Featured

ଅଣ୍ଟା ବିନ୍ଧା ପାଇଁ ଚିନ୍ତିତ କି ? ପ୍ରତିଦିନ ଅଳ୍ପ ସମୟ କିଛି ଯୋଗର ଅଭ୍ୟାସ ଏଥିରୁ ଦବ ମୁକ୍ତି

ଆଜିକାଲି ଅଣ୍ଟା ବିନ୍ଧା ଏକ ସାଧାରଣ ରୋଗ । ଅଫିସରେ ପ୍ରତିଦିନ ଲଗାତାର କମ୍ପ୍ୟୁଟର ଆଗରେ ବସି ରହିବା, ଅଧିକ ସମୟ ବାଇକ୍‌ ଚଲାଇବା ଏବଂ ମୋଟା ହେବାଦ୍ୱାରା ଅଣ୍ଟା ଓ କାନ୍ଧ ବିନ୍ଧିବା ଏବେ ଲୋକଙ୍କ ଏକ ଅଭ୍ୟାସରେ ପରିଣତ ହୋଇଗଲାଣି । କଷ୍ଟ କମ୍‌ ପାଇଁ ଅନେକ ପେନ୍‌କିଲର ମଧ୍ୟ ନେଉଛନ୍ତି । କିନ୍ତୁ ମେଡିସିନ ଠାରୁ ଦୂରରେ ରହିବା ବହୁତ ଭଲ । ଏଥିପାଇଁ  ପ୍ରତିଦିନ ଅଳ୍ପ ସମୟ କିଛି ଯୋଗର ଅଭ୍ୟାସ ଏଥିରୁ ଦବ ମୁକ୍ତି, ଆପଣଙ୍କ ମେରୁଦଣ୍ଡକୁ ରଖିବ ସୁସ୍ଥ ଓ ଯନ୍ତ୍ରଣା ମୁକ୍ତ ।

କିନ୍ତୁ ମନେରଖନ୍ତୁ ଯେ କୌଣସି ବି ଯୋଗ କରନ୍ତୁ, ଠିକ ଭାବରେ କରିବା ଉଚିତ । ନହେଲେ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିପାରେ ।କାନ୍ଧାରାସନ ଓ ଭୁଜାଙ୍ଗସନ ଉଭୟ କାନ୍ଧ ଓ ଅଣ୍ଟାର ଯନ୍ତ୍ରଣା କମ୍‌ କରିବ ।

କାନ୍ଧାରାସନ:

କାନ୍ଧାରାସନ ଉଭୟ କାନ୍ଧ ଓ ଅଣ୍ଟାର ଯନ୍ତ୍ରଣା କମ୍‌ କରେ ।

କିପରି କରିବେ: ଚଟାଣରେ ସିଧା ଶୋଇ ରହି ଦୁଇ ହାତକୁ ଶରୀରର ଦୁଇ ପାଖରେ ରଖନ୍ତୁ। ଦୁଇ ଗୋଡ଼କୁ ସିଧା ଚଟାଣରେ ରଖିବେ। ଦୁଇ ଗୋଡ଼କୁ ଆଣ୍ଠୁ ପାଖରୁ ଭାଙ୍ଗନ୍ତୁ ଯେପରି ଦୁଇ ପାଦର ତଳ ପାଖ ଚଟାଣରେ ଲାଗି ରହିବ। ପ୍ରଶ୍ୱାସ ଛାଡ଼ି ଅଣ୍ଟା ଓ ପେଟ ଉପରକୁ ଉଠାଇବାକୁ ଚେଷ୍ଟା କରନ୍ତୁ ଏବଂ ଦୁଇ ହାତକୁ ପାଦର ଦୁଇ ଗୋଇଠିକୁ ଧରି ରଖନ୍ତୁ। କିଛି କ୍ଷଣ ଏହି ଆସନରେ ରହିବା ପରେ ଧୀରେ ଧୀରେ ପୂର୍ବ ଅବସ୍ଥାକୁ ଫେରନ୍ତୁ।

କାନ୍ଧାରାସନ  ଅଣ୍ଟା ବିନ୍ଧା ପାଇଁ ଚିନ୍ତିତ କି ? ପ୍ରତିଦିନ ଅଳ୍ପ ସମୟ କିଛି ଯୋଗର ଅଭ୍ୟାସ ଏଥିରୁ ଦବ ମୁକ୍ତି                                300x182

 

ଭୁଜାଙ୍ଗସନ:

ଭୁଜାଙ୍ଗସନ କୁ କୋବ୍ରା ପୋଜ୍‌ ମଧ୍ୟ କୁହାଯାଏ । ଏହା ମଧ୍ୟ ଉଭୟ ଅଣ୍ଟା ଓ କାନ୍ଧ ଯନ୍ତ୍ରଣା କମ୍ କରେ।

କିପରି କରିବେ: ତଳକୁ ମୁହଁ କରି ସିଧା ଶୋଇ ରୁହନ୍ତୁ। ଦୁଇ ହାତକୁ ଆଗକୁ ଓ ପାପୁଲିକୁ ଭୂଇଁକୁ ଲଗାଇ ରଖନ୍ତୁ। ହାତକୁ ଧୀରେ କାନ୍ଧ ପାଖକୁ ଆଣି ଛାତି ଓ ପେଟକୁ ଧୀରେ ଧୀରେ ଉପରକୁ ଉଠାଇ ପଛକୁ ଅଧା ଢ଼ଳି କିଛି ସମୟ ରୁହନ୍ତୁ। ମୁହଁକୁ ଆକାଶ ଆଡ଼କୁ ରଖିବେ ଅର୍ଥାତ୍ ଉପରକୁ ଅନାଇବେ।

ଭୁଜାଙ୍ଗସନ  ଅଣ୍ଟା ବିନ୍ଧା ପାଇଁ ଚିନ୍ତିତ କି ? ପ୍ରତିଦିନ ଅଳ୍ପ ସମୟ କିଛି ଯୋଗର ଅଭ୍ୟାସ ଏଥିରୁ ଦବ ମୁକ୍ତି                             150x150

Related posts

ଯଦି ଆପଣ ଦେଶର ସାଧାରଣ ନାଗରିକ, ତେବେ ଯାଣନ୍ତୁ ଆପଣ କେତେ ନମ୍ବର ରେ ଅଛନ୍ତି

ENO Beuro

ଆପଣ ପାନ କାର୍ଡ଼କୁ କେଉଁଠି ରଖି ଭୁଲିଯାଇଛନ୍ତି ? ଚିନ୍ତିତ ହୁଅନ୍ତୁ ନାହିଁ ,ଘରେ ବସି ପାଇପାରିବେ ନୂଆ କାର୍ଡ ,ଆସନ୍ତୁ ଜାଣିବା

ENO Beuro

ଆପଣ ମାନେ ଜାଣନ୍ତି, କଞ୍ଚା ରସୁଣ ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ? ଆସନ୍ତୁ ଜାଣିବା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More