Loading...

ପୁରୁଣା ଗାଡ଼ିକୁ ସ୍କ୍ରାପିଂ କଲେ ବକେୟା ଟିକସ ଓ ଜରିମାନା ଛାଡ଼ କରିବେ ରାଜ୍ୟସରକାର

ପୁରୁଣା ଗାଡ଼ିକୁ ସ୍କ୍ରାପିଂ କଲେ ବକେୟା ଟିକସ ଓ ଜରିମାନା ଛାଡ଼ କରିବେ ରାଜ୍ୟସରକାର

ପୁରୁଣା ଗାଡ଼ି ଉପରେ ଥିବା ସମସ୍ତ ବକେୟା ଟିକସ ଓ ଜରିମାନା ଛାଡ଼ କରାଯିବ। ଯେଉଁ ଗାଡ଼ି ମାଲିକମାନେ ନିଜ ଗାଡ଼ିକୁ ସ୍କ୍ରାପିଂ କରିବାକୁ ଇଚ୍ଛାପ୍ରକାଶ କରିବେ ସେମାନଙ୍କ ପାଇଁ ଏହା ଲାଗୁ ହେବ।

ପୁରୁଣା ଗାଡ଼ି ଉପରେ ଥିବା ସମସ୍ତ ବକେୟା ଟିକସ ଓ ଜରିମାନା ଛାଡ଼ କରାଯିବ। ଯେଉଁ ଗାଡ଼ି ମାଲିକମାନେ ନିଜ ଗାଡ଼ିକୁ ସ୍କ୍ରାପିଂ କରିବାକୁ ଇଚ୍ଛାପ୍ରକାଶ କରିବେ ସେମାନଙ୍କ ପାଇଁ ଏହା ଲାଗୁ ହେବ। ଏହା ଦ୍ୱାରା ଟିକସ ଓ ଜରିମାନା ଭରି ନ ଥିବା ୪୬ ହଜାରରୁ ଊର୍ଦ୍ଧ୍ୱ ଗାଡ଼ି ମାଲିକ ଉପକୃତ ହେବେ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଦ୍ବାରା ବହୁ ପୁରୁଣା ଯାନଗୁଡ଼ିକର ମାଲିକମାନେ ସେମାନଙ୍କ ଗାଡ଼ିଗୁଡ଼ିକୁ ସ୍କ୍ରାପ୍‌ ଏବଂ ପଞ୍ଜୀକରଣ ରଦ୍ଦ କରିବାକୁ ଆଗ୍ରହ ଦେଖାଇବେ । ଏଥିସହିତ ଯେଉଁମାନେ ଟିକସ ପ୍ରଦାନ କରି ଗାଡ଼ି ଚଳାଇବାକୁ ଆଗ୍ରହୀ ଥିବେ ସେମାନଙ୍କ ପାଇଁ ଜରିମାନା ସମ୍ପୂର୍ଣ୍ଣ ଛାଡ଼ କରାଯିବା ସହିତ ଗାଡ଼ିର ବର୍ଷ ଅନୁଯାୟୀ ଟିକସ ପରିମାଣ ମଧ୍ୟ କୋହଳ ହେବ। ସେହିପରି ଅନ୍ୟ ଯାନଗୁଡ଼ିକର ଗାଡ଼ି ମାଲିକମାନେ ଯେଉଁମାନେ ସେମାନଙ୍କ ବ୍ୟବସାୟ କରିବାକୁ ଚାହୁଁଛନ୍ତି, ସେମାନେ ଟିକସ ରିହାତି ହାରରେ ଜମା କରିପାରିବେ। ଏହାଦ୍ବାରା ପର୍ଯ୍ୟାପ୍ତ ପରିମାଣର ବକେୟା ଟିକସ ସଂଗ୍ରହ ହେବା ସହିତ ଗାଡ଼ି ମାଲିକମାନେ ଅଧିକ ଲାଭବାନ ହୋଇପାରିବେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.