Loading...

ସିନେମା ସାର୍ଟିଫିକେଟ ପାଇଁ ତାମିଲ ଅଭିନେତା ବିଶାଳଙ୍କ ଠାରୁ ଲାଞ୍ଚ ନେଇଛି ସିବିଏଫସି

ସିନେମା ସାର୍ଟିଫିକେଟ ପାଇଁ ତାମିଲ ଅଭିନେତା ବିଶାଳଙ୍କ ଠାରୁ ଲାଞ୍ଚ ନେଇଛି ସିବିଏଫସି

ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ‌ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।

ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ‌ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ। ଏହି କ୍ରମରେ ତାମିଲ ଅଭିନେତା ବିଶାଳ  ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ନିଜ ‘ଏକ୍ସ’ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସେ ନିଜ ସହିତ ଘଟିଥିବା ଘଟଣାକୁ ସମସ୍ତଙ୍କ ସହିତ ଆଲୋଚନା କରିଛନ୍ତି।ବିଶାଲ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ସିନେମା ‘ମାର୍କ ଆଣ୍ଟନୀ’ ହିନ୍ଦି ସଂସ୍କରଣ ପାଇଁ ସେନସର ସାର୍ଟିଫିକେଟ ନେବା ପାଇଁ ମୁଁ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଟ (ସିବିଏଫସି)କୁ ଲାଞ୍ଚ ବାବଦକୁ ୬.୫ ଲକ୍ଷ ଟଙ୍କାର ଦେଇଛି । କାରଣ ସିବିଏଫସିରେ ସ୍କ୍ରିନିଙ୍ଗ ପାଇଁ ୩ଲକ୍ଷ ଓ ସାର୍ଟିଫିକେଟ ପାଇବା ପାଇଁ ୩.୫ଲକ୍ଷ ଟଙ୍କା ଜମା କରିବାକୁ ଆମକୁ କୁହାଯାଇଥିଲା। ଏହି ଟଙ୍କା ମୁଁ ଦୁଇଟି ପର୍ଯ୍ୟାୟରେ ଦେଇଛି। ଏହାର ପ୍ରମାଣ ବି ମୋ ପାଖରେ ଅଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.