ଖୁବ ଶିଘ୍ର ଦେଖିବାକୁ ମିଳିବ ମୋଦିଙ୍କ ବାୟୋପିକ, ମୁଖ୍ୟ ଭୂମିକାରେ ନଜର ଆସିବେ ଏହି ଅଭିନେତା

modi

ନିକଟରେ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ଟ୍ରେଲର୍‌କୁ ନେଇ ବିବାଦରେ ଛନ୍ଦି ହୋଇଥିବା ଏବେ ଆଉ ଏକ ରାଜନୈତିକ ବ୍ୟକ୍ତିଙ୍କ ଉପରେ ଫିଲ୍ମ ହେବାକୁ ଯାଉଛି। ଫିଲ୍ମଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ। ଯେଉଁଥିରେ ମୋଦିଙ୍କ ଚରିତ୍ରରେ ନଜର ଆସିବେ ବିବେକ ଓବରାୟ। ଏହି ଫିଲ୍ମର ପ୍ରଥମ ପୋଷ୍ଟର ଜାନୁଆରୀ ୭କୁ ରିଲିଜ୍‌ ହେବାକୁ ଯାଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏହି ପୋଷ୍ଟର ଉନ୍ମୋଚନ କରିବେ ବୋଲି ଜଣାପଡ଼ିଛି। ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବାୟୋପିକ୍‌ ମଧ୍ୟ ଏବେ ଚର୍ଚ୍ଚାରେ ରହିଛି।

modi

ଏହି ଫିଲ୍ମର ଡାଇରେକ୍ଟର ହେଉଛନ୍ତି ଉମଙ୍ଗ କୁମାର ଯିଏକି ମେରିକମ୍, ସରବଜିତ ଏବଂ ଭୂମୀ ଭଳି ଅନେକ ଫିଲ୍ମ ବନାଇଛନ୍ତି । ଆରମ୍ଭ ଦିନ ଠାରୁ ନେଇ ପ୍ରଧାନମନ୍ତ୍ରୀ ହେବା ଯାଏ ମୋଦି ଯେଉଁ ଯାତ୍ରା ଅତିକ୍ରମ କରିଛନ୍ତି ତାହା ଏହି ଫିଲ୍ମରେ ଚିତ୍ରଣ କରାଯାଇଛି ।

ପଢନ୍ତୁ; ୬ରୁ ଖୋଲିବ ରାଜଭବନ ଉଦ୍ୟାନ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More