EnewsOdia.Com

ଭାରତରେ ନାରୀ ହିଂସାରେ ଆଗୁଆ ଓଡ଼ିଶା

୨୦୧୭ ମସିହାର ଅପରାଧ ଓ ହିଂସାର ତଥ୍ୟ ଏନ୍‌ସିଆର୍‌ବି (ନ୍ୟାସ୍‌ନାଲ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋ) ତରଫରୁ ନିକଟରେ ପ୍ରକାଶ ପାଇଛି । ଏଥିରୁ ଜଣାପଡ଼ିଛି ଯେ, ଓଡ଼ିଶାରେ ୨୦୧୭ ମସିହାରେ ସଂଘଟିତ ମୋଟ୍‌ ଅପରାଧର ୫.୬ ପ୍ରତିଶତ ଅପରାଧ ମାମଲାରେ ମହିଳାଙ୍କ ଉପରେ ହିଂସା ହୋଇଛି। ନାରୀ ହିଂସା କ୍ଷେତ୍ରରେ ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା।୨୦୧୨ରୁ ୨୦୧୮ ମଧ୍ୟରେ ଓଡ଼ିଶାରେ ଦୁଷ୍କର୍ମ ହାର (ପ୍ରତି ଲକ୍ଷେ ମହିଳାରେ) ୭.୨ରୁ ୯.୭କୁ ବୃଦ୍ଧି ପାଇଥିବା ବେଳେ ଯୌତୁକ ଜନିତ ହତ୍ୟାରେ ଆମ ରାଜ୍ୟର ସ୍ଥାନ ଚତୁର୍ଥରେ ରହିଛି । ଯୌତୁକ ମାମଲାରେ ୨୦୧୨ରୁ ୨୦୧୮ ମଧ୍ୟରେ ରାଜ୍ୟର ୨,୯୨୧ ମହିଳାଙ୍କୁ ହତ୍ୟା କରାଯାଇଛି।

ଏନ୍‌ଏଫ୍‌ଏଚ୍‌ଏସ୍‌-୪ (ନ୍ୟାସ୍‌ନାଲ୍‌ ଫାମିଲି ହେଲ୍‌ଥ ସର୍ଭେ) ରିପୋର୍ଟରୁ ଜଣାପଡ଼ିଛି ଯେ, ରାଜ୍ୟର ପ୍ରାୟ ୩୫ ପ୍ରତିଶତ ମହିଳା ପତି-ପତ୍ନୀ କଳହରୁ ହିଂସାର ଶିକାର ହେଉଛନ୍ତି। ୨୦୧୨ରେ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନର ହାର ପ୍ରତି ଲକ୍ଷେରେ ୨୦.୫ ଥିଲାବେଳେ ୨୦୧୬ରେ ତାହା ୩୯.୧ରେ ପହଞ୍ଚିଥିଲା।

ପଢନ୍ତୁ: ୨୦୨୧ ମସିହା ବେଳକୁ ଓଡ଼ିଶା ହେବ ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ

ସମ୍ବନ୍ଧିତ ଖବର

ମଧ୍ୟପ୍ରଦେଶରେ କାର୍‌ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ହକି ଖେଳାଳିଙ୍କ ମୃତ୍ୟୁ

Ratnamani Maharana

ଆଜି ଅଁଳା ନବମୀ: ରାଧା ପାଦ ଦର୍ଶନ ଲାଗି ଭିଡ଼

Ratnamani Maharana

କାହିଁକି ସେନାଙ୍କ ପାଇଁ ନିଷେଧ ହୋଇନଥାଏ ମଦ : ଜାଣନ୍ତୁ ଏହାର କାରଣ

Ratnamani Maharana

ପୁଣି ଧନୀ ତାଲିକା ଶୀର୍ଷରେ ମୁକେଶ ଅମ୍ବାନୀ

Ratnamani Maharana

୨୫ ହଜାରରୁ ଊର୍ଦ୍ଧ୍ୱ ପିଲା ଦାନ୍ତ ଘଷି ଗିନିଜ ବୁକ ଅଫ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା କିସ୍‌

Ratnamani Maharana

ଆମେରିକା ଜାରି କଲା ବାଗଦାଦି ଆକ୍ରମଣର ଭିଡିଓ

Ratnamani Maharana