26.1 C
Bhubaneswar
September 28, 2021
EnewsOdia.Com
ଦେଶ ବିଦେଶ ରାଜନୀତି

ଦିଲ୍ଲୀର ୭୦ଟି ବିଧାନସଭା ଆସନ ନିମନ୍ତେ ଭୋଟ୍‌ ଆରମ୍ଭ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟଗ୍ରହଣ ସଂଧ୍ୟା ୬ଟା ଯାଏଁ ଚାଲିବ । ବୁଥ ମୁହାଁ ହେଉଛନ୍ତି ଭୋଟର, ଧିରେ ଧିରେ ମତଦାନ କେନ୍ଦ୍ର ଆଗରେ ଜମୁଛି ଗହଳି । ଲୋକେ ଧାଡିରେ ଆସି ଭୋଟ ଦେଉଥିବା ଦେଖିବାକୁ ମିଳିଛି । ଦିଲ୍ଲୀରେ ମୋଟ୍ ୧ କୋଟି ୪୭ ଲକ୍ଷ ଭୋଟର ୧୩ ହଜାର ୭୫୦ ପୁଲିଂ ବୁଥରେ ମତଦାନ କରିବେ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଏଥର ମୈଦାନରେ ଅଛନ୍ତି ମୋଟ୍ ୬୭୨ ପ୍ରାଥୀ ।

 

ଦିଲ୍ଲୀ ନିର୍ବାଚନରେ ରେକର୍ଡସଂଖ୍ୟକ ଭୋଟ୍‌ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି: ଦିଲ୍ଲୀବାସୀଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ୍‌ ଦିଅନ୍ତୁ, ବିଶେଷତଃ, ମୋର ଯୁବ ବନ୍ଧୁମାନଙ୍କୁ କହୁଛି।

ଦିଲ୍ଲୀରେ ବିଶେଷ କରି ଏଥର ତ୍ରିମୁଖୀ ଲଢେଇ ହେଉଛି । ୨୦ ବର୍ଷ ଧରି ଦିଲ୍ଲୀରେ କ୍ଷମତାରୁ ଦୂରରେ ଥିବା ବିଜେପି ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଯାଇଛି । ସେପଟେ ୫ବର୍ଷ ଶାସନର ଉପଲବ୍ଧିକୁ ଆଧାର କରି କ୍ଷମତା ବଜାୟ ରଖିବାକୁ କସରତ କରୁଛନ୍ତି ଆପ ମୁଖ୍ୟ । ଶାସନରେ ଥିବା ଆମ୍ ଆଦମୀ ପାର୍ଟି ଓ ବିଜେପିକୁ ଚକମା ଦେବାକୁ ଯୋଜନା କରୁଛି କଂଗ୍ରେସ । ଅରବିନ୍ଦ କେଜ୍ରିୱାଲ ୨୦୧୩ରେ କଂଗ୍ରେସକୁ ହରାଇ ନୂଆ ଦିଲ୍ଳୀରେ କ୍ଷମତାକୁ ଆସିବା ପରଠାରୁ ଦଳର ଜୟ ଯାତ୍ରା ଜାରି ରହିଛି ।
ପଢନ୍ତୁ: ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ !

Related posts

୭ ଜାନୁଆରୀରେ ହୋଇପାରେ ୭ ବର୍ଷ ପ୍ରତିକ୍ଷାର ଅନ୍ତ

Ratnamani Maharana

ସିଦ୍ଧିବିନାୟକ ମନ୍ଦିରକୁ ୩୫ କେଜି ସୁନା ଦାନ କଲେ ଶ୍ରଦ୍ଧାଳୁ

Ratnamani Maharana

ରିଲାଏନ୍ସ କମ୍ପାନୀରୁ ଇସ୍ତଫା ଦେଲେ ଅନିଲ ଅମ୍ବାନିଙ୍କ ଦୁଇ ପୁଅ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More