Loading...

ଆସିଲା ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ପୋଷ୍ଟମର୍ଟମ ରିପୋର୍ଟ, ପାଣିରେ ବୁଡି ଯାଇଛି ଜୀବନ

ଆସିଲା ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ପୋଷ୍ଟମର୍ଟମ ରିପୋର୍ଟ, ପାଣିରେ ବୁଡି ଯାଇଛି ଜୀବନ

ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କର ଆସିଲା ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ପୋଷ୍ଟମର୍ଟମ। ବେକରେ ଥିବା ଦାଗ ଶ୍ବାସରୁଦ୍ଧ ଜନିତ ନୁହେଁ । ତାଙ୍କ ଦେହରେ ଥିବା ୬ଟି ଚିହ୍ନ ପାଣିରେ ବୁଡ଼ିଯିବା ବେଳେ କୌଣସି କାରଣରୁ ହୋଇ‌ଥାଇପାରେ ବୋଲି ପୋଲିସ କହିଛି ।

ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କର ଆସିଲା ଭିସୁଟ ଛାତ୍ରୀ ଚିନ୍ମୟୀଙ୍କ ପୋଷ୍ଟମର୍ଟମ। ବେକରେ ଥିବା ଦାଗ ଶ୍ବାସରୁଦ୍ଧ ଜନିତ ନୁହେଁ । ତାଙ୍କ ଦେହରେ ଥିବା ୬ଟି ଚିହ୍ନ ପାଣିରେ ବୁଡ଼ିଯିବା ବେଳେ କୌଣସି କାରଣରୁ ହୋଇ‌ଥାଇପାରେ ବୋଲି ପୋଲିସ କହିଛି । ପାଣିରେ ବୁଡି ଚିନ୍ମୟୀଙ୍କ ଜୀବନ ଯାଇଥିବା ସ୍ପଷ୍ଟ କରିଛନ୍ତି ସମ୍ବଲପୁର ଏସପି ବି. ଗଙ୍ଗାଧର । ଚିନ୍ମୟୀଙ୍କ ମୃତ୍ୟୁ ପରେ ଏହା ଏକ ହତ୍ୟା ବୋଲି ସନ୍ଦେହ କରାଯାଉଥିଲା। ଏହି ଘଟଣାରେ ଚିନ୍ମୟୀ ସାହୁଙ୍କ ଦୁଇ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡ଼ୁଙ୍କୁ ପୋଲିସ ହେପାଜତକୁ ନେବା ସହ ନାର୍କୋ ଟେଷ୍ଟ ମଧ୍ୟ କରଯାଇଥିଲା।ଏହି ଘଟଣାରେ ପ୍ରୀତିମାନ ଓ ମାନସଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଥିବା ସୂଚନା ମିଳିଛି। ଆଇଜିଙ୍କ ଉପସ୍ଥିତିରେ ରାତି ଅଧରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଥିବା ଜଣାପଡ଼ିଛି। କେମିତି ଓ କ’ଣ ଘଟିଥିଲା ସେ ବିଷୟରେ ସେଠାରେ ପୁଲିସକୁ ଡେମୋ ଦେଖାଇଥିଲେ। ପୋଷ୍ଟମର୍ଟମ ରିପୋର୍ଟ ପରେ ଦୁଇ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡ଼ୁଙ୍କୁ ନୋଟିସ୍ ଦେଇ ଆଜି ଛାଡ଼ି ଦିଆଯିବ। ଆବଶ୍ୟକ ପଡ଼ିଲେ ଉଭୟଙ୍କୁ ପୁଣି ଥାନାକୁ ଡକାଯିବ। ସେଥିପାଇଁ ଉଭୟଙ୍କୁ ୭ ଦିନ ଯାଏ ବୁର୍ଲାରେ ରହିବାକୁ ନି‌‌ର୍ଦେଶ ଦିଆଯାଇଛି।

ସୂଚନାନୁଯାୟୀ, ବୁର୍ଲା ଭିସୁଟ୍‌ରପୂର୍ବତନ ଛାତ୍ରୀ ପାୱାର ଚାନେଲ୍‌ ବ୍ରିଜ୍‌ରୁ ଡେଇଁ ଆତ୍ମହତ୍ୟା କରିଥିଲେ ଓ ଘଟଣାର ୧୨ ଘଣ୍ଟା ପରେ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ। ମୃତ୍ୟୁର କିଛି ସମୟ ପୂର୍ବରୁ ଚିନ୍ମୟୀ ତାଙ୍କ ବନ୍ଧୁମାନଙ୍କ ସହ ଏକ ଢାବାରେ ଖାଉଥିବା ସମୟର ସିସିଟିଭି ଫୁଟେଜ ମିଳିଛି । ସିସିଟିଭି ଫୁଟେଜରେ ସମସ୍ତେ ନିଶା ସେବନ କରୁଥିବା ଦେଖାଯାଉଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.