Entertainment

ପୁଲିସର ଗୋପନୀୟ ରିପୋର୍ଟ : ସୁନନ୍ଦାଙ୍କୁ ହତ୍ୟା କରାଯାଇଛି!

କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର୍‌ଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁକୁ ନେଇ ଏବେ ବି ରହସ୍ୟ ଜାରିରହିଥିବା ବେଳେ ଦିଲ୍ଲୀ ପୁଲିସର ଏକ ଗୋପନୀୟ ରିପୋର୍ଟରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଦର୍ଶାଯାଇଥିବାର ଜଣାପଡିଛି।ସୁନନ୍ଦାଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ଅଧିକାରୀମାନେ ମଧ୍ୟ ସୁନନ୍ଦାଙ୍କ ହତ୍ୟାକାରୀ ସମ୍ପର୍କରେ ପ୍ରଥମରୁ ହିଁ ଠୋସ୍‌ ପ୍ରମାଣ ପାଇଛନ୍ତି ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ତଥାପି ସେହି ବହୁ ଚର୍ଚ୍ଚିତ ମୃତ୍ୟୁ ଘଟଣା ଏବେ ବି ରହସ୍ୟାବୃତ୍ତ ହୋଇ ରହିବା ଅନ୍ୟତମ ରହସ୍ୟ ବୋଲି ଏହି ରିପୋର୍ଟରେ କୁହାଯାଇଛି।

ଏକ ଗୁପ୍ତ ରିପୋର୍ଟ ଅନୁସାରେ, ସୁନନ୍ଦା ମୃତ୍ୟୁର ତଦନ୍ତ ପ୍ରଥମେ ତତ୍କାଳୀନ ଦିଲ୍ଲୀ ପୁଲିସ ଡେପୁଟି କମିସନର ବିଏସ୍‌ ଜୟସ୍ୱାଲ୍‌ କରିଥିଲେ।

ତାଙ୍କର ନିର୍ଯ୍ୟାସ ହେଲା, ଏହି ଘଟଣା ଲୀଳା ପ୍ୟାଲେସ୍‌ ହୋଟେଲ୍‌ରେ ସଂଘଟିତ ହୋଇଥିବା ବେଳେ ତାହା ଆତ୍ମହତ୍ୟା ନୁହେଁ ବୋଲି ସେଠାରେ ପହଞ୍ଚି ପଞ୍ଚନାମା କରିଥିବା ବସନ୍ତ ବିହାର ସବ୍‌ଡିଭିଜନାଲ୍‌ ମାଜିଷ୍ଟ୍ରେଟ୍‌(ଏସ୍‌ଡିଏମ୍‌) ଆଲୋକ ଶର୍ମାଙ୍କର ହୃଦ୍‌ବୋଧ ହୋଇଥିଲା। ତେବେ ପଞ୍ଚନାମା ପ୍ରକ୍ରିୟାରେ ଅସନ୍ତୁଷ୍ଟ ହୋଇ ଏସ୍‌ଡିଏମ୍‌ ତାହାକୁ ଏକ ହତ୍ୟାକାଣ୍ଡ ବୋଲି ବିବେଚନା କରି ତଦନ୍ତ କରିବାକୁ ସରୋଜିନୀ ନଗର ଷ୍ଟେସନ ହାଉସ୍‌ ଅଧିକାରୀଙ୍କୁ ନିର୍ଦ୍ଦେଶ କରିଥିଲେ।

ଶଶୀ ଏବଂ ସୁନନ୍ଦାଙ୍କ ବ୍ୟକ୍ତିଗତ ସହାୟକ ନାରାୟଣ ସିଂହଙ୍କ ବୟାନ ଅନୁଯାୟୀ, ଥରୁର୍‌ ଦମ୍ପତିଙ୍କ ମଧ୍ୟରେ ଝଗଡ଼ାରୁ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ତେଣୁ ସେଥିପାଇଁ ଏପରି ଅଘଟଣ ହେଲା ବୋଲି ବ୍ୟକ୍ତିଗତ ଭାବେ ଏହି ଘଟଣାର ଅନୁଧ୍ୟାନ କରୁଥିବା ଦକ୍ଷିଣ ଦିଲ୍ଲୀ ଯୁଗ୍ମ ପୁଲିସ କମିସନର ବିବେକ ଗର୍ଜିଆଙ୍କୁ ଦାଖଲ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ଥିଲା। ଏହି ରିପୋର୍ଟ ମଧ୍ୟ ପରେ ଗୃହ ମନ୍ତ୍ରାଳୟକୁ ପ୍ରଦାନ କରାଯାଇଥିଲା। ତେବେ ସୁନନ୍ଦାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବା ସତ୍ତ୍ୱେ ପୁଲିସ ମାମଲା ରୁଜୁ କରିନଥିଲା

ସୂଚନାଯୋଗ୍ୟ,ସୁନନ୍ଦାଙ୍କ ହାତରେ ମିଳିଥିବା କାମୁଡ଼ା ଦାଗ ଏବଂ ଇଞ୍ଜେକ୍ସନ ଦାଗ ନେଇ ମଧ୍ୟ ଡିଏନ୍‌ଏ ଦ୍ୱାରା ପ୍ରାପ୍ତ ଏହି ରିପୋର୍ଟରେ ପ୍ରଶ୍ନ କରାଯାଇଛି। ସୁନନ୍ଦାଙ୍କୁ ବିଷ ପିଆଇ ଦିଆଯାଇଥିଲା ନା ଇଞ୍ଜେକ୍ସନ ଦ୍ୱାରା ରକ୍ତରେ ମିଶାଯାଇଥିଲା ତାହା ତଦନ୍ତ ସାପେକ୍ଷ ବୋଲି କୁହାଯାଇଛି। ଅପରପକ୍ଷେ, ସେହି ରହସ୍ୟମୟ ମୃତ୍ୟୁ ସଂକ୍ରାନ୍ତ ବ୍ୟବଚ୍ଛେଦ, ରାୟାସନିକ, ଆଙ୍ଗୁଠିଛାପ ଆଦି ସମସ୍ତ ରିପୋର୍ଟରେ ସୁନନ୍ଦାଙ୍କୁ ହତ୍ୟା କରାଯାଇଥିବା ଦିଗକୁ ନିର୍ଦ୍ଦେଶ କରିଥିବା ବେଳେ ପୁଲିସ ତଥାପି ହତ୍ୟା ମାମଲା ରୁଜୁ ନକରିିବା ପୁଲିସର ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ପଢନ୍ତୁ;

ଏକାଠି ହେବେ ବାହୁବଳୀ ଏବଂ କଟ୍ଟପା! ବାହୁବଳୀଙ୍କ ପରେ ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇବେ କଟ୍ଟପା

Related posts

ପଦ୍ମାବତ୍‌ର ମୁକ୍ତିଲାଭକୁ ନେଇ ବିରୋଧ ଏବଂ ହିଂସା

ENO Beuro

ଏକାଠି ନଜର ଆସିବେ ସମ୍ବିତ ଓ ସଂଭାବନା

ENO Beuro

‘ହାଲୋ ଆର୍‌ସି’ ଶ୍ରେଷ୍ଠ ଓଡିଆ ଚଳଚିତ୍ର !

ENO Beuro

1 comment

Leave a Comment