POLITICALS

ଓଡିଶାରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ

୧୯ ମହାଯୁଦ୍ଧର ଶେଷ ପର୍ଯ୍ୟାୟରେ ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ ହେଉଛି। ତେବେ ଶେଷ ଦିନରେ କର୍ମୀ ଓ ସମର୍ଥକଙ୍କ ସହ ପୁରା ଦମ ଲଗାଇ ଜୋରଦାର ପ୍ରଚାର କରିଥିଲେ ରାଜନୈତିକ ଦଳର ପ୍ରାର୍ଥୀ । ଏହି ପ୍ରର୍ଯ୍ୟାୟରେ ୫୨ଜଣ ଲୋକସଭା ପ୍ରାର୍ଥୀ ଓ ୩୩୬ଜଣ ବିଧାନସଭା ପ୍ରାର୍ଥୀ ରହିଛନ୍ତି। ଏଥିପାଇଁ ୧୦,୭୯୨ଟି ବୁଥ କରାଯାଇଛି। ଅନ୍ୟପଟେ ଆଜି ସକାଳ 7ଟାରୁ ଭୋଟିଂ  ଆରମ୍ଭ ହୋଗଲାଣି। ବିଭିନ୍ନ ବୁଥ୍‌ରେ ଇଭିଏମ୍‌  ଅଚଳ ହୋଇଛି । ବିଭିନ୍ନ ସ୍ଥାନରେ ବିଳମ୍ବରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି । ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାାଇଛି ।

ଫୋକସ୍‌ରେ କେନ୍ଦ୍ରାପଡ଼ା ଲୋକସଭା

ତେବେ 6ଟି ଲୋକସଭା  ମଧ୍ୟରୁ ସମସ୍ତଙ୍କ ନଜର ରହିଛି କେନ୍ଦ୍ରାପଡ଼ା ଉପରେ । କାରଣ ଏଠାରେ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେଉ ନାହିଁ । ଏଠାରେ ଲଢେଇ ହେଉଛି ଆନ୍‌-ବାନ୍‌-ସାନ୍‌ର ଲଢେଇ । କେନ୍ଦ୍ରାପଡ଼ା ଲୋକସଭାରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା  ବିଜେପିରୁ ପ୍ରାର୍ଥୀ ଥିବା ବେଳେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଅନୁଭବ ମହାନ୍ତି ।ମଇଦାନରେ କଂଗ୍ରେସ ଥିଲେ ମଧ୍ୟ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଜେପି-ବିଜେଡି ଭିତରେ ଲାଗିଥିବା ଛକାପଞ୍ଝା କେନ୍ଦ୍ରାପଡ଼ା ଭୋଟ୍‌କୁ ଚର୍ଚ୍ଚିତ କରି ଦେଇଛି। କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ  କହିଛନ୍ତି। କେନ୍ଦ୍ରାପଡାରେ ବହୁସଂଖ୍ୟାରେ ପୁଲିସ ମୁତୟନ କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତିି। କେନ୍ଦ୍ରାପଡା ବୁଥ ଗୁଡିକରେ ଅନ୍ୟ ନିର୍ବାଚନ ମଣ୍ଡଳୀ ଲୋକ ନରହିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ପଢନ୍ତୁ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର: କମ୍ପୁଛି ଉପକୂଳ ଓ ଉତ୍ତର ଓଡ଼ିଶା

Related posts

ଆସନ୍ତାକାଲି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ:ହରିପ୍ରସାଦ ବନାମ ହରିବଂଶ

ENO Beuro

ଇମରାନଙ୍କ ମୋଦିଙ୍କ ସପକ୍ଷରେ ବୟାନ ମୋଦିଙ୍କ ପାଇଁ ବଢାଇଲା ସମସ୍ୟା

Ratnamani Moharana

କାଲି ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

Ratnamani Moharana

1 comment

Leave a Comment