News

ସେପ୍ଟେମ୍ବର ୧ରୁ ତମାଖୁ ପ୍ୟାକେଟ୍‌ରେ ନୂଆ ଚେତାବନୀ ଚିତ୍ର

Smoking 480x430

 ତମାଖୁ ପ୍ୟାକେଟରେ ନୂଆ ଚେତାବନୀ ଚିତ୍ର ଓ ହେଲ୍ପଲାଇନ ନମ୍ବର

ଆସନ୍ତା ସେପ୍ଟେମ୍ବର ପହିଲାରୁ ତମାଖୁ ପ୍ୟାକେଟ୍‌ରେ ନୂଆ ଚେତାବନୀ ଚିତ୍ର ସ୍ଥାନ ପାଇବ।  ତମାଖୁ ବ୍ୟବହାର କରୁଥିବା ଲୋକମାନଙ୍କ ମଧ୍ୟରେ ସଚେତନତା  ସୃଷ୍ଟି କରିବା ହେଉଛି ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ। ତମାଖୁ ପ୍ୟାକେଟ୍‌ରେ ‘କ୍ବିଟ୍‌ କଲ୍ ଟୁଡେ ୧୮୦୦-୧୧-୨୩୫୬’ ବାର୍ତା ମଧ୍ୟ ରହିବ। ତମାଖୁ ସେବନକାରୀମାନେ ଏହି ନମ୍ବରରେ କଲ୍ କରି ତମାଖୁ ବର୍ଜନ ସଂପର୍କିତ ସାହାଯ୍ୟ ଓ ସୂଚନା ହାସଲ କରିପାରିବେ।

ଗ୍ଲୋବାଲ ଆଡଲ୍ଟ ଟୋବାକୋ ସର୍ଭେ ପକ୍ଷରୁ ନିକଟରେ ଜାରି ଦ୍ୱିତୀୟ ପର୍ଯ୍ୟାୟ ରିପୋର୍ଟରୁ ଜଣାପଡ଼ିଛି ଯେ ସିଗାରେଟ ପାନ କରୁଥିବା ଲୋକଙ୍କ ମଧ୍ୟରୁ ୬୧.୯ ପ୍ରତିଶତ, ବିଡ଼ି ପାନ କରୁଥିବା ଲୋକଙ୍କ ମଧ୍ୟରୁ ୫୩.୮ ପ୍ରତିଶତ ଏବଂ ଧୂଆଁମୁକ୍ତ ତମାଖୁ ସେବନ କରୁଥିବା ଲୋକଙ୍କ ମଧ୍ୟରୁ ୪୬.୨ ପ୍ରତିଶତ ତମାଖୁର ପ୍ୟାକେଟରେ ଥିବା ଚେତାବନୀ ଲେବଲ ଦେଖି ନିଶା ଛାଡ଼ିବା ବିଷୟରେ ଚିନ୍ତା କରୁଥିବା କୁହାଯାଇଛି। ଏ ସମ୍ପର୍କରେ ମନ୍ତ୍ରଣାଳୟର ୱେବସାଇଟ  https://mohfw.gov.in ଓ https://ntcp.nhp.gov.inରେ ସବୁ ତଥ୍ୟ ଓ ପରାମର୍ଶ ଉପଲବ୍ଧ ରହିଛି। ସେହିପରି ପୂର୍ବରୁ ସମସ୍ତ ଆଞ୍ଚଳିକ ଭାଷାରେ ମଧ୍ୟ ଚେତାବନୀ ସମ୍ପର୍କରେ ଟବାକୋ ସେବନ କରୁଥିବା ଲୋକଙ୍କୁ ଅବଗତ କରାଯାଇଛି। ଯେ କୌଣସି ବ୍ୟକ୍ତି ନିଜର ଆଞ୍ଚଳିକ ଭାଷାରେ ଚେତାବନୀ ଓ ଚିତ୍ରର ଖୋଲା ଫାଇଲ ମଧ୍ୟ ମନ୍ତ୍ରଣାଳୟ ଠାରୁ ntcp.mohfw@gmail.com ଇ-ମେଲ ଜରିଆରେ କିମ୍ବା ୦୧୧-୨୩୦୬୨୮୬୮ ନମ୍ବରକୁ ଅନୁରୋଧ କରି ହାସଲ କରିପାରିବେ।

ପଢନ୍ତୁ: ଗିରଫ ହେଲେ ପି.ଚିଦାମ୍ବରମ୍

Related posts

ପାକିସ୍ତାନ ଆକାଶରେ ବିଶକେକ୍‌ ଯିବେନି ମୋଦି

Ratnamani Moharana

ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ତଥା ଡା. ଦାମୋଦର ରାଉତଙ୍କ ପତ୍ନୀଙ୍କ ପରଲୋକ

Ratnamani Moharana

୨୦ରେ ଓଡିଶା ଆସିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ENO Beuro

1 comment

ଯେଉଁ ସିବିଆଇ ଭବନକୁ ଉଦଘାଟନ କରିଥିଲେ ଆଜି ସେହି ମୁଖ୍ୟାଳୟକୁ ବନ୍ଧା ହୋଇଗଲେ August 22, 2019 at 12:23 pm

[…] ସେପ୍ଟେମ୍ବର ୧ରୁ ତମାଖୁ ପ୍ୟାକେଟ୍‌ରେ ନୂଆ… […]

Leave a Comment