ଓ୍ଵାଲମାର୍ଟ ହାତରେ ଫ୍ଲିପ୍‌କାର୍ଟ: ୭୭% ଅଂଶଧନକୁ ୧.୦୭ ଲକ୍ଷ କୋଟିରେ କିଣିଲା

ଫ୍ଲିପ୍‌କାର୍ଟକୁ କିଣିଲା ୱାଲମାର୍ଟ

ଭାରତର ସବୁଠୁ ବଡ଼ ଅନଲାଇନ କମ୍ପାନୀ ଫ୍ଲିଲକାର୍ଟ ଏବେ ଓ୍ଵାଲମାର୍ଟର ହୋଇଯାଇଛି। ଆମେରିକାର ପ୍ରତିଷ୍ଠିତ ଓ୍ଵାଲମାର୍ଟ ୧୬ ବିଲିୟନ ଡଲାରରେ ଫ୍ଲିପକାର୍ଟର ୭୭ ପ୍ରତିଶତ ଅଂଶଧନ କିଣିଛି। ୧୦୭୨ ଅରବ ଟଙ୍କା(୧,୦୭,୨୦୦ କୋଟି)ର ଚୁକ୍ତି ପରେ ଅନଲାଇନ ମାର୍କେଟରେ ଏପର୍ୟ୍ୟନ୍ତର ସବୁଠୁ ବଡ଼ ବୁଝାମଣା ପତ୍ରରେ ପରିଣତ ହୋଇଛି। ଓ୍ଵାଲମାର୍ଟ ଏବଂ ଫ୍ଲିପକାର୍ଟ ମଧ୍ୟରେ ସର୍ତ୍ତ ଆଧାରରେ ଚୁକ୍ତି ସ୍ଵାକ୍ଷରିତ ହୋଇଛି।

ଅଧିଗ୍ରହଣ ପରେ ଫ୍ଲିପ୍‌କାର୍ଟର ସହ-ପ୍ରତିଷ୍ଠାତା ସଚିନ ବଂଶଲ ଏବଂ ଜାପାନ୍‌ର ସଫ୍ଟବ୍ୟାଙ୍କ କର୍ପୋରେଶନ୍‌ ଗ୍ରୁପ୍‌ କମ୍ପାନୀରୁ ବିଦାୟ ନେବେ। ତେବେ ଏହି ଚୁକ୍ତି ଦ୍ୱାରା ଫ୍ଲିପ୍‌କାର୍ଟ ୨୦.୮ ବିଲିୟନ ଡଲାରର କମ୍ପାନୀ ପାଲଟିବ। ସଚିନ ବଂଶଲଙ୍କ ସହ ମିଶି ଫ୍ଲିପ୍‌କାର୍ଟକୁ ଗଢ଼ିଥିବା ବିନି ବଂଶଲ ନିଜର ୫.୫% ଅଂଶଧନ ଧରିବେ ଏବଂ କମ୍ପାନୀ ବୋର୍ଡର ଅଧ୍ୟକ୍ଷ ରହିବେ। ଓ୍ବାଲ୍‌ମାର୍ଟର କ୍ରୀଶ୍‌ ଆୟର୍‌ କମ୍ପାନୀର ସିଇଓ ହେବେ। ଓ୍ବାଲ୍‌ମାର୍ଟ ଏବଂ ଫ୍ଲିପ୍‌କାର୍ଟ ଦୁଇଟି ଭିନ୍ନ ବ୍ରାଣ୍ଡ୍‌ ରହିବ। ଫ୍ଲିପ୍‌କାର୍ଟର ଏକ ସ୍ବାଧୀନ ବୋର୍ଡ ରହିବ, ଯାହାକି ଓ୍ବାଲ୍‌ମାର୍ଟକୁ ଏହାର ପ୍ରତିନିଧିତ୍ୱ ଦେବ। ଫ୍ଲିପ୍‌କାର୍ଟର ପରବର୍ତ୍ତୀ ଯାତ୍ରାରେ ଓ୍ବାଲ୍‌ମାର୍ଟ ଏକ ପ୍ରମୁଖ ସହଯୋଗୀ ସାବ୍ୟସ୍ତ ହେବ ବୋଲି ବିନି ବଂଶଲ ପ୍ରକାଶ କରିଛନ୍ତି।

ପଢନ୍ତୁ; ଆସନ୍ତୁ ଜାଣିବା କେଉଁ ଖାଦ୍ୟଠାରୁ ରାତିରେ ଦୂରେଇ ରହିବା ଉଚିତ!

ଅଧିଗ୍ରହଣ ପରେ ଫ୍ଲିପ୍‌କାର୍ଟର ସହ-ପ୍ରତିଷ୍ଠାତା ସଚିନ ବଂଶଲ ଏବଂ ଜାପାନ୍‌ର ସଫ୍ଟବ୍ୟାଙ୍କ କର୍ପୋରେଶନ୍‌ ଗ୍ରୁପ୍‌ କମ୍ପାନୀରୁ ବିଦାୟ ନେବେ - 9.2

92%

ଓ୍ବାଲ୍‌ମାର୍ଟର କ୍ରୀଶ୍‌ ଆୟର୍‌ କମ୍ପାନୀର ସିଇଓ ହେବେ। ଓ୍ବାଲ୍‌ମାର୍ଟ ଏବଂ ଫ୍ଲିପ୍‌କାର୍ଟ ଦୁଇଟି ଭିନ୍ନ ବ୍ରାଣ୍ଡ୍‌ ରହିବ। - 7.9

79%
8.6/10

Very Good!

ଓ୍ଵାଲମାର୍ଟ ହାତରେ ଫ୍ଲିପ୍‌କାର୍ଟ: ୭୭% ଅଂଶଧନକୁ ୧.୦୭ ଲକ୍ଷ କୋଟିରେ କିଣିଲା

ଭାରତର ସବୁଠୁ ବଡ଼ ଅନଲାଇନ କମ୍ପାନୀ ଫ୍ଲିଲକାର୍ଟ ଏବେ ଓ୍ଵାଲମାର୍ଟର ହୋଇଯାଇଛି। ଆମେରିକାର ପ୍ରତିଷ୍ଠିତ ଓ୍ଵାଲମାର୍ଟ ୧୬ ବିଲିୟନ ଡଲାରରେ ଫ୍ଲିପକାର୍ଟର ୭୭ ପ୍ରତିଶତ ଅଂଶଧନ କିଣିଛି। ୧୦୭୨ ଅରବ ଟଙ୍କା(୧,୦୭,୨୦୦ କୋଟି)ର ଚୁକ୍ତି ପରେ ଅନଲାଇନ ମାର୍କେଟରେ ଏପର୍ୟ୍ୟନ୍ତର ସବୁଠୁ ବଡ଼ ବୁଝାମଣା ପତ୍ରରେ ପରିଣତ ହୋଇଛି। ଓ୍ଵାଲମାର୍ଟ ଏବଂ ଫ୍ଲିପକାର୍ଟ ମଧ୍ୟରେ ସର୍ତ୍ତ ଆଧାରରେ ଚୁକ୍ତି ସ୍ଵାକ୍ଷରିତ ହୋଇଛି।

No Votes Yet

You're not rated yet