Loading...

ୟୁକ୍ରେନ୍‌ ଯୁଦ୍ଧ ପାଇଁ ରୁଷ୍‌କୁ ସାହାଯ୍ୟ କଲେ ପରିମାଣ ଭୋଗିବ ଚୀନ

ୟୁକ୍ରେନ୍‌ ଯୁଦ୍ଧ ପାଇଁ ରୁଷ୍‌କୁ ସାହାଯ୍ୟ କଲେ ପରିମାଣ ଭୋଗିବ ଚୀନ

ଦିନକୁ ଦିନ ବଢ଼ିଚାଲିଛି ଯୁଦ୍ଧର ତାତି। ଗମ୍ଭୀର ହେବାରେ ଲାଗିଛି ୟୁକ୍ରେନର ସ୍ଥିତି। ଥମୁନି ଋଷ ୟୁକ୍ରେନ କୁଟନୀତିବାକ ଯୁଦ୍ଧ। କଥା ଏତିକିରେ ସରିନି। ୟୁକ୍ରେନ ଯୁଦ୍ଧ ପାଇଁ ଋଷ ଏବେ ଚୀନ୍‌କୁ ସାମରିକ ଏବଂ ଅର୍ଥନୈତିକ ସହାୟତା ମାଗିଛି ।

ଦିନକୁ ଦିନ ବଢ଼ିଚାଲିଛି ଯୁଦ୍ଧର ତାତି। ଗମ୍ଭୀର ହେବାରେ ଲାଗିଛି ୟୁକ୍ରେନର ସ୍ଥିତି। ଥମୁନି ଋଷ ୟୁକ୍ରେନ କୁଟନୀତିବାକ ଯୁଦ୍ଧ। କଥା ଏତିକିରେ ସରିନି। ୟୁକ୍ରେନ ଯୁଦ୍ଧ ପାଇଁ ଋଷ ଏବେ ଚୀନ୍‌କୁ ସାମରିକ ଏବଂ ଅର୍ଥନୈତିକ ସହାୟତା ମାଗିଛି । ଏଭଳି ମନ୍ତବ୍ୟ ଦେଇଛନ୍ତି ଆମେରିକାର ଅଧିକାରୀମାନେ । ଆମେରିକାର ଅଧିକାରୀଙ୍କ ଅନୁଯାୟୀ ଗତ ମାସରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ୟାପକ ଆକ୍ରମଣର ଯୋଜନା ଆରମ୍ଭ କରିଥିଲେ । ପରେ ୟୁକ୍ରେନରେ ଯୁଦ୍ଧ ପାଇଁ ଚୀନକୁ ସାମରିକ ଉପକରଣ ଏବଂ ସହାୟତା ପ୍ରଦାନ କରିବାକୁ କହିଛି ଋଷ । ଜଣେ ଅଧିକାରୀଙ୍କ ଅନୁଯାୟୀ ଋଷ ଚୀନ୍‌କୁ ଅତିରିକ୍ତ ଅର୍ଥନୈତିକ ସହାୟତା ମାଗିଛି । ଏହାର ଅର୍ଥ ବ୍ୟବସ୍ଥାକୁ ଆମେରିକା ଏବଂ ୟୁରୋପୀୟ ଓ ଏସୀୟ ଦେଶ ଗୁଡିକ ଦ୍ବାରା ଲଗାଯାଇଥିବା ବ୍ୟାପକ ପ୍ରତିବନ୍ଧକରୁ ମୁକାବିଲା କରିବାରେ ସାହାଯ୍ୟ କରିବେ। ଚୀନ୍‌ ରାଷ୍ଟ୍ରପତି ସି.ଜିନପିଙ୍ଗ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଏନେଇ ଏକ ସହଭାଗିତାକୁ ମଜବୁତ କରିଛନ୍ତି ।


 

ଲାଗୁ ହୋଇଥିବା କଟକଣା ଏଡ଼ାଇ ବେଜିଙ୍ଗ୍‌ ଯଦି ୟୁକ୍ରେନ୍‌ ଯୁଦ୍ଧରେ ରୁଷ୍‌କୁ ସାହାଯ୍ୟ କରେ ତେବେ, ନିଶ୍ଚୟ ତା’ର ପରିଣାମ ଭୋଗିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ନିରାପତ୍ତା ଉପଦେଷ୍ଟା ଜେକ୍‌ ସୁଲିଭାନ୍‌ କହିଛନ୍ତି।ସୂଚନାଯୋଗ୍ୟ, ଆଜି ଜେକ୍‌ ଚୀନ୍‌ର ଶ୍ରେଷ୍ଠ କୂଟନୀତିଜ୍ଞ ୟାଙ୍ଗ୍‌ ଜିୟେସିଙ୍କୁ ରୋମ୍‌ରେ ସାକ୍ଷାତ୍‌ କରିବେ।
ସବିଶେଷ ତଥ୍ୟ ନ ଦେଇ ଜଣେ ଆମେରିକୀୟ ସରକାରୀ ଅଧିକାରୀ କହିଛନ୍ତି, ୟାଙ୍ଗ୍‌ଙ୍କୁ ଭେଟି ସୁଲିଭାନ୍‌ ୱାସିଂଟନ୍‌ର ଉଦ୍‌ବେଗ କଥା ସ୍ପଷ୍ଟ କରାଇଦେବେ। ଯଦି ରୁଷ୍‌କୁ ସହଯୋଗ କରେ, ପରିଣାମ ସ୍ବରୂପ ଚୀନ୍‌ ମଧ୍ୟ ବିଶ୍ବରୁ ଏକଘରକିଆ ହୋଇଯିବ ବୋଲି ସେ କହିପାରନ୍ତି।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.