Loading...

ପୀଠରେ ୧୪୪ ଧାରା ଲାଗୁପରେ ବଡଓଷାରେ ଭର୍ଚୁଆଲରେ ଦର୍ଶନ ଦେବେ ଧବଳେଶ୍ଵର

ପୀଠରେ ୧୪୪ ଧାରା ଲାଗୁପରେ ବଡଓଷାରେ ଭର୍ଚୁଆଲରେ ଦର୍ଶନ ଦେବେ ଧବଳେଶ୍ଵର

ଚଳିତ ବର୍ଷ ବାବା ଧବଳେଶ୍ବରଙ୍କ ପଞ୍ଚୁକ ଓ ବଡ଼ଓଷାରେ ଭର୍ଚୁଆଲରେ ହେବ ମହାଦେବଙ୍କ ଦର୍ଶନ। ଧବଳେଶ୍ୱରରେ ଝୁଲା ପୋଲର ଅବସ୍ଥା ତଦାରଖ କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟୀନି।

ଚଳିତ ବର୍ଷ ବାବା ଧବଳେଶ୍ବରଙ୍କ ପଞ୍ଚୁକ ଓ ବଡ଼ଓଷାରେ ଭର୍ଚୁଆଲରେ ହେବ ମହାଦେବଙ୍କ ଦର୍ଶନ। ଧବଳେଶ୍ୱରରେ ଝୁଲା ପୋଲର ଅବସ୍ଥା ତଦାରଖ କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟୀନି।ଝୁଲାପୋଲର ସ୍ଥିତି ଅନୁଧ୍ୟାନ କରିବା ସହ ପୀଠ ପରିଦର୍ଶନ କରିଥିଲେ ଜିଲ୍ଲାପାଳ। ପଞ୍ଚୁକ ଓ ବଡ଼ ଓଷାରେ ଧବଳେଶ୍ୱର ମହାଦେବଙ୍କ ଦର୍ଶନକୁ ନେଇ ସେ ବୈଠକ ମଧ୍ୟ କରିଥିଲେ। ବୈଠକରେ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଝୁଲା ପୋଲ ଦୁର୍ବଳ ଥିବାରୁ ଲୋକଙ୍କ ଯିବାଆସିବା ଉପରେ କଟକଣା ଲଗାଯାଇଛି।

ଏହାସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ସେଠାରେ ୧୪୪ ଧାରା ଜାରି କରାଯାଇଛି। ବଡ଼ ଓଷାରେ ଧବଳେଶ୍ୱର ପୀଠରେ ପ୍ରବଳ ଭିଡ଼ ହେବା ସହ ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ବ୍ରତଧରୀଙ୍କ ଭିଡ଼ ଲାଗେ। ଏହି ସମୟରେ ଧବଳେଶ୍ବର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲରେ ମଧ୍ୟ ପ୍ରବଳ ଭିଡ଼ ଜମିବାର ସମ୍ଭାବନା ଅଛି। ତେବେ କୌଣସି ଅଘଟଣକୁ ରୋକିବା ପାଇଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଅନ୍ୟପଟେ ନୀତିକାନ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପୂଜକ ସମିତି ପକ୍ଷରୁ କୁହାଯାଇଛି।

 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.