LIFESTYLE

ଚିକେନ୍‌ ଧୋଇବା ବିପଦ, ଜାଣନ୍ତୁ ଏହାର କାରଣ

Untitled 1

ଅଧିକାଂଶ ଲୋକ ରୋଷେଇ କରିବା ପୂର୍ବୁରୁ ଚିକେନ୍‌କୁ ଧୋଇ ଥାଆନ୍ତି । ପରେ ଏଥିରେ ତେଲ ମସଲା କିମ୍ବା ଲୁଣ ହଲଦୀ ଗୋଳାଇ ଥାଆନ୍ତି । ମାତ୍ର ଚିକେନ୍‌କୁ ଧୋଇବା ସମୟରେ ଆପଣ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । କାରଣ ଏହା ଅନେକ ରୋଗର କାରଣ ହୋଇପାରେ ।

ଚିକେନ୍‌ରେ ଅନେକ ପ୍ରକାରର ଜଳବାହିତ ଜୀବାଣୁ ଓ ଭୂତାଣୁ ଅଛନ୍ତି । ଖାଲି ହାତରେ ଚିକେନ୍‌ ଧୋଇଲେ ଅନେକ ଜୀବାଣୁ ହାତରେ ଲାଗିଥାଆନ୍ତି। ଏପରିକି ବାସନ ଧୋଉଥିବା ସ୍ଥାନରେ ବି ଚିକେନ୍‌କୁ ଧୋଇବା କଥା ନୁହେଁ କାରଣ ସେଥିରେ ଥିବା ଭୂତାଣୁ ଓଜୀବାଣୁ  ବି ବାସନ କୁସନକୁ ଯାଇ ଥାଆନ୍ତି । ଏଥିପାଇଁ ଅନେକ ପ୍ରକାର ପେଟ ରୋଗ ହୋଇଥାଏ । ଚିକେନ୍‌ ଧୋଇବା ପରେ ସାବୁନ୍‌ କିମ୍ବା ହ୍ୟାଣ୍ଡ ଓ୍ୱାଶରେ ହାତ ସଫା କରନ୍ତୁ ।

ଚିକେନ୍‌ ଧୋଇବା ପାଇଁ ଅନ୍ୟ ସ୍ୱତନ୍ତ୍ର ବାସନ ବ୍ୟବାହାର କରିବା ସହ ଖାଦ୍ୟ ଥିବା ସ୍ଥାନରୁ ଦୂରରେ ବାସନ କି ହାତ ଧୋଉଥିବା ସ୍ଥାନରୁ ଦୂରରେ ଧୋଇ, ଏହାର ଧୂଆ ପାଣିକୁ ସୁରକ୍ଷିତ ଭାବେ ଫିଙ୍ଗିବା ଭଲ । ଚିକେନ୍‌ରେ ଅନେକ ପ୍ରକାରର ବ୍ୟାକ୍ଟେରିଆ  ଅଛନ୍ତି । ଏଥିରେ କାମ୍ପିଲୋବାକ୍ଟର ନାମକ ବ୍ୟାକ୍ଟେରିଆ ରହିଛି ।ଏହା ଯୋଗୁଁ ଡାଇରିଆ ହୋଇଥାଏ ।

Download (2)

ଚିକେନ୍‌ରେ ସାଲମୋନେଲା, କ୍ଲୋଷ୍ଟ୍ରିଡିୟମ ଫ୍ରେଞ୍ଜିନସ୍‌ ନାମକ ବ୍ୟାକ୍ଟେରିଆ ରହିଛି। ମାତ୍ର ସବୁଠାରୁ ଭଲ କଥା ହେଉଛି ଚିକେନ୍‌କୁ ରାନ୍ଧିବା ବେଳେ ଏ ସବୁ ବ୍ୟାକ୍ଟେରିଆ ମରିଯାଆନ୍ତି। ୭୫ ଡିଗ୍ରୀ ସେଲସିୟସ ବା ୧୬୫ ଫାରେନ୍‌ହାଇଟ୍‌ରେ ଏହାକୁ ରାନ୍ଧିଲେ ସମସ୍ତ ଜୀବାଣୁ ବି ମରିଯାଇ ଥାଆନ୍ତି ।

ଚିକେନ୍‌କୁ ବେସିନ୍‌ରେ ନ ଧୋଇ କି ବାସନ ମଜା ଯାଉଥିବା ସ୍ଥାନରେ ନ ଧୋଇ ଅନ୍ୟସ୍ଥାନରେ ଧୂଅନ୍ତୁ ,ସେଥିରେ ଅଳ୍ପ ପରିମାଣର ଲେମ୍ବୁ କିମ୍ବା ଭିନେଗାର ମିଶାନ୍ତୁ । ଏପରି କେଲେ ଅନେକ ଜୀବାଣି ଓ ଭୂତାଣୁ ମରିଯାଇଥାଆନ୍ତି ।

Download (3)
Download (3)

ପଢନ୍ତୁ: ଘର ଓ ପରିବେଶକୁ ପ୍ଲାଷ୍ଟିକ୍‌ ମୁକ୍ତ ରଖନ୍ତୁ, ଜାଣନ୍ତୁ କିପରି

Related posts

ଜିରା ପାଣି ପିଇବା ଦ୍ଵାରା ନିୟନ୍ତ୍ରଣ ହୋଇଥାଏ ଉଚ୍ଚ ରକ୍ତଚାପ ! ଜାଣନ୍ତୁ ଏହି ପାଣିରେ ଥିବା ଉପକାରୀ ଗୁଣ ସମ୍ପର୍କରେ

ENO Beuro

ଆପଣଙ୍କର ସାନ ଭାଇଭଉଣୀ ଅଛନ୍ତି କି ?ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

କର୍କଟ ରୋଗ ସହ ଓଜନକୁ ନିୟନ୍ତ୍ରଣ କରିଥାଏ ସଜନା ଛୁଇଁ, ଜାଣନ୍ତୁ କିପରି

Ratnamani Moharana

1 comment

ଏପରି ଭାବେ ଲୁଣର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ September 7, 2019 at 11:53 am

[…] ଚିକେନ୍‌ ଧୋଇବା ବିପଦ, ଜାଣନ୍ତୁ ଏହାର କାରଣ […]

Leave a Comment