News

ମହାପୁରୁଷଙ୍କୁ ଅପମାନ: ଲେନିନ୍‌ ,ପେରିୟାରଙ୍କ ପରେ ଆମ୍ବେଦକର ଓ ମୁଖାର୍ଜୀଙ୍କ ମୂର୍ତ୍ତି ଭାଙ୍ଗିଲେ

ପୂଜ୍ୟପୂଜାଙ୍କୁ ଅସମ୍ମାନ

ତ୍ରିପୁରା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜେପିର କିଛି ସମର୍ଥକ ଲେନିନ୍‌ଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ରାଜରାସ୍ତାରେ ଗଡ଼େଇ ଦେଇଛନ୍ତି। ଏହାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ଓଡ଼ିଶାରେ କିନ୍ତୁ ବର୍ଷ ବର୍ଷ ଧରି ଲେନିନ୍‌ ଓ ଗାନ୍ଧୀଙ୍କ ପ୍ରତିମୂର୍ତି ଗୋଟିଏ ସ୍ଥାନରେ ଶୋଭା ପାଉଛି।

କନ୍ନୁରର ଥାଲିପରଂବା ଅଂଚଳରେ ଗାନ୍ଧୀ ମୂର୍ତିର ଚଷମାକୁ ଭାଙ୍ଗି ଦୁର୍ବୃତ୍ତମାନେ ଖସି ଯାଇଛନ୍ତି ।ଏହି ଘଟଣା ସାମ୍ନାକୁ ଆସିବା ପରେ ଅଂଚଳରେ ଉତ୍ତେଜନା ଖେଳିଯାଇଛି । ଗତ ରାତିରେ ତାମିଲନାଡୁର ଥେରୁବିତ୍ରେୟୁର ପେରିୟାର ନଗରରେ ବାବା ସାହେବ ଆମ୍ବେଦକରଙ୍କ ମୂର୍ତ୍ତିକୁ ମଧ୍ୟ ଖଣ୍ଡିତ କରାଯାଇଛି । ତ୍ରିପୁରାରେ ବିଜେପିର ବାଜିମାତ ପରେ ଲେନିନଙ୍କ ମୂର୍ତ୍ତି ଭଙ୍ଗା ଯାଇଥିଲା । ଏହି ଘଟଣା ପରେ ଦେଶର ବିଭିନ୍ନ ସ୍ଥାନରେ ମୂର୍ତ୍ତି ଭଙ୍ଗା ଘଟଣାମାନ ସାମ୍ନାକୁ ଆସିଛି।

ଉତ୍ତରପ୍ରଦେଶର ମିରିଟରେ ଆଜି ଉପଦ୍ରାବକରୀମାନେ ସମ୍ଭିଧାନ ପ୍ରଣେତା ଡକ୍ଟର ବି॰ଆର॰ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଛନ୍ତି। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବାକୁ ନେଇ ତ୍ରିବ ଉତେଜନା ପ୍ରକାଶ ପାଇଛି। ଅନ୍ୟପକ୍ଷେ କୋଲକତାରେ ମଧ୍ୟ ମୂର୍ତ୍ତିଭାଙ୍ଗି ହିଂସା ବ୍ୟାପିଛି।

ଏହି ହିଂସାକାଣ୍ଡରେ ତୃଣମୂଳ କଂଗ୍ରେସ ନେତା ଶୋଭନ ଦେବ ଚଟାଜ୍ରି ଦୁଖ ପ୍ରକାଶ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ କାର୍ଯନୁଷ୍ଠାନକୁ ସମର୍ଥନ କରିଛି।

ପଢନ୍ତୁ;

କେନ୍ଦ୍ର କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୭%କୁ ବୃଦ୍ଧି

Related posts

ଆଜିଠୁ ଆରମ୍ଭ ହୋଇଛି ବିଶ୍ଵ ଖାଦ୍ୟ ମେଳା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଉଦ୍ଘାଟିତ

ENO Beuro

କଟକକୁ ଲେଉଟିଲା ଜଣ୍ଡିସ: ଶିଖରପୁରରେ ୨୦ରୁ ଅଧିକ ଆକ୍ରାନ୍ତ

ENO Beuro

କଲାମ ଦ୍ୱୀପରୁ ଅଗ୍ନି-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More