EnewsOdia.Com

ବିଜେପୁର ଉପନିର୍ବାଚନ ଲାଗି ଭୋଟ ଗ୍ରହଣ ଆରମ୍ଭ

ଆଜି ବିଜେପୁର ଉପନିର୍ବାଚନ ପାଇଁ ଭୋଟିଂ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 2 ଲକ୍ଷ 32 ହଜାର 264 ଭୋଟର । ସକାଳ 7ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ନିର୍ବାଚନକୁ ଅବାଧ ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । 32 ପ୍ଲାଟୁନ ଫୋର୍ସ, 3 କମ୍ପାନୀ CRPF, ଜଣେ ଅତିରିକ୍ତ ଏସପି, 7 ଜଣ ଡିଏସପି, 75 ଜଣ ସବଇନିସ୍ପେକ୍ଟର, 113 ଜଣ ଏଏସଆଇଙ୍କୁ ନିଯୁକ୍ତ କରାଯାଛି ।

3ଟି ବ୍ଲକରେ 6ଟି ମଡେଲ ବୁଥ ରହିଥିବାବେଳେ 28ଟି ବୁଥରେ ୱେବ କାଷ୍ଟିଂ କରାଯିବ । 14ଟି ବୁଥରେ CCTV ବ୍ୟବସ୍ଥା କରାଯାଇଥିବା ବେଳେ 16ଟି ବୁଥର ନିର୍ବାଚନ ପକ୍ରିୟାକୁ ଭିଡ଼ିଓଗ୍ରାଫି କରାଯିବ । 77ଟି ବୁଥ ପାଇଁ ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଥିବାବେଳେ 135ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ 6ଟି ବୁଥ ନକ୍ସଲ ପ୍ରଭାବିତ ଅଂଚଳରେ ରହିଛି । ସେଗୁଡିକ ହେଲା ଯୁଗାଖୋଲ, ପରମାନପୁର,  ସାଇଡୁଙ୍ଗୁରିପାଲି, ଛିନ୍ଦ୍ରାପାଲି, ସାଲେପାଲି ଓ କଣ୍ଟାଯୁଡା ।

ପଢନ୍ତୁ: ପାକିସ୍ତାନକୁ ଭାରତୀୟ ସେନାର ମୁହଁତୋଡ଼ ଜବାବ

ସମ୍ବନ୍ଧିତ ଖବର

ଲୋକଙ୍କ ସହ ଧାଡ଼ିରେ ଛିଡ଼ାହୋଇ ଆହାର କେନ୍ଦ୍ରରେ ଭାତ ଡାଲମା ଖାଇଲେ ଭି.କେ ପାଣ୍ଡିଆନ

Ratnamani Maharana

ଜାମ୍ମୁ-କାଶ୍ମୀରରେ ପହଞ୍ଚିଲେ ୟୁରୋପୀୟ ସାଂସଦଙ୍କ ପ୍ରତିନିଧିଦଳ

Ratnamani Maharana

ସ୍ବର୍ଗଦ୍ବାରର ହେବ ନବକଳେବର, ବିଜୁଙ୍କ ସମାଧି ଭାଙ୍ଗିବାକୁ ନବୀନଙ୍କ ଘୋଷଣା

Ratnamani Maharana

ବିଜେପୁରରେ ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

Ratnamani Maharana

୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

Ratnamani Maharana

ଭାରତ ସହ ଡାକ ସେବା ବନ୍ଦ କଲା ପାକିସ୍ତାନ

Ratnamani Maharana