LIFESTYLE

ଭ୍ରମଣ କରିବା ସମୟରେ ଆପଣଙ୍କର ବାନ୍ତି ହେଉଛି କି? ତେବେ ଆପଣାନ୍ତୁ ଏହି ଉପାୟ

ଅନେକ ଲୋକ ଅଛନ୍ତି ବୁଲିବାକୁ ବହୁତ ପସନ୍ଦ କରିଥାନ୍ତି। ଆଉ କେତେକ ଲୋକ ଅଛନ୍ତି ବସ୍‌ ବା କାର୍‌ ଯୋଗେ ଦୂର ସ୍ଥାନକୁ ଯିବା ବେଳେ ବାନ୍ତି କରିଥାନ୍ତି। ଯାହାଫଳରେ କି ସେମାନେ ଦୂର ସ୍ଥାନକୁ ଯିବା ପାଇଁ ଡ଼ରି ଥାଆନ୍ତି। ଯଦି ଆପଣମାନଙ୍କର ଏହି ସମସ୍ୟା ଅଛି।

ତେବେ ଜାଣନ୍ତୁ ଯାତ୍ରା ସମସୟରେ ବାନ୍ତି ଲାଗିଲେ କ’ଣ କରିବେ-

  • କିଛି ଲବଙ୍ଗ ନେଇ ତାକୁ ଭଲ ଭାବରେ ପେଶି ଏହାକୁ ଏକ ଡ଼ବାରେ ରଖି ଦିଅନ୍ତୁ । ଯାତ୍ରା କରିବା ସମୟରେ ଯେତେବେଳେ ଆପଣଙ୍କୁ ବାନ୍ତ ଲାଗିବା ସେତେବେଳେ ଲବଙ୍ଗ ଚୂନାରେ ଚିନି ଏବଂ କଳା ଲୁଣ ମିଶାଇ ଖାଆନ୍ତୁ । ଏହାକୁ ଖାଇବାର କିଛି ସମୟ ପରେ ଆପଣଙ୍କର ବାନ୍ତି  ଅସୁବିଧା ଦୂର ହୋଇଯିବ।
  • ଲେମ୍ବୁରେ ସାଇଟ୍ରିକ୍‌ ଏସିଡ୍‌ ରହିଛି ଯାହା ଶରୀର ପାଇଁ ବେଶ ଫଳପ୍ରଦ। ବାନ୍ତି ଲାଗିବା ବେଳେ ଗୋଟେ ଗ୍ଲାସ ଗରମ ପାଣିରେ ଲେମ୍ବୁ ଚିପୁଡ଼ି ସେଥିରେ କଳା ଲୁଣ ମିଶାଇ ପିଅନ୍ତୁ ।  ଦେଖିବେ ତୁରନ୍ତ ଆରାମ ମିଳିବ।
  • ଅଦାରେ ଆଣ୍ଟିମେଟ୍ରିକ୍‌ ଗୁଣ ରହିଛି ଯାହା ବାନ୍ତିକୁ ରୋକିଥାଏ । ଯାତ୍ରା ଆରମ୍ଭ କରିବା ପୂର୍ବରୁ ସାଥୀରେ ଅଦା ନେଇଥାଆନ୍ତୁ । ଯେତେବେଳେ ଆପଣଙ୍କୁ ବାନ୍ତି ଆସିବା ଭଳି ଅନୁଭବ ହେବ ସେତେବେଳେ ଅଦା ବା ଅଦା ଚା’ ପିଅନ୍ତୁ । ଏହାକୁ ପିଇବା ପରେ ବାନ୍ତିର ସମସ୍ୟା ରହି ନଥାଏ ।
  •  ଆଉ ହଁ  ମନେରଖନ୍ତୁ ଯଦି ଆପଣ କୌଣସି ଦୂର ସ୍ଥାନକୁ ଯାଉଛନ୍ତି ତେବେ ମସଲା ଜିନିଷ ଅଧିକ ଖାଆନ୍ତୁ ନାହିଁ । ମସଲା ଜିନିଷ ଖାଇବା ଦ୍ୱାରା ପେଟ ଖରାପ ହେବା ସହ ଗ୍ୟାସ ହୋଇ ଯାଇଥାଏ । ଯାହା ଫଳରେ ଆପଣଙ୍କୁ ବାନ୍ତି ଲାଗିଥାଏ । ସେଥିପାଇଁ ହଜମ ହେବାକୁ ସମୟ ଲାଗୁଥିବା ଖାଦ୍ୟ ଯାତ୍ରା ସମୟରେ ଖାଆନ୍ତୁ ନାହିଁ ।

ଭ୍ରମଣ କରିବା ସମୟରେ ଆପଣଙ୍କର ବାନ୍ତି ହେଉଛି କି? ତେବେ ଆପଣାନ୍ତୁ ଏହି ଉପାୟ vometing

ପଢନ୍ତୁ;

ଚାଣକ୍ୟ ନୀତିଅନୁସାରେ ବଡ଼ ମଣିଷ ହେବାକୁ ହେଲେ ଶିଖନ୍ତୁ ଏହିସବୁ କଥା, ଜୀବନରେ ନିଶ୍ଚିତ ମିଳିବ ସଫଳତା!

Related posts

ଅଳ୍ପ ବୟସରୁ ଆପଣଙ୍କ କେଶ ଧଳା ହୋଇଯାଉଛି କି? ତେବେ କେଶକୁ କଳା ରଖିବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

ଆଖିରେ ଆଲୁଅ ପାଇଁ ଚିନ୍ତିତ କି ? ଆସନ୍ତୁ ଜାଣିବା କିଛି ସରଳ ଓ ପ୍ରକୃତିକ ଉପଚାର

ENO Beuro

ଜାଣନ୍ତୁ ଗାଧୋଇଲା ବେଳେ କେଉଁ ସବୁ ଭୁଲ କରିବେ ନାହିଁ?

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More