SPORTS

ଭାରତଠାରୁ ହାରିବା ପରେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ପାକିସ୍ତାନ କୋଚ ମିକି ଆର୍ଥର

Untitled 1

ବିଶ୍ବକପରେ ଭାରତଠାରୁ ଶୋଚନୀୟ ପରାଜୟ ବରଣ କରିଥିଲା ପାକିସ୍ତାନ। ଏହାପରେ ପାକିସ୍ତାନକୁ ବହୁ କଟୁ ସମାଲୋଚନର ମଧ୍ୟ ଶିକାର ହେବାକୁ ପଡିଛି। ତେବେ ଏହି ପରାଜୟ ପରେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ପାକିସ୍ତାନ କୋଚ ମିକି ଆର୍ଥର। ଏଭଳି କିଛି ଗଣମାଧ୍ୟମ ଆଗରେ ସେ ପ୍ରକାଶ କରିଛନ୍ତି। ଆର୍ଥରଙ୍କ କହିବାନୁଯାୟୀ, ବିଶ୍ୱକପ କ୍ରିକେଟରେ ଭାରତଠାରୁ ହାରିବା ପରେ ପ୍ରଥମେ ଆତ୍ମହତ୍ୟା କରିବାକୁ ଇଚ୍ଛା ହୋଇଥିଲା । ବିଶ୍ୱକପର ମ୍ୟାଚ ଉପରେ ଗଣମାଧ୍ୟମ  ତଥା ସାରା ବିଶ୍ଵର ନଜର ରହିଥିଲା ।

ମାଂଚେଷ୍ଟର ମ୍ୟାଚରେ ପାକିସ୍ତାନ ୮୯ ରନରେ ଭାରତ ଠାରୁ ପରାଜୟ ବରଣ କରିଥିଲା । ଗତ ରବିବାର ଦିନ ମୁଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲି । ସବୁ ଘଟଣା ଏତେ ଶୀଘ୍ର ଘଟିଲା ଏବଂ ପାକିସ୍ତାନ ହାରିଗଲା ।  ଭାରତ ବିପକ୍ଷରେ ପାକିସ୍ତାନର ହାର ଲକ୍ଷ ଲକ୍ଷ ପାକିସ୍ତାନ ଫ୍ୟାନଙ୍କୁ ନିରାଶ କରିଥିଲା । ଏପରିକି ପାକିସ୍ତାନ ଟିମ ଭଲ ପ୍ରଦର୍ଶନ କରୁ ବୋଲି ସମାଲୋଚନା କରି ଅନେକ ଭିଡିଓ ଏବଂ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ଅଧିନାୟକ ସର୍ଫରାଜଙ୍କୁ ମଧ୍ୟ ଅନେକ ଫ୍ୟାନ ସମାଲୋଚନା କରିବାର ଭିଡିଓ ମଧ୍ୟ ଦେଖିବାକୁ ମିଳିଥିଲା ।

ପଢନ୍ତୁ: ଧାୱନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା “ତମକୁ ପିଚ ମିସ କରିବ”

Related posts

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ: ଆଜି ହେବ ତୃତୀୟ ଦିନିକିଆ ସିରିଜ

Ratnamani Moharana

ଚିଟ୍‌ ଫଣ୍ଡ ଠକାମିର ଶିକାର ହେଲେ ରାହୁଲ ଦ୍ରାବିଡ଼ ,ପୋଲିସରେ କଲେ ଅଭିଯୋଗ

ENO Beuro

ବିଡବ୍ଲୁଏଫ ମାନ୍ୟତା: ତୃତୀୟକୁ ଫେରିଲେ ସିନ୍ଧୁ

ENO Beuro

Leave a Comment