୩ ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍ଡେଟ୍
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
Loading...
ପଦ୍ମପୁରରେ ଗୁରୁବାର ସକାଳ ୮ଟାରୁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ୨୯୬ଟି ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହୋଇଛି।
ପଦ୍ମପୁରରେ ଗୁରୁବାର ସକାଳ ୮ଟାରୁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ୨୯୬ଟି ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହୋଇଛି। ଏଥିରେ ୨୪ଟି ସର୍ଭିସ ଭୋଟରଙ୍କ ଭୋଟ୍ ଏବଂ ୨୭୨ଟି ଅନୁପସ୍ଥିତ ଭୋଟରଙ୍କ (ମତଦାନ କେନ୍ଦ୍ରକୁ ଆସିପାରିନଥିବା ଦିବ୍ୟାଙ୍ଗ ଏବଂ ୮୦ବର୍ଷରୁ ଊର୍ଦ୍ଧ୍ବ (ବରିଷ୍ଠ ନାଗରିକ) ଭୋଟ୍ ଗଣତି ଚାଲିଛି। ପଦ୍ମପୁର ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଭୋଟ୍ ଗଣତି କରାଯାଉଛି। ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଗଣତି ଚାଲିବ। ଗଣନା ପାଇଁ ୩ଜଣ ସହକାରୀ ରିଟର୍ଣ୍ଣିଂ ଅଫିସର୍ ରହିବେ। ୨୩ ରାଉଣ୍ଡ ଗଣତି ପରେ ଫଳାଫଳ ବାହାରିବ। ଆଜି ପଦ୍ମପୁର ଉପନିର୍ବାଚନର ଫଳାଫଳ ଘୋଷିତ ହେବ। ବିଜେଡି ପ୍ରାର୍ଥିନୀ ବର୍ଷା ସିଂହ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ସମୁଦାୟ ୧୦ଜଣ ନିର୍ବାଚନ ମଇଦାନରେ ଅଛନ୍ତି। ମତାଦାତା କାହାକୁ ବିଧାୟକ ଭାବେ ବାଛିଛନ୍ତି ଭୋଟଗଣତି ପରେ ଜଣାପଡ଼ିବ।
ସେହିପରି ସୁରକ୍ଷା ଦୃଷ୍ଟିରୁ ଗଣତି କେନ୍ଦ୍ରର ୧୦୦ମିଟର ପରଧି ଅଞ୍ଚଳକୁ କୌଣସି ଗାଡ଼ି ଯାଇପାରିବନି। ଏହାକୁ ପାଦଚଲା ଜୋନ୍ ଘୋଷଣା କରାଯାଇଛି। ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଏଥିପାଇଁ ସିଏପିଏଫ୍, ଏସ୍ଏପିଏଫ୍ ଏବଂ ସ୍ଥାନୀୟ ପୁଲିସକୁ ମୁତୟନ କରାଯାଇଛି। ଏହାବାଦ୍ results.eci.gov.in ପୋର୍ଟାଲରେ ସାଧାରଣ ଲୋକ ଭୋଟ୍ ଗଣତି ନେଇ ଅପ୍ ଟୁ ଡେଟ୍ ତଥ୍ୟ ପାଇପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଗତକାଲି ସୂଚନା ଦେଇଥିଲେ।
Shakespeare, in the beautiful garden, among the party. Some of the hall: in fact she was ever to.
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍ପୋଲ୍’ ଜାରି କରିଥିବା ‘ରେଡ୍ ନୋଟିସ୍’ ଆଧାରରେ ‘ମହାଦେବ ଅନ୍ଲାଇନ୍ ବେଟିଙ୍ଗ୍ ଆପ୍’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣଙ୍କୁ ସକାଳୁ ମିଳିବ ଅବଢ଼ା। ଏହାସହ ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବାନେଇ ସୂଚନା ଦେଇଛି ପ୍ରଶାସନ।