News

ଟ୍ୱିଟ୍‌କୁ ନେଇ ବିବାଦରେ ବଲିଉଡ଼ ଅଭିନେତା ବିବେକ ଓବରୟ

B

ଏକଜିଟ ପୋଲ୍‌କୁ ନେଇ ଦେଶ ବ୍ୟାପୀ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏକଜିଟ ପୋଲ୍‌ ବାବଦରେ ଟ୍ବିଟ୍‌ କରି ହରଡ଼ ଘଣାରେ ପଡିଛନ୍ତି ଅଭିନେତା ବିବେକ ଓବରୟ।  ସେ ଏକଜିଟ୍‌ ପୋଲ୍‌ ଏବଂ ତାଙ୍କର ପୂର୍ବତନ ପ୍ରେମିକା ଐଶ୍ୱର୍ଯ୍ୟାଙ୍କୁ ତୁଳନା କରି ଏହି ଟ୍ୱିଟ୍‌ କରିଥିଲେ। ଯାହାକୁ ନେଇ ସୋଶାଲ ମିଡିଆରେ ତାଙ୍କ ଉପରେ ସମାଲୋଚନା ବର୍ଷିବାରେ ଲାଗିଛି। ମହାରାଷ୍ଟ୍ର ମହିଳା ଆୟୋଗ ପ୍ରଥମେ ଆପତ୍ତି ଉଠାଇବା ପରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷ ରେଖା ଶର୍ମା କହିଛନ୍ତି, ବିବେକ ସୋଶାଲ ମିଡିଆରେ ଏବଂ ଏହି ଟ୍ୱିଟ୍‌ ଯେଉଁ ବ୍ୟକ୍ତିଙ୍କ ସହ ଜଡ଼ିତ ତାଙ୍କୁ କ୍ଷମା ମାଗିବାନେଇ କହିବା ପରେ ସେ କ୍ଷମା ପାର୍ଥନା କରିଛନ୍ତି।

 

Twt
Twt

ବିବେକ ଏକ ଫଟୋ ସହ ଏହି ଟ୍ୱିଟ୍‌ରେ ଲେଖିଛନ୍ତି, ଏଠି ରାଜନୀତି ନାହିଁ କେବଳ ଜୀବନ। ଏହି ଫଟୋରେ ଐଶ୍ୱର୍ଯ୍ୟାଙ୍କ ସହ ପ୍ରେମସମ୍ପର୍କ ପାଇଁ ଚର୍ଚ୍ଚିତ ୩ ଜଣ ଯାକ ଅଭିନେତା  ସଲମାନ ଖାନ, ବିବେକ ଏବଂ ସ୍ୱାମୀ ଅଭିଷେକ ବଚ୍ଚନ ଅଛନ୍ତି। ଶେଷ ଫଟୋରେ ବଚ୍ଚନ ଦମ୍ପତିଙ୍କ ସହ ଝିଅ ଆରାଧ୍ୟା ମଧ୍ୟ ଅଛନ୍ତି। ବିବାଦର ବିଷୟ ହେଉଛି, ସଲମାନଙ୍କ ସହ ଥିବା ଫଟୋରେ ଓପିନିଅନ୍‌ ପୋଲ୍‌, ବିବେକଙ୍କ ସହ ଫଟୋରେ ଏକଜିଟ୍‌ ପୋଲ୍‌ ଏବଂ ଶେଷରେ ଅଭିଷେକ ଓ ଆରାଧ୍ୟାଙ୍କ ସହ ଫଟୋରେ ଲେଖା ଅଛି ରେଜଲ୍ଟ।
ପଢନ୍ତୁ: ଗଣତିକୁ ଆଉ ଦୁଇ ଦିନ: ନେତାମାନେ ଏବେ ମନ୍ଦିରରେ ବ୍ୟସ୍ତ

Related posts

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କ ପରଲୋକ

ENO Beuro

ଶ୍ରୀମନ୍ଦିର ଜଗମୋହନରେ ଲାଗିବ ସିସିଟିଭି !

ENO Beuro

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ:୫ରୁ ପ୍ରବଳ ବର୍ଷା

ENO Beuro

1 comment

Leave a Comment