News

ସପ୍ତାହେ ହେବ ପାଣି ଘେରରେ ରହିଛନ୍ତି ବାବା ଲୋକନାଥ

Lokanath 750x430

ସଙ୍କଟରେ ବାବା ଲୋକନାଥଙ୍କ ପୀଠ । ଆଜିକୁ ୬  ଦିନ ହେଲା ଅଂଟାଏ ପାଣିରେ ବୁଡିରହିଛି ଲୋକନାଥ ମନ୍ଦିର । ମନ୍ଦିରର ଗମ୍ଭୀରାରେ ବର୍ଷା ଜଳ ଲହଡି ମାରୁଛି । ମନ୍ଦିର ପରିସରରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇରହିଛି । ଫଳରେ ଗମ୍ଭୀରାରୁ ଥାଇ ଦିଅଁକୁ ଦର୍ଶନ କରିପାରୁନାହାନ୍ତି ଭକ୍ତ । ଶିବଲିଙ୍ଗ ରଖି ବାହାରେ ପୂଜା କରାଯାଉଥିବା ବେଳେ ମନ୍ଦିର ଭିତରକୁ ଯିବା ସମ୍ଭବପର ହୋଇପାରୁନାହିଁ  । ଏପଟେ ମନ୍ଦିର ମଧ୍ୟରୁ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି ।

କିଛି ମାସ ପୂର୍ବରୁ ଲଘୁଚାପ ବର୍ଷାରେ ଲୋକନାଥଙ୍କ ପାର୍ବତୀ ସାଗର ପୁଷ୍କରିଣୀର ଉତରପାର୍ଶ୍ୱ ପାଚେରୀ ଭୁଶୁଡି ପଡିଥିଲା । ତାହା ମଧ୍ୟ ସଠିକ ଭାବେ ପୁନରୁଦ୍ଧାର କରାଯାଇନଥିବାରୁ ପାର୍ବତୀ ସାଗରକୁ ଅବାଧରେ ବାହାର ପାଣି ପ୍ରବେଶ କରୁଛି । ଫଳରେ ମନ୍ଦିର ଭିତରକୁ ପାଣି ପଶଇ ଗମ୍ଭୀରା ସହ ଅଗଣା ଓ ସମଗ୍ର ମନ୍ଦିରରେ ପାଣି ଜମି ରହିଛି । ଉପଜିଲ୍ଲାପାଳ ଏକଥାକୁ ସ୍ୱୀକାର କରିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ନିଷ୍କାସନ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

ପଢନ୍ତୁ: ଜଗା ଖେଳୁଛି, ହେଲେ ହଠାତ୍ ବଳିଆକୁ ଆସୁଛି ଜ୍ବର, କାରଣ ଖୋଜୁଛନ୍ତି ବିଶେଷଜ୍ଞ ଦଳ

Related posts

ସୁଷମା ସ୍ୱରାଜ : ଇରାକରେ ୩୯ ଭାରତୀୟଙ୍କୁ ହତ୍ୟା କରିଛି ଆଇଏସ୍‌ଆଇଏସ୍

ENO Beuro

ନରମିଲା ପାକିସ୍ତାନ: ଶାନ୍ତି ଆଲୋଚନା ପାଇଁ ନେହୁରା ହେଲେ ଇମ୍ରାନ

ENO Beuro

କଟକ ଶିଶୁଭବନରେ ଚିରଦିନ ପାଇଁ ଆଖି ବୁଜିଲେ ଯୋଡ଼ା ଶରୀର ଶିଶୁ ଗଙ୍ଗା ଯମୁନା

ENO Beuro

Leave a Comment