News

ଡ୍ରେନ ଖୋଳାବେଳେ ଭୁଶୁଡିଲା କାନ୍ଥ,୩ ଗୁରୁତର

wall

ନୂଆପଲ୍ଲି ଥାନା ପାଇକନଗର ୪୮ ନମ୍ବର ୱାର୍ଡ ଜଳେଶ୍ଵର କଲୋନୀରେ ଡ୍ରେନ ଖୋଳା ଚାଲିଥିବା ବେଳେ ଏକ କାନ୍ଥ ଭୁଶୁଡି ପଡିଥିଲା। ଏଥିରେ ଜଣେ ମହିଳା ସମେତ ତିନିଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଏହାପରେ ଆହତମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

wall

ସୂଚନାଯୋଗ୍ୟ, ପାଇକନଗର ଅଞ୍ଚଳରେ ଡ୍ରେନ୍ ନିର୍ମାଣ କାମ ଚାଲୁଥିଲା ବେଳେ ଏହି ଅଘଟଣ ଘଟିଥିଲା । ୫ରୁ ୭ ଜଣ ଶ୍ରମିକଙ୍କ ଦ୍ୱାରା ସେଠାରେ ଡ୍ରେନ୍ କାର‌୍ୟ୍ୟ ଜାରି ରହିଥିବା ବେଳେ ପାଖରେ ଥିବା ଏକ ପାଉଁରୁଟି ଫ୍ୟାକ୍ଟ୍ରିର କାନ୍ଥ ହଠାତ୍ ଭୁଷୁଡି ପଡିଥିଲା। ଏହି କାନ୍ଥ କାମ କରୁଥିବା ଶ୍ରମିକଙ୍କ ଉପରେ ପଡିଥିଲା । ଫଳରେ ୩ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କରିଥିଲେ ।

ପଢନ୍ତୁ; ସଇତାନ ପ୍ରେମିକ, ସାଥୀମାନଙ୍କ ସହ ମିଶି ପ୍ରେମିକାକୁ କଲା ଗଣବଳାତ୍କାର

Related posts

ଦିଲ୍ଳୀରେ ନିୟମ ଉଲ୍ଲଙ୍ଘନ କରି ଲକ୍ଷେ ୪୧ ହଜାର ଟଙ୍କା ଗଣିଲେ ରାଜସ୍ତାନର ଟ୍ରକ୍ ଡ୍ରାଇଭର

Ratnamani Moharana

ଉତ୍ତରାଖଣ୍ଡ ଓ ହିମାଚଳରେ ବାଦଲଫଟା ବର୍ଷା, ୧୮ ମୃତ

Ratnamani Moharana

ହୀରାକୁଦର ବନ୍ଦ ହେଲା ୫ଟି ଗେଟ

ENO Beuro

Leave a Comment