EnewsOdia.Com

ଲୋକଙ୍କ ସହ ଧାଡ଼ିରେ ଛିଡ଼ାହୋଇ ଆହାର କେନ୍ଦ୍ରରେ ଭାତ ଡାଲମା ଖାଇଲେ ଭି.କେ ପାଣ୍ଡିଆନ

ଏବେ ଆକ୍ସନ ମୁଡ଼ରେ ଅଛନ୍ତି ପାଣ୍ଡିଆନ୍ । ଲୋକେ ବିଭିନ୍ନ ସରକାରୀ ଯୋଜନାରେ ସୁଫଳ ପାଉଛନ୍ତି କି ନାହିଁ ପଚାରି ବୁଝିବା ଏବଂ ପ୍ରଶାସନକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଆହାର ଖାଇଲେ ୫ଟି ସଚିବ । ଲୋକଙ୍କ ସହ ଧାଡ଼ିରେ ଛିଡ଼ାହୋଇ ଆହାର କେନ୍ଦ୍ରରେ ଡାଲମା ଖାଇଲେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ। ତେବେ ସବୁଠାରୁ ବଡ଼ କଥା ହେଲା ଜଣେ ସାଧାରଣ ଲୋକ ପରି ଖାଇବା ପାଇଁ ଧାଡ଼ିରେ ମଧ୍ୟ ଛିଡ଼ାହୋଇଥିଲେ ପାଣ୍ଡିଆନ୍ । କେବଳ ୫ଟି ସଚିବ ନୁହଁନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ  ମଧ୍ୟ ଆହାର କେନ୍ଦ୍ରରେ ଛିଡ଼ା ହୋଇ ଆହାର ଖାଇଲେ । ଲୋକଙ୍କ ସହ ଛିଡ଼ା ହୋଇ ଆହାର ଖାଇବା ପରେ ଟଙ୍କା ମଧ୍ୟ ନେଇଛନ୍ତି ।

ଗ୍ରାଉଣ୍ଡ ଜିରୋରେ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ । ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବାରେ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି । ଗତ ୩ ଦିନ ହେବ ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି ପାଣ୍ଡିଆନ୍ । ଜିଲ୍ଳାରୁ ଜିଲ୍ଳା ହସ୍ପିଟାଲ, ଥାନା ବୁଲି ସ୍ଥିତି ସମୀକ୍ଷା କରୁଛନ୍ତି ପାଣ୍ଡିଆନ ।

ବୌଦ୍ଧ ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ ଆଲୋଚନା କରିଛନ୍ତି । ଆହାର କେନ୍ଦ୍ରକୁ ଯାଇ ଖାଦ୍ୟର ମାନ ଯାଂଚ କରିବା ସହ ଆହାର ଖାଇଛନ୍ତି ପାଣ୍ଡିଆନ୍ । ମେଡିକାଲରେ ରୋଗୀ ସେବା ସମେତ ଔଷଧ ଯୋଗାଣ ନେଇ ମଧ୍ୟ ପଚାରିବୁଝିଛନ୍ତି ଫାଇଭ ଟି ସଚିବ । ଏହା ପରେ ନୟାଗଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ପଢନ୍ତୁ: ପିଲାଙ୍କ ପାଇଁ ଭାତ-ଡାଲି, ସାରଙ୍କ ପାଇଁ ଚିକେନ

ସମ୍ବନ୍ଧିତ ଖବର

କୃଷି ଓଡ଼ିଶା ନୀତି-୨୦୨୦କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Ratnamani Maharana

ଟଙ୍କା ଉଧାର ଆଣିବାରେ ସବୁ ରେକର୍ଡ ଭାଙ୍ଗିଲାଣି ଇମ୍ରାନ୍‌ ଖାଁଙ୍କ ସରକାର

Ratnamani Maharana

ଭାରତ ସହ ଡାକ ସେବା ବନ୍ଦ କଲା ପାକିସ୍ତାନ

Ratnamani Maharana

ଶ୍ୱେତପତ୍ରରେ କାଳିଆର ସ୍ପଷ୍ଟିକରଣ ଦିଅନ୍ତୁ ରାଜ୍ୟ ସରକାର: ବିଜେପି

Ratnamani Maharana

ମୁଖ୍ୟମନ୍ତ୍ରୀ ପଦ ନେଇ ବିଜେପି-ଶିବସେନା ମଧ୍ୟରେ ଛିଣ୍ଡୁନାହିଁ ଅଙ୍କ !

Ratnamani Maharana

ଟଳିଲା ଆନ୍ଧ୍ରପ୍ରଦେଶ ରାଜଧାନୀ ନିଷ୍ପତ୍ତି

Ratnamani Maharana