦିବସ ଅବସରରେ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ କମେଣ୍ଡଶନ କାର୍ଡରେ ମଧ୍ୟ ସମ୍ମାନିତ କରାଯାଇଛି। ବିରାଟ ବହୁତ ଲମ୍ବା ଘୋଡା।
ବିରାଟ ହେମପୁରସ୍ଥିତ ରିମାଉଣ୍ଟ ଟ୍ରେନିଂ ସ୍କୁଲରୁ ବର୍ଷ ୨୦୦୩ରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ଦଳରେ ସାମିଲ ହୋଇଥିଲା। ଏହା ହୋନୋଭେରିୟନ ପ୍ରଜାତିର ଘୋଡ଼ା। ଜଣେ ଅଧିକାରୀଙ୍କ କହିବା ହେଲା ଯେ ବିରାଟ ବୃର୍ଦ୍ଧାବସ୍ଥା ସତ୍ତ୍ୱେ ଗତ ବର୍ଷ ଗଣତନ୍ତ୍ର ଦିବସ ପରେଡ୍ ଏବଂ ବିଟିଙ୍ଗ୍ ଦ ରିଟ୍ରିଟ୍ ସମାରୋହରେ ଭଲ ପ୍ରଦର୍ଶନ କରିଥିଲା। ଅଧିକାରୀ ଜଣକ କହିଛନ୍ତି, ସେ ବିରାଟ ଉପରେ ବସି ରାଷ୍ଟ୍ରପତିଙ୍କୁ ଚାରି ଥର ପରେଡ୍ରେ ସାଲ୍ୟୁଟ୍ କରିବାର ସୁଯୋଗ ନେଇଛନ୍ତି। ତାଙ୍କ ମୁତାବକ, ଏହା ଏକ ଗର୍ବର ବିଷୟ। ବିରାଟ ତାଙ୍କୁ ପ୍ରଥମ ଥର ନର୍ଭସ ହେବାରୁ ରକ୍ଷା କରିଥିଲା। ସେ ସମସ୍ତ ଘୋଡାଠାରୁ ବହୁତ ଭିନ୍ନ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।