27.1 C
Bhubaneswar
July 23, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

ବନ୍ଦ ହେବ IDEA ଓ ଭୋଡାଫୋନ୍‌!

ଭୋଡାଫୋନ ଓ ଆଇଡିଆ ପକ୍ଷରୁ ଦାୟର ଆବେଦନକୁ ଖାରଜ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ସୋମବାର ଦିନ ୨୫୦୦ କୋଟି ଓ ଶୁକ୍ରବାର ୧୦୦୦ କୋଟି ଟଙ୍କା ଦେବା ନିମନ୍ତେ ସମୟ ଦେବାକୁ ଅନୁରୋଧ କରାଯାଇଥିଲା ।  କମ୍ପାନୀ ପକ୍ଷରୁ ଦାୟର କରାଯାଇଥିବା ପିଟିସନ୍‌ରେ ତାଙ୍କ ବିରୋଧ କୌଣସି କାର୍ଯ୍ୟାନୁଷ୍ଠାନ କରାନଯିବା ଲାଗି ଅନୁରୋଧ କରିଛନ୍ତି ।ଜଷ୍ଟସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସୋମାବର ଭୋଡାଫୋନ୍‌ ଓ ଆଇଡିଆ ପକ୍ଷରୁ ଦାୟର ଏହି ଯାଚିକାକୁ ଖାରଜ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ଭୋଡାଫୋନ ଓ ଆଇଡିଆକୁ କୌଣସି ପ୍ରକାର ବି ରିହାତି ଦେବାକୁ ମନା କରିଦେଇଛନ୍ତି । ଏମାନଙ୍କ ପକ୍ଷରୁ ଆଦାୟ ଅର୍ଥ ସରକାର ରାଜସ୍ୱର ଅତିରିକ୍ତ ଆୟ ହୋଇଥିବା ବେଳେ ଟେଲିକମ୍‌ ଇଣ୍ଡଷ୍ଟ୍ରିକୁ ବଡ଼ ଝଟକା ଲାଗିବ ବୋଲି କୁହାଯାଉଛି ।

ଅପରପକ୍ଷରେ ଦେଶର ଅନ୍ୟତମ ବଡ଼ ଟେଲିକମ୍‌ କମ୍ପାନୀ ଭୋଡାଫୋନ୍‌ ଓ ଆଇଡିଆ ଗତ ତୈମାସିକରେ ୬,୪୫୩ କୋଟି କ୍ଷତି ହୋଇଥିବା ଦର୍ଶାଇଥିବା ବେଳେ ଗତ ବର୍ଷ ୪୯୯୮ କୋଟିର କ୍ଷତି ହୋଇଥିଲା । ଏଭଳି ସ୍ଥିତିରେ କମ୍ପାନୀ ଚେୟାରମ୍ୟାନ୍‌ କୁମାର ମଙ୍ଗଲମ୍ ମିର୍ଲାଙ୍କ କହିବା ହେଲା ଯେ, ସରକାର ଯଦି କୌଣସି ପ୍ରକାର ସହାୟତା କରିବେ ନାହିଁ ତେବେ ବ୍ୟବସାୟ ବନ୍ଦ କରିବାକୁ ପଡ଼ିବ । ଏଭଳି କରିବା ଦ୍ୱାରା ଏହା ଦ୍ୱାରା ରୋଜଗାର ପାଉଥିବା ହଜାର ହଜାର ଲୋକେ ନିଯୁକ୍ତି ହରାଇବେ । ଏଥି ସହିତ କମ୍ପାନୀରେ ତାଲା ଲଗାଇବାର ନକାରାତ୍ମକ ପ୍ରଭାବ ପୂରା ଟେଲିକମ୍‌ ଇଣ୍ଡଷ୍ଟ୍ରି ଉପରେ ପଡ଼ିବ ।

ପଢନ୍ତୁ: ସ୍ମୃତି ଇରାନୀଙ୍କ ନୂଆ ରୂପ

Related posts

ଆରମ୍ଭ ହେଲା ବାଲିଯାତ୍ରା, ଆଠ ଦିନ ଦୁଲୁକିବ କଟକ

Ratnamani Maharana

ବିଦ୍ୟୁତ ଜାମୱାଲଙ୍କ ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମ ‘ଆଇବି-୭୧’

Ratnamani Maharana

ଭିକାରି ମୁକ୍ତ ହେବ ଶ୍ରୀକ୍ଷେତ୍ର, ଆରମ୍ଭ ହେବ ‘ନୀଳାଦ୍ରି ନୀଳୟ’ ଯୋଜନା

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More