Entertainment

ରିଲିଜ ହେଲା କମଲ ହାସନଙ୍କ ଫିଲ୍ମ ‘ବିଶ୍ୱରୂପମ-୨’ର ଟ୍ରେଲର

କମଲ ହାସନଙ୍କ ‘ବିଶ୍ୱରୂପମ- ୨’ ର ଟ୍ରେଲର ମୁକ୍ତିଲାଭ କରିଛି

୨୦୧୩ରେ ଆସିଥିବା ଫିଲ୍ମ‘ବିଶ୍ୱରୂପ’ର ସିକ୍ୱେଲ ‘ବିଶ୍ୱରୂପ-୨’ର ଟ୍ରେଲରରେ କମଲ ହାସନ ଦମଦାର ଭୁମିକାରେ ନଜର ଆସିଛନ୍ତି । କିଛି ଦିନ ହେବ ରାଜନୀତିରେ ସକ୍ରିୟ ଥିବା କମଲ ହାସନ, ଫିଲ୍ମରେ ମୁଖ୍ୟ ନାୟକ ଭୂମିକାରେ ଅଛନ୍ତି । କମଲଙ୍କ ଦ୍ୱାରା ନିର୍ମିତ , ଲିଖିତ ଏବଂ ନିର୍ଦ୍ଦେଶିତ ଏହି ଫିଲ୍ମ ୧୦ଅଗଷ୍ଟରେ ପରଦାରେ ରିଲିଜ ହେବ।

ବିଶ୍ୱରୂପମ୍-୨’ର ନିର୍ଦ୍ଦେଶନା ନିଜେ କମଲ ହାସନ ଦେଇଛନ୍ତି। ଫିଲ୍ମକୁ ଉଭୟ ତାମିଲ ଏବଂ ହିନ୍ଦୀ ଭାଷାରେ ରିଲିଜ୍ କରାଯିବ। ତେବେ ଫିଲ୍ମଟିର ହିନ୍ଦୀ ଭର୍ସନକୁ ରୋହିତ ସେଟ୍ଟୀ ଏବଂ ରିଲାୟନ୍ସ ଏଣ୍ଟରଟେନମେଣ୍ଟ ପ୍ରେଜେଣ୍ଟ କରିଛନ୍ତି। କମଲ ଫିଲ୍ମର ଟ୍ରେଲର ଲଞ୍ଚକୁ ନେଇ କହିଛନ୍ତି, ‘ମୁଁ ବହୁତ ଖୁସି ଅଛି ଯେ ଆମେ ବିଶ୍ୱରୂପମ-୨ ଟ୍ରେଲର ସହିତ ଆସୁଛୁ । ମୁଁ ଆପଣଙ୍କ ପାଖରେ କୃତଜ୍ଞ କାରଣ ଏହି ସ୍ୱିକେଲ ପାଇଁ ଧୈର୍ଯ୍ୟ ରଖିଲେ, ଆମେ ଆପଣଙ୍କର ଏହି ସପୋର୍ଟ ଏବଂ ଭଲପାଇବା ବ୍ୟର୍ଥ ଯିବାକୁ ଦେବୁନି। ଏହି ଫିଲ୍ମରେ କାମ କରିଥିବା ସମସ୍ତେ ମୋର ନିଜର। ମୁଁ ରୋହିତ ସେଟ୍ଟୀ ଏବଂ ରିଲାୟନ୍ସ ଏଣ୍ଟରଟେନମେଣ୍ଟର ପ୍ରେଜେଣ୍ଟକୁ ସ୍ୱାଗତ କରୁଛି। ଲୋକଙ୍କ ବିଶ୍ୱାସ ଆମକୁ ଶକ୍ତି ଦେଇଛି। ମୁଁ ଆଶା କରୁଛି ଆପଣମାନଙ୍କୁ ଏହି ଫିଲ୍ମ ବହୁତ ପସନ୍ଦ ଆସିବ’।

ପଢନ୍ତୁ; ଉତ୍ତରପ୍ରଦେଶ ମେନପୁରୀରେ ବସ୍ ଦୁର୍ଘଟଣା: ୧୭ ଯାତ୍ରୀ ମୃତ ଏବଂ ୧୨ ଗୁରୁତର ଆହତ

Related posts

ବନ୍ଦ ହେବ ପ୍ରସିଦ୍ଧ ଧାରାବାହିକ ‘ସାବଧାନ ଇଣ୍ଡିଆ’

ENO Beuro

ପରଦାକୁ ଆସିଲା ପ୍ରଭାସଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମ ‘ସାହୋ’

Ratnamani Moharana

ଶ୍ରୀଦେବୀଙ୍କ ମୃତୁର କାରଣ କ’ଣ ? ହୃଦଘାତ ନା କସମେଟିକ ସର୍ଜରୀ !

ENO Beuro

1 comment

Leave a Comment