LIFESTYLE

ସୂର୍ଯ୍ୟାଦୟ ପରେ ଗର୍ଭବତୀ ମହିଳାମାନେ କରନ୍ତୁ ଏହି କାମ! ପାଇପାରିବେ ଶାରୀରିକ କଷ୍ଟରୁ ରକ୍ଷା

ଗର୍ଭବତୀ ମହିଳାମାନଙ୍କ ପାଇଁ ଭିଟାମିନ୍‌ ଡ଼ି ର ବହୁଳ ପରିମାଣରେ ଆବଶ୍ୟକତା ରହିଛି। କାରଣ ଗର୍ଭାବସ୍ଥାରେ ଯଦି ମହିଳାଙ୍କ ଶରୀରରେ ଭିଟାମିନ୍‌ ଡ଼ି ର ମାତ୍ରା କମ୍‌ ହୋଇଯାଏ,ତେବେ ଶିଶୁର ରୋଗ ପ୍ରତିରୋଧକ କ୍ଷମତା ବି କମିଯାଏ। କେବଳ ମାଆଙ୍କ ପାଇଁ ନୁହେଁ,ବରଂ ଗର୍ଭସ୍ଥ ଶିଶୁର ସାମଗ୍ରିକ ବିକାଶ ଲାଗି ମଧ୍ୟ ଭିଟାମିନ୍‌ ଡି ଜରୁରୀ ହୋଇଥାଏ।

ପ୍ରକୃତରେ ସୂର୍ଯ୍ୟ କିରଣର ସହାୟତାରେ ମହିଳାଙ୍କ ଶରୀରରେ ଫୋଟୋନ୍‌ ପର୍ଯ୍ୟାପ୍ତ ମାତ୍ରାରେ ପ୍ରବେଶ କରିଥାଏ।

ଯାହା ମାଆଙ୍କ ଶରୀରରେ ଭୃଣରେ ମେଲାନୋଗ୍‌ସିନ୍‌ ନାମକ ପ୍ରୋଟିନ୍‌ର ପ୍ରସ୍ତୁତ କରିଥାଏ।ଏହି ପ୍ରୋଟିନ୍‌ କମ୍‌ ହୋଇଗଲେ ଶିଶୁର ବ୍ୟବହାର ମଧ୍ୟ ପ୍ରଭାବିତ ହୋଇଥାଏ। ଖାଲି ସେତିକି ନୁହେଁ ,ଏହାଫଳରେ ଶିଶୁର ଓଜନ ମଧ୍ୟ ସାଧାରଣ ଠାରୁ କମ୍‌ ହୋଇଯାଇଥାଏ। ଏଭଳି ଶିଶୁଙ୍କର ବୃଦ୍ଧି ମଧ୍ୟ ଜନ୍ମରୁ ଧିମା ହୋଇଯାଏ।

women

ଆପଣଙ୍କୁ କହିରଖୁଚୁ ଯେ,ଭିଟାମିନ୍‌ ଡ଼ି ର ମୁଖ୍ୟ ଓ ପ୍ରାକୃତିକ ସ୍ରୋତ ହେଲା ସୂର୍ଯ୍ୟ କିରଣ। ଏଣୁ ଗର୍ଭବତୀ ମହିଳାମାନେ ପ୍ରତିଦିନ କିଛି ସମୟ ପାଇଁ ଖରାରେ ଅବଶ୍ୟ ବସିବା ଦରକାର। ଆଉ ଏଥିପାଇଁ ସକାଳ ୭ ଟାରୁ ୧୦ ଟା ଯାଏଁ ସମୟ ସବୁଠାରୁ ଭଲ ବୋଲି ଜଣାଯାଇଛି।

ପଢନ୍ତୁ;

ବାସ୍ତୁଶାସ୍ତ୍ର ଅନୁସାରେ ନିଜର ପ୍ରଗତି ପାଇଁ ଆପଣାନ୍ତୁ ଏହି ଉପାୟ

Related posts

କିଡନି ଖରାପ ହେବା ପୂର୍ବରୁ କେଉଁ ସବୁ ସଙ୍କେତ ଦେଇଥାଏ ଜାଣନ୍ତୁ ?

ENO Beuro

ଘରୋଇ ଉପାୟରେ ମୁହଁରୁ ଦାଗ କିପରି ଦୂର କରିବେ ଜାଣନ୍ତୁ?

ENO Beuro

ଶୀତଦିନେ ଗୋଇଠି ଫାଟିବା ନେଇ ଚିନ୍ତିତ ଅଛନ୍ତି କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

1 comment

Leave a Comment