POLITICALS

ଆଜି ୨୦ଟି ରାଜ୍ୟର ୯୧ ଲୋକସଭା ଆସନ ପାଇଁ ହେଉଛି ମତଦାନ

ଆଜିଠୁ ଆରମ୍ଭ ହେଉଛି ଗଣତନ୍ତ୍ରର ମହାପର୍ବ ।ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ଗୁରୁବାର ସକାଳ ୭ଟାରୁ ଦେଶର ୯୧ଟି ଲୋକସଭା  ଆସନରେ ମତଦାନ ଆରମ୍ଭ ହୋଇଛି। ୧୪ କୋଟି ୨୦ ଲକ୍ଷ ୫୪ ହଜାର ମତଦାତା ୧୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷାକର୍ମୀ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି ।

ଭୋଟ୍‌ ଦେଲେ ନେତା ଓ ମୁଖ୍ୟମନ୍ତ୍ରୀ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ  ଅମରାବତୀରେ ଭୋଟ୍ ଦେଇଛନ୍ତି। ସେ ନିଜ ବୁଥକୁ ଆସି ପତ୍ନୀ, ପୁଅ ତଥା ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ନାରା ଲୋକେଶ ଏବଂ ବୋହୂଙ୍କ ସହ ଭୋଟ୍ ଦେଇଛନ୍ତି। ସେହିପରି ଆନ୍ଧ୍ର ପ୍ରଦେଶ କଡପ୍ପା ଜିଲ୍ଲାର ପୁଲିବେନ୍ଦୁଲା ଆସନରୁ ଲଢୁଥିବା ଓ୍ୱାଇଏସ୍ଆର୍ କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡି  ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।ମହାରାଷ୍ଟ୍ର ଗନ୍ଦିଆରେ ଏନ୍‌ସିପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ  ଭୋଟ୍ ଦାନ କରିଛନ୍ତି। ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରରିଆଲ  ନିଶଙ୍କ ଡେରାଡୁନରେ ଓ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ତେଲଙ୍ଗାନା ରାଷ୍ଟ୍ର ସମିତିର ନିଜାମାବାଦ୍ ଲୋକସଭା ଆସନ ପ୍ରାର୍ଥୀ କେ. କବିତା ପୋଥଙ୍ଗଲର ନିଜ ବୁଥରେ ଭୋଟ୍ ଦେଇଛନ୍ତି।
ପଢନ୍ତୁ: ମତଦାନ କେନ୍ଦ୍ର ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କଲେ ମାଓବାଦୀ

Related posts

ନବୀନଙ୍କ ଦମ୍ଭୋକ୍ତି: ଭୋଟରେ ବିଜେଡି ବହୁତ ଭଲ କରିବ

ENO Beuro

ଭୁବନେଶ୍ୱରରୁ ଲଢିବେ ଅପରାଜିତା !

ENO Beuro

ଅମୃତସର ଭଳି ଆସନରୁ ନିର୍ବାଚନ ଲଢିବେନି ମନମୋହନ

Ratnamani Moharana

1 comment

Leave a Comment