News

ଇଭିଏମରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି: ବିଳମ୍ବରେ ମତଦାନ କଲେ ମତଦାତା

ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ  ପାଇଁ ମତଦାନ ଆରମ୍ଭ ହୋଇଛି ।ଆଜି ୪ଟି ଲୋକସଭା  ସହ ଏହା ଅନ୍ତର୍ଗତ ୨୮ଟି ବିଧାନସଭା  ଆସନ ପାଇଁ ମତଦାନ ଚାଲିଛି। ଏହି ୪ଟି ଲୋକସଭା ଆସନ ହେଲା- କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର। ସକାଳ ୭ଟାରୁ ନିଜର ମତ  ସାବ୍ୟସ୍ତ କରୁଛନ୍ତି ଭୋଟର । ରାଜ୍ୟର କେତେକ ନିର୍ବାଚନ ମଣ୍ଡଳୀର କେତେକ ବୁଥରେ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବରେ ହୋଇଛି। ତେବେ କେବଳ ଇଭିଏମ୍‌ ନୁହେଁ ଭିଭିପ୍ୟାଟ୍‌ରେ ମଧ୍ୟ ବିଭିନ୍ନ ସ୍ଥାନରେ ତ୍ରୁଟି ଦେଖାଯାଇଛି ।

କୋରାପୁଟ ଜିଲ୍ଲା ଜୟପୁରର  ପାରାବେଡା ହାଇସ୍କୁଲରେ ହୋଇଥିବା ତିନୋଟି ବୁଥ୍‌ ମଧ୍ୟରୁ ୧୬୨ ନମ୍ବର ବୁଥ୍‌ରେ ଲାଗିଥିବା ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି, ଯାହାଫଳରେ ମତଦାନରେ ପାଖାପାଖି ୪୫ ମିନିଟ ବିଳମ୍ବ ହୋଇଥିବା ଜଣାପଡ଼ିଛି। ମାଲକାନଗିରି  ଜିଲ୍ଲାର ୧୦ଟି ବୁଥ୍‌ର ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ MV- ୧୧, ୩୭, କୋରକୋଣ୍ଡା, ମୁଦୁଲିଗୁଡ଼ା, ବିବିଗୁଡ଼ା, ଶିଖପାଲିରେ ମତଦାନ ବିଳମ୍ବ ହୋଇଛି। ଫଳରେ ଭୋଟରମାନେ ଧାଡ଼ିରେ ଠିଆ ହୋଇଛନ୍ତି।


ପଢନ୍ତୁ: ନାମାଙ୍କନ ପତ୍ର ଦାଖଲ୍ କଲେ ରାହୁଲ ଗାନ୍ଧି

Related posts

ସୁପ୍ରିମ କୋର୍ଟରେ ନୂତନ ମହିଳା ବିଚାରପତି ଭାବେ ଇନ୍ଦୁ ମଲୋହୋତ୍ରା ଅନୁମୋଦିତ!

ENO Beuro

ଆଜିଠୁ ଦେଶବ୍ୟାପୀ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ENO Beuro

ଚେନ୍ନାଇ ନୌସେନା ଷ୍ଟେସନ୍‌ରେ ଉଡିଲା ଅଜ୍ଞାତ ଡ୍ରୋନ୍‌: ତଦନ୍ତ ଜାରି

Ratnamani Moharana

Leave a Comment