ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ପ୍ରଖ୍ୟାତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ ସୋମବାର ଓଡ଼ିଶା ପହଞ୍ଚିଛନ୍ତି। ଏକ ଘରୋଇ ବିଦ୍ୟାଳୟ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେବାକୁ ଆସିଥିବା ସେହବାଗଙ୍କୁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି।
କ୍ରିକେଟ୍ ପ୍ରେମୀଙ୍କ ଗହଣରେ ସେ ବୀରୁ, ନବାବ ଅଫ୍ ନଫଜଗଡ଼, ସୁଲତାନ୍ ଅଫ୍ ମୁଲତାନ ଭାବେ ପରିଚିତ। ଅବସର ପରେ ମଧ୍ୟ ସାମଜିକ ଗଣମାଧ୍ୟମ ଜରିଆରେ ମଜାଦାର କଥା କହି ପ୍ରଶଂସକଙ୍କ ହୃଦୟ ଜିତିବା ଧାରାକୁ ଜାରି ରଖିଛନ୍ତି। ଏହା ପୂର୍ବରୁ ସେ ବହୁବାର ଓଡ଼ିଶା ଆସିଛନ୍ତି ଏବଂ ବାରବାଟୀ ଷ୍ଟାଡିୟମ୍ରେ ଖେଳିବା ସହ ଦଳର ନେତୃତ୍ବ ବି ନେଇଛନ୍ତି।
ପଢନ୍ତୁ: ମାର୍ଚ୍ଚ ୨୯ରୁ ଆଇପିଏଲ୍ ମହାସମର
2 comments