News

ଆଜି ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ

ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୯୫ଟି ଆସନରେ ଚାଲିଛି ମତଦାନ , ୧୬୪୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର

ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୫ଟି ଆସନରେ ଆଜି ସକାଳୁ ଚାଲିଛି ମତଦାନ। ତାମିଲନାଡୁର ଭେଲୋର ଆସନରେ ଟଙ୍କା ବଦଳରେ ଭୋଟ ପାଇଁ ନିର୍ବାଚନ ଅଭିଯୋଗ କାରଣରୁ ସେଠାରେ ମତଦାନ ସ୍ଥଗିତ ରଖାଯାଇଛି। ସେହିପରି ଆଇନ ଶୃଙ୍ଖଳା ପାଇଁ ତ୍ରିପୁରା ଇଷ୍ଟ  ଆସନ ନିର୍ବାଚନକୁ ତୃତୀୟ ପର୍ଯ୍ୟାୟକୁ ଘୁଞ୍ଚାଇ ଦିଆଯାଇଛି ।ଏଚ୍‌. ଡି. ଦେବେଗୌଡ଼ା, ଫାରୁକ ଅବଦୁଲ୍ଲା ହେମା ମାଳିନୀ, କାନିମୋଇ, ରାଜ ବବ୍ଦର, ତାରିକ ଅନଓ୍ଵାର, ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଭଳି ହେଭିୱେଟଙ୍କ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଭାଗ୍ୟ ପରୀକ୍ଷା  ହେବ।

 

ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶାର ୫ଟି ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ମତଦାନ

ଓଡ଼ିଶାର ୫ଟି ଲୋକସଭା  ଓ ଏହା ଅଧୀନରେ ଥିବା ୩୫ ବିଧାନସଭା  ଆସନ ପାଇଁ ମତଦାନ କରିବେ ମୋଟ୍‌ ୭୬ ଲକ୍ଷ ୯୩ହଜାର ୧୨୩ଜଣ ଭୋଟର । ୫ ଲୋକସଭା ପାଇଁ ୩୫ ପ୍ରାର୍ଥୀ ଏବଂ ବିଧାନସଭା ପାଇ ୨୪୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।ସକାଳ ୭ଟାରୁ ଭୋଟିଂ  ଆରମ୍ଭ ହୋଇଥିବାବେଳେ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । କେବଳ ନକ୍ସଲ ପ୍ରବଣ ଅଂଚଳ ଗୁଡ଼ିକରେ ଘଣ୍ଟାଏ ପୂର୍ବରୁ ଅର୍ଥାତ୍‌ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ ।ତେବେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ନବରଙ୍ଗପୁର ଲୋକସଭା  ଅନ୍ତର୍ଗତ ମାଲକାନଗିରି ଏମପିଭି-୬୫ ଏବଂ ବ୍ରହ୍ମପୁର ସିଟି ହାଇସ୍କୁଲ ବୁଥରେ ପୁଣି ଥରେ ଆଜି ମତଗ୍ରହଣ ପାଇଁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ବ୍ୟାପକ ଅନିୟମିତତା ଅଭିଯୋଗ ପରେ ଏଠାରେ ମତଦାନକୁ ରଦ୍ଦ କରାଯାଇଥିଲା ।

ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟରକୁ ମଧ୍ୟ ଯାଞ୍ଚ କରୁଛି ଫ୍ଲାଇଂ ସ୍କ୍ବାର୍ଡ

Related posts

ଯୌତୁକ ପାଇଁ ଜାଳିଦେଲେ ! ସ୍ଵାମୀ ,ଶାଶୁ ଶ୍ୱଶୁର ଗିରଫ

ENO Beuro

ନକ୍ସଲ ଆକ୍ରମଣରେ ଓଡ଼ିଆ କ୍ୟାମେରାମ୍ୟାନ୍‌,୨ସୁରକ୍ଷାକର୍ମୀ ସହିଦ

ENO Beuro

ରାଉରକେଲାରେ ଏକ ବିଚିତ୍ର ବାହାଘର : ରିସେପସନ ପାର୍ଟିରେ ପହଚିଂଲେ ପ୍ରଥମ ସ୍ୱାମୀ ,ଦେଖାଇଲେ ମ୍ୟାରେଜ ସାର୍ଟିଫିକେଟ

ENO Beuro

Leave a Comment