SPORTS

ପୂର୍ବତନ ପାକିସ୍ତାନୀ ବୋଲର ଓ୍ଵାସିମ୍‌ ଆକ୍ରମ : କୋହଲିଙ୍କ ସାମ୍ନାରେ ମତେ ବୋଲିଂ କରିବାରେ ଅସୁବିଧା ହେବ

  କୋହଲିଙ୍କ ଉତ୍ତମ ପ୍ରଦର୍ଶନ କରିବା ନେଇ ପ୍ରଶଂସା କଲେ ଓ୍ଵାସିମ୍‌ ଆକ୍ରମ

କେପଟାଉନରେ ଦିନିକିଆ କ୍ୟାରିୟରେ ନିଜର ଦ୍ଵିତୀୟ ସର୍ବଶ୍ରେଷ୍ଠ ପାଳି ଖେଳିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ସାରା ଦୁନିଆର ମହାନ ଖେଳାଳି ଭାବରେ ପ୍ରଶଂସା ଅର୍ଜନ କରିଛନ୍ତି । ଡେଭିଡ ଓ୍ଵାର୍ଣ୍ଣର, ଜାଭେଦ ମିଆଁଦାଦ, ମାଇକ ହସିଙ୍କ ପରେ ଏବେ ମହାନ ଦ୍ରୁତ ବୋଲର ଓ୍ଵାସିମ ଆକ୍ରମ କୋହଲିଙ୍କ ପ୍ରଶଂସା କରିଛନ୍ତି। ଆକ୍ରମ କହିଛନ୍ତି ଯେ ଭାରତୀୟ ରନ ମେସିନଙ୍କ ସାମ୍ନାରେ ତାଙ୍କୁ ବୋଲିଂ କରିବାରେ ମଧ୍ୟ ଅସୁବିଧା ହେବ।

ଆକ୍ରମ କହିଛନ୍ତି ଯେ , ସୁନିଶ୍ଚିତ ଭାବରେ କୁହାଯାଇ ପାରିବ ଯେ, ଫିଟ୍‌ନେସର ମୂଲ୍ୟ ରହିଛି। ବହୁଦିନ ଖେଳିବା ପରେ ବ୍ୟାଟ୍‌ସମ୍ୟାନ୍‌ ଅଭିଜ୍ଞ ହୋଇଯାଇଥାଏ। ସେ ଜାଣିପାରି ଥାଏ ଯେ, କେଉଁ ବଲକୁ କେମିତି ଖେଳାଯିବ। ମୁଁ ଭାବୁଛି ଯେ, କୋହଲିଙ୍କୁ ୨-୩ ବର୍ଷ ପୂର୍ବରୁ ଏହି ଅଭିଜ୍ଞତା ମିଳି ସାରିଛି। କେଉଁ ପରିସ୍ଥିତିରେ କିଭଳି ବ୍ୟାଟିଂ କରାଯିବ କୋହଲି ଭଲ ଭାବରେ ଜାଣିଛନ୍ତି।

ଏହା ପୂର୍ବରୁ ପାକିସ୍ତାନର ପୂର୍ବତନ ମହାନ ବ୍ୟାଟସମ୍ୟାନ ଜାଭେଦ ମିଆଁଦାଦ କୋହଲିଙ୍କୁ ଜିନିୟସ ଏବଂ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନର ଆଖ୍ୟା ଦେଇଥିଲେ।  ଓ୍ଵାସିମ ଆକ୍ରମ ସ୍ଵୀକାର କରିଛନ୍ତି ଯେ ତାଙ୍କୁ ଖୋଦ୍ କୋହଲିଙ୍କ ସାମ୍ନାରେ ବୋଲିଂ କରିବାରେ ସମସ୍ୟା ହେବ, ସେ ଯେମିତି ମଧ୍ୟ ପିଚ୍ ହେଉ।  ସେ ଏହା ମଧ୍ୟ କହିଛନ୍ତି କୋହଲିଙ୍କୁ ଖେଳୁଥିବା ସମୟରେ ଦେଖିଲେ ମୋତେ ଖୁସି ଲାଗିଥାଏ। ଯଦି ମୁଁ ଯୁବକ ଥାନ୍ତି ଏବଂ ବିରାଟଙ୍କୁ ବୋଲିଂ କରନ୍ତି ତେବେ ମୋ ପାଇଁ ଏହା କଠିନ ହୁଅନ୍ତା ଯେ ମୁଁ କେଉଁ ଜାଗାରେ ବଲ ପକାଇବି। ସେ ଯେଉଁ ପ୍ରକାର ପିଚ୍ ହେଉ ମଧ୍ୟ ଏଥିରେ ବିରାଟଙ୍କୁ କୌଣସି ଫରକ ପଡିନଥାଏ। କାରଣ ସେ ଏକ ସଂପୂର୍ଣ୍ଣ ଖେଳାଳି। ମୋତେ ଲାଗୁଛି ଯେ ବିଶ୍ଵ କ୍ରିକେଟରେ ସଚିନଙ୍କ ପରେ ଏବେ ତାଙ୍କର ପାଳି।

ପୂର୍ବତନ ପାକିସ୍ତାନୀ ବୋଲର ଓ୍ଵାସିମ୍‌ ଆକ୍ରମ : କୋହଲିଙ୍କ ସାମ୍ନାରେ ମତେ ବୋଲିଂ କରିବାରେ ଅସୁବିଧା ହେବ virat and washim

ପଢନ୍ତୁ;

ମନକୁ ସ୍ଥିର ତଥା ନିୟନ୍ତ୍ରଣ କରିବା ପାଇଁ ଆପଣାନ୍ତୁ ଏହି ପାଞ୍ଚଟି ଉପାୟ

Related posts

ଆଇପିଏଲ ୧୧:ଶେଷ ବଲ୍‌ରେ ଜିତିଲା ସନ୍‌ରାଇଜର୍ସ!

Krishna Kumar Manoj

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ ରେ ଭାରତ ବିଜୟୀ

Krishna Kumar Manoj

ଆଇସିସି ଟି-୨୦ ମାନ୍ୟତା: ରାହୁଲଙ୍କୁ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା,ଦ୍ଵିତୀୟକୁ ଉଠିଲା ଭାରତ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More